PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଘରୋଇ ମଇଦାନରେ ଓଡ଼ିଶା ଫେଲ୍‌; ଲଗାତାର ଦ୍ୱିତୀୟ ପରାଜୟ, ୧୦ ରନ୍‌ରେ ଜିତିଲା ହରିଆନା

କଟକ,୨୨ା୨(ବ୍ୟୁରୋ): ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟିରେ ଓଡ଼ିଶା ଲଗାତାର ଦ୍ୱିତୀୟ ମ୍ୟାଚରେ ପରାଜୟର ସାମ୍ନା କରିଛି । ହରିଆନା ୧୦ ରନ୍‌ରେ ଘରୋଇ ଦଳକୁ ପରାସ୍ତ କରିଛି । ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ହରିଆନା ୧୯.୫ ଓଭରରେ ୧୪୧ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା । ସୂର୍ଯ୍ୟକାନ୍ତ ପ୍ରଧାନ ଓ ପପୁ ରୟ ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ଓଡ଼ିଶା ବିଜୟ ଲକ୍ଷ୍ୟର ପିଛା କରି ୫ୱିକେଟରେ ୧୩୧ ରନ୍‌ କରିପାରିଥିଲା ।

ଓଡ଼ିଶା ଟସ୍‌ ଜିଣି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା । ଫଳରେ ହରିଆନା ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ଦ୍ୱିତୀୟ ଓଭରରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଏକ ବଲ୍‌ରେ ଓପନର ତ୍ରେୟକଶ ବାଲି (୧ ରନ୍‌) ଆଉଟ୍‌ ହୋଇଥିଲେ । ପେସ୍‌ ବୋଲିଂକୁ ହରିଆନାର ଖେଳାଳି ମାନେ ବେଶ୍‌ ସହଜରେ ଖେଳିପାରୁଥିବା ବେଳେ ଠିକଣା ସମୟରେ ରଣନୀତି ବଦଳାଇଥିଲେ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି । ପପୁ ରୟଙ୍କୁ ବୋଲିଂ କରାଇ ରନ୍‌ ଉପରେ ଅଙ୍କୁଶ ଲଗାଇଥିଲେ ।

ସୂର୍ଯ୍ୟ ଓ ପପୁଙ୍କୁ ସାମ୍ନା କରି ନପାରି ନିୟମିତ ବ୍ୟବଧାନରେ ହରିଆନା ୱିକେଟ ହରାଇଥିଲା । ଫଳରେ ଦଳ ୧୯.୫ ଓଭରରେ ଦଳ ଅଲ୍‌ ଆଉଟ୍‌ ହୋଇଯାଇଥିଲା । ହରିଆନା ପକ୍ଷରୁ ଓପନର ଏଚ୍‌.ଜେ.ରାଣା ୨୫, ସି.କେ.ବିଷ୍ଣୋଇ ୧୪, ଏନ୍‌.ଆର୍‌.ସାଇନି ୨୨, ପ୍ରମୋଦ ଚଣ୍ଡିଲା ୧୪, ଏସ୍‌.ପି.କୁମାର ୧୮, ଆର୍‌.କେ.ତେୱାଟିଆ ୧୩, ଅରୁଣ ଚପର୍ଣ୍ଣା ୧୦, ଅମିତ ମିଶ୍ରା ୨, ଏ.କେ.ଚହଲ୍‌ ୧୨ରନ୍‌ କରିଥିଲେ । ଓଡ଼ିଶା ପକ୍ଷରୁ ପପୁ ରୟ ୪ ଓଭର ବୋଲିଂ କରି ମାତ୍ର ୯ ରନ୍‌ ବ୍ୟୟରେ ୩ ୱିକେଟ ପାଇଥିଲେ । ସେହିପରି ୩.୫ ଓଭର ବୋଲିଂ କରି ୩୧ ରନ୍‌ ଦେଇ ୩ ୱିକେଟ ନେଇଥିଲେ ସୂର୍ଯ୍ୟକାନ୍ତ ପ୍ରଧାନ । ରାଜେଶ ମହାନ୍ତି ଓ ଗୋବିନ୍ଦ ପୋଦ୍ଦାରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ବିଜୟ ଲକ୍ଷ୍ୟକୁ ପିଛା କରି ଓଡ଼ିଶା ତରଫରୁ ଅନୁରାଗ ଷଡଙ୍ଗୀ ଓ ରାଜେଶ ଧୂପର ଓପନିଂ କରିଥିଲେ । ରାଜେଶ ବେଶ୍‌ କିଛି ସମୟ ପିଚ୍‌ରେ ସଂଘର୍ଷ କରିବା ପରେ ୧୪ବଲ୍‌ ଖେଳି ମାତ୍ର ୪ରନ୍‌ ସଂଗ୍ରହ କରି ପାଭିଲିୟନ୍‌ ଫେରିଯାଇଥିଲେ । ପରେ ଅନୁରାଗ ଷଡଙ୍ଗୀ ଓ ଗୋବିନ୍ଦ ପୋଦ୍ଦାରଙ୍କ ମଧ୍ୟରେ ସ୍ୱଳ୍ପ ଭାଗିଦାରୀ ହୋଇଥିଲା । ଅନୁରାଗ ୧୬ ରନ୍‌ କରି ଆଉଟ୍‌ ହେବା ପରେ ଗୋବିନ୍ଦ ମଧ୍ୟ ୨୫ ବଲ୍‌ରୁ ୨୧ ରନ୍‌ କରି ପାରିଥିଲେ । ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଶୁଭ୍ରାଂଶୁ ସେନାପତି ୧ ରନ୍‌ କରି ଆଉଟ୍‌ ହେବା ଦଳକୁ ସମସ୍ୟାରେ ପକାଇ ଦେଇଥିଲା ।

ପରେ ବିପ୍ଳବ ସାମନ୍ତରାୟ ଓ ଅରବିନ୍ଦ ସିଂଙ୍କ ମଧ୍ୟରେ ୭୯ ରନ୍‌ର ଭାଗିଦାରୀ ଗଢ଼ି ଉଠିଥିଲେ ବି ସେମାନେ ଦଳକୁ ବିଜୟୀ କରାଇପାରିନଥିଲେ । ବିପ୍ଳବ ସାମନ୍ତରାୟ ୨୮ବଲ୍‌ରୁ ୫ଟି ଛକା ସହାୟତାରେ ୪୮ରନ୍‌ କରିଥିବା ବେଳେ ୩୦ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୪ରନ୍‌ କରିଥିଲେ ଅରବିନ୍ଦ ସିଂ । ହରିଆନା ପକ୍ଷରୁ ଏ.କେ.ଚହଲ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ ।

ସମ୍ବନ୍ଧିତ ଖବର