ବିଜେପିରେ ଯୋଗ ଦେବେ ହାର୍ଦ୍ଦିକ ପଟେଲ ! ତାରିଖ ବି ହୋଇଛି ଫିକ୍ସ

ନୂଆଦିଲ୍ଲୀ : ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡ଼ି ଖୁବ୍ ଶୀଘ୍ର ବିଜେପିରେ ହାତ ମିଳାଇ ପାରନ୍ତି। ମିଡ଼ିଆ ସୂତ୍ରାନୁସାରେ , ହାର୍ଦ୍ଦିକଙ୍କର ବିଜେପିରେ ଜଏନିଂର ତାରିଖ ମଧ୍ୟ ଫିକ୍ସ ହୋଇ ଯାଇଛି। ଆଗାମୀ ୩ରୁ ୪ ଦିନ ମଧ୍ୟରେ ହାର୍ଦ୍ଦିକ ପଟେଲ ବିଜେପିରେ ସାମିଲ ହେବେ। ଏକ ଟିଭି ସାକ୍ଷାତ୍କାରରେ ହାର୍ଦ୍ଦିକ ନିଜେ କହିଛନ୍ତି କି, ଏହି ତାରିଖରେ ସେ ବିଜେପିରେ ସାମିଲ ହେବେ।
କଂଗ୍ରେସରୁ ବାହାରିବା ପରେ ହାର୍ଦ୍ଦିକ ପଟେଲ ଅନେକ ବିରୋଧୀ ସ୍ୱର ମଧ୍ୟରେ ବିଜେପିରେ ସାମିଲ ହୋଇ ପାରନ୍ତି। ଗୁଜରାଟର ଅନ୍ୟ ପଟିଦାର ନେତା ଯିଏ ବିଜେପିରେ ଅଛନ୍ତି, ସେ ହାର୍ଦ୍ଦିକଙ୍କର ବିଜେପିରେ ଏଣ୍ଟ୍ରିକୁ ନେଇ ଖୁସି ନାହାନ୍ତି , ହେଲେ ଏହି ସବୁ ନେତାଙ୍କ ବିରୋଧ ସ୍ୱର ମଧ୍ୟରେ ହାର୍ଦ୍ଦିକ ପଟେଲ ନିଦେ ଦାବି କରିଛନ୍ତି କି, ସେ ୩୦ ବା ୩୧ ମଇରେ ବିଜେପି ସହ ଯୋଡ଼ି ହେବ।
ଏବିପି ନ୍ୟୁଜ୍ ରିପୋର୍ଟ ମୁତାବିକ , ହାର୍ଦ୍ଦିକ ପଟେଲ ଜୁନ୍ ମାସର ପ୍ରାରମ୍ଭ ପୂର୍ବରୁ ହିଁ ବିଜେପିରେ ସାମିଲ ହୋଇଯିବେ । ଗୁଜରାଟ ବିଧାନସଭା ନିର୍ବାଚନରେ ହାର୍ଦ୍ଦିକଙ୍କର ବିଜେପିରେ ଏଣ୍ଟ୍ରି ,ପାର୍ଟି ପାଇଁ କେତେ ଫଳ ଦାୟୀ ବା କ୍ଷତିକାରକ ହେବ ତା ସମୟ କହିବ , ହେଲେ ଏଥିରେ କଂଗ୍ରେସର ରାସ୍ତା ନିଶ୍ଚିତ ରୂପେ କଷ୍ଟସାଧ୍ୟ ହୋଇ ପଡ଼ିଛି ।