ହାର୍ଲେର ପ୍ରଥମ ମେଡ୍-ଇନ୍ ଇଣ୍ଡିଆ ମୋଟରସାଇକେଲରୁ ଉଠିଲା ପରଦା ! ଦେଖନ୍ତୁ ଲୁକ୍ ଓ ଡିଜାଇନ୍

ନୂଆଦିଲ୍ଲୀ ୨୫/୫: ହାର୍ଲେ ଡେଭିଡସନ୍ ହିରୋ ମୋଟୋକର୍ପ ସହିତ ମିଶି ପ୍ରସ୍ତୁତ କରିଥିବା ନିଜ ବହୁ ପ୍ରତୀକ୍ଷିତ ମୋଟରସାଇକେଲରୁ ପରଦା ଉଠାଇଛି । କମ୍ପାନୀ ଏହି ବାଇକର ଅଫିସିଆଲ୍ ଫଟୋ ଜାରି କରିଛି । ଏହି ବାଇକକୁ କମ୍ପାନୀ Harley-Davidson X440 ନାଁ ଦେଇଛି । ମାର୍କେଟକୁ ଆସିବା ପରେ ଏହି ବାଇକ୍ ମୁଖ୍ୟତଃ ଏଣ୍ଟ୍ରି-ଲେବଲ କ୍ରୁଜର/ରୋଡଷ୍ଟର୍ସ ପ୍ରସ୍ତୁତ କରୁଥିବା ରୟାଲ ଏନଫିଲ୍ଟ ଏବଂ ଜାୱା ଭଳି ବ୍ରାଣ୍ଡ୍ସକୁ ଟକ୍କର ଦେବ । ପ୍ରାୟ ୨ ମାସ ପୂର୍ବରୁ ମଧ୍ୟ ଏହି ବାଇକର କିଛି ଫଟୋ ସାମ୍ନାକୁ ଆସିଥିଲା । ଏହା ହାର୍ଲେ ଡେଭିଡସନର ପ୍ରଥମ ଏମିତି ବାଇକ୍ ଯାହା ସମ୍ପୂର୍ଣ୍ଣ ରୂପେ ଭାରତରେ ପ୍ରସ୍ତୁତ ହୋଇଛି । ଏହା ବ୍ୟତୀତ ହାର୍ଲେ ଡେଭିଡସନ୍ ଏବଂ ହିରୋ ମୋଟୋକର୍ପର ପାର୍ଟନରସିପରେ ପ୍ରସ୍ତୁତ ପ୍ରଥମ ମଡେଲ୍ । ଏହା ବିନା କୌଣସି ଫରୱର୍ଡ-ସେଟ୍ ଫୁଟପେଗ୍ ବା ସ୍ୱେପ୍ଟ ବ୍ୟାକ୍ ହ୍ୟାଣ୍ଡେଲବାର ସହିତ ପ୍ରସ୍ତୁତ ହୋଇଛି ଯାହାକି ଆପଣ ଗୋଟିଏ କ୍ରୁଜରରେ ଦେଖନ୍ତି । ତେବେ ଏହି ବାଇକର ଲୁକ୍ ବହୁତ ସ୍ପୋର୍ଟି ।

ଏହି ବାଇକର ଷ୍ଟାଇଲିଂ ୱର୍କ ହାର୍ଲେ ଡେଭିଡସନ୍ ଦ୍ୱାରା କରାଯାଇଛି । ତେବେ ଏହାର ଇଞ୍ଜିନିୟରିଂ, ଟେଷ୍ଟିଂ ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ଡେଭଲପ୍ ହିରୋ ମୋଟୋକର୍ପ ଦ୍ୱାରା କରାଯାଇଛି । ଦେଖିବାକୁ ଏହା ଏକ ଷ୍ଟାଇଲିସ୍ ବାଇକ୍ ଲାଗୁଛି ଯେଉଁଥିରେ ହାର୍ଲେର ଡିଏନଏ ଦେଖିବାକୁ ମିଳିବ । ଜାରି ହୋଇଥିବା ଫଟୋକୁ ଦେଖି ଜଣାପଡୁଛି କି କମ୍ପାନୀ ଏହି ବାଇକରେ ଡେ ଟାଇମ୍ ରନିଂ ଲାଇଟ୍ସ ବ୍ୟବହାର କରିଛି ଯେଉଁଥିରେ ହାର୍ଲେ ଡେଭିଡସନ୍ ଲେଖାଯାଇଛି । ହାର୍ଲେ-ଡେଭିଡସନ୍ X440 କୁ ମର୍ଡନ୍-ରେଟ୍ରୋ ଲୁକ୍ ଦିଆଯାଇଛି ଏବଂ କମ୍ପାନୀ ଏହି ବାଇକରେ ନୂଆ ୪୪୦ ସିସି ପାୱରର ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍ ବ୍ୟବହାର କରିଛି ଯାହା ୩୦-୩୫ ବିଏଚପିର ପାୱର ଜେନେରେଟ୍ କରିବ । ଏହାକୁ ୬ ସ୍ପିଡ୍ ଟ୍ରାନ୍ସମିଶନ୍ ସହିତ ଯୋଡାଯିବ ଏବଂ ଆଶା କରାଯାଉଛି କି ଏଥିରେ ସ୍ଲିପର କ୍ଲଚ୍ ଷ୍ଟାଣ୍ଡାର୍ଡ ସାମିଲ କରାଯିବ ।

ବାଇକର ଫ୍ରଣ୍ଟରେ ଟେଲିସ୍କୋପିକ୍ ଫୋର୍କ ବଦଳରେ ୟୁଏସଡି ଫୋର୍କ ଦେଖିବାକୁ ମିଳୁଛି । ସେହିଭଳି ପଛ ଭାଗ ଏହାକୁ ଅଧିକ ଟ୍ରାଡିଶନାଲ୍ କରୁଛି । ବାଇକର ପଛ ପଟେ ଟ୍ୱିନ୍ ଶକ୍ ଅବର୍ଜର୍ଭର ଦିଆଯାଇଛି । ବାଇକରେ ଉଭୟ ପଟେ ବାଇବ୍ରେ ଡିସ୍କ ବ୍ରେକ୍ ଏବଂ ଡୁଆଲ ଚ୍ୟାନେଲ୍ ଏବିଏସ୍ ମଧ୍ୟ ଦିଆଯାଇଛି । ଏଥିରେ କମ୍ପାନୀ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ବ୍ୟବହାର କରୁଛି । ଆଗରେ ୧୮ ଇଞ୍ଚ ଏବଂ ପଛରେ ୧୭ ଇଞ୍ଚର ଟାୟାର ଦିଆଯିବ । ଯେହେତୁ ଏହି ବାଇକର ନିର୍ମାଣରେ ହିରୋ ମୋଟୋକର୍ପର ସକ୍ରିୟ ଭୂମିକା ରହିଛି ତେଣୁ ଆଶା କରାଯାଉଛି କି ଏହି ବାଇକକୁ କମ୍ ଦାମରେ ମାର୍କେଟକୁ ଲଞ୍ଚ୍ କରାଯିବ । ହୁଏତ ଏହି ବାଇକକୁ ୨.୫ ଲକ୍ଷରୁ ୩ ଲକ୍ଷ ଟଙ୍କା ଦାମରେ ମାର୍କେଟକୁ ଅଣାଯିବ । ତେବେ ଏହା ମୁଖ୍ୟତଃ ରୟାଲ ଏନଫିଲ୍ଟ କ୍ଲାସିକ ୩୫୦କୁ ଟକ୍କର ଦେବ । ତେବେ ସୂଚନା ଅନୁସାରେ କମ୍ପାନୀ ଏହି ବାଇକକୁ ଜୁଲାଇ ମାସରେ ଲଞ୍ଚ୍ କରିପାରେ ।