PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଜାରି ହେଲା ନିର୍ଦ୍ଦେଶ: ରାଗିଙ୍ଗ୍ କରିଲେ ରଦ୍ଦ ହୋଇଯିବ ଆଡମିସନ୍, ମିଳିବ ନାହିଁ ଡିଗ୍ରୀ, ଅଭିଭାବକ ବି ଦେବେ ଶପଥପତ୍ର

ରାଗିଙ୍ଗ ଘଟଣାକୁ ରୋକିବା ପାଇଁ ଆସିଲା ନୂଆ ନିୟମ। କେବଳ ଓଡ଼ିଶାରେ ନୁହେଁ ବରଂ ଦିଲ୍ଲୀ ବିଶ୍ବବିଦ୍ୟାଳୟ (ଡିୟୁ) ମଧ୍ୟ ରାଗିଙ୍ଗ୍ ଓ ଦୁର୍ବବ୍ୟବହାର ଜନିତ ଘଟଣାକୁ ରୋକିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଶ୍ବବିଦ୍ୟାଳୟ ଅନୁସାରେ, ବୈଠକରେ ଦିଳ୍ଲୀ ପୁଲିସ, ଡିଏମ୍ଆରସି ଏବଂ ଡିଟିସି ସହିତ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଜରିଆରେ କେଉଁ ନିଷ୍ପତ୍ତି ନିଆଯାଇଛି, ରାଗିଙ୍ଗ୍ ରୋକିବା ପାଇଁ ଡିୟୁ କଣ କରିବ ଏହିଭଳି କିଛି ଜରୁରୀ ବିଷୟକୁ ନେଇ ବୈଠକରେ ଆଲୋଚନା ହୋଇଥିଲା।

ଏହା ବ୍ୟତୀତ ରାଗିଙ୍ଗ୍ ଅଭିଯୋଗ ପାଇଁ ପ୍ରତି କଲେଜରେ ଡ୍ରାପ ବକ୍ସ ରହିବ।ଉତ୍ତର ଏବଂ ଦକ୍ଷିଣ କ୍ୟାମ୍ପସରେ ଜଏଣ୍ଟ କଣ୍ଟେ୍ରାଲ ରୁମ୍ ତିଆରି କରାଯାଇଛି। ଏହା ବ୍ୟତୀତ ୟୁଜିସିର ଟ୍ରୋଲ୍ ଫ୍ରି ହେଳ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। କଲେଜରେ ରାଗିଙ୍ଗ୍, ଯୈାନ ଶୋଷଣ ସମ୍ବନ୍ଧିତ କମିଟି ଗଠନ କରାଯିବ। ବସ୍ ଏବଂ ମେଟ୍ରୋରେ ମଧ୍ୟ ରାଗିଙ୍ଗ୍ ନିୟମ ସମ୍ପର୍କରେ କୁହାଯିବ।ପ୍ରତି ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକଙ୍କୁ ଆଣ୍ଟି ରାଗିଙ୍ଗ୍ ଶପଥପତ୍ର ଦେବାକୁ ପଡ଼ିବ। ଯଦି ନିୟମ ଭାଙ୍ଗିଥିବେ ତେବେ ଡିଗ୍ରୀ ଓ ଆଡମିସନ ରଦ୍ଦ କରିଦିଆଯିବ।

ଏହା ବ୍ୟତୀତ ଅନ୍ୟ ଆଇନ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ। ଡିୟୁର ନିର୍ଦ୍ଦେଶ ଅନୁସାରେ, ସମସ୍ତ କଲେଜରେ ଅଭିଯୋଗ ବାକ୍ସ ରହିବ। ଛାତ୍ରଛାତ୍ରୀ ଏଥିରେ ଲିଖିତ ଭାବରେ ଅଭିଯୋଗ କରିପାରିବେ। ଆପ ପୁଲିସ ନିୟନ୍ତ୍ରଣ କକ୍ଷ ଏବଂ ପିସିଆର ସହିତ ମଧ୍ୟ ସମ୍ପର୍କ କରିପାରିବେ। ଏହା ବ୍ୟତୀତ ଟ୍ରୋଲ ଫ୍ରି ନମ୍ବର ତଥା ୧୮୦୦୧୮୦୫୫୨୨, ୦୧୧୨୨୬୬୭୨୨୧(ଉତ୍ତର କ୍ୟାମ୍ପସ) ଏବଂ ୦୧୧୨୨୬୬୭୨୨୧ (ଦକ୍ଷିଣ କ୍ୟାମ୍ପସ) ରହିଛି। ଏଥିରେ ଫୋନ୍ କରି ଅଭିଯୋଗ ଜଣାଇପାରିବେ ବୋଲି ସୂଚନା ଦିଆଯାଇଛି।