ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଆପଣଙ୍କ ସ୍ମାର୍ଟ ଫୋନ୍ ଚୋରି ହୋଇଯାଇଛି କି ? ଏମିତି କରନ୍ତୁ ଫୋନକୁ ଲକ୍, ଚୋରି ହେବ ନାହିଁ ଡାଟା

ନୂଆଦିଳ୍ଳୀ ୯।୩: ସ୍ମାର୍ଟ ଫୋନ୍ ହଜିଯିବା ଅର୍ଥାତ୍ ଚୋରି ହୋଇଯିବା ଭଳି ପରିସ୍ଥିତ ଏବେ ସାମ୍ନାକୁ ବହୁତ ଆସୁଛି। ଏହିଭଳି ପରିସ୍ଥିତିରେ ଅଧିକ କଷ୍ଟ ହୋଇଥାଏ ଫୋନର ଡାଟା ହଜିଯିବା ଟା। ମାତ୍ର ତାଠାରୁ ଅଧିକ କ​‌ଷ୍ଟ ହୁଏ ଯଦି ଅନ୍ୟ କୈାଣସି ବ୍ୟକ୍ତି ଆପଣଙ୍କ ଡାଟା ବ୍ୟବହାର କରିଦେବ। କିନ୍ତୁ ଚିନ୍ତା କରନ୍ତୁ ନାହିଁ। ଏମିତି ଏକ ଉପାୟ ଅଛି ଯେ, ଆପଣଙ୍କ ଫୋନ୍ ହଜିଯିବା କିମ୍ବା ଚୋରି ହୋଇଯିବା ପରେ ବି ଆପଣଙ୍କ ଡାଟାକୁ କେହି ଖରାପ କାମରେ ବ୍ୟବହାର କରିପାରିବେ ନାହିଁ। ଆମେ ଆପଣଙ୍କୁ କିଛି ଉପାୟ ସମ୍ପର୍କରେ କହିବାକୁ ଚାହୁଁଛୁ...

୧. ପ୍ରଥମେ ଅନ୍ୟ ଏକ ଫୋନ୍ କିମ୍ବା କମ୍ୟୁଟରରେ ବ୍ରାଉଜର ଖୋଲିବାକୁ ପଡ଼ିବ। ତାପରେ https://myaccount.google.com/find-your-phone-guide 

ଟାଇପ୍ କରିବାକୁ ପଡ଼ିବ। ଏହାପରେ OK ଉପରେ କ୍ଳିକ୍ କରିବାକୁ ପଡ଼ିବ।

୨. ଏଠାରେ ଆପଣଙ୍କୁ ଗୁଗୁଲ ଆକାଉଣ୍ଟ ଏଣ୍ଟର କରିବାକୁ ପଡ଼ିବ। ଯାହାର ବ୍ୟବହାର ଆପଣଙ୍କୁ ନିଜ ଫୋନରେ କରିବାକୁ ପଡ଼ିବ। ଆକାଉଣ୍ଟ ଡିଟେଲ୍ସ ଦେଇ ଏହାକୁ ଲଗ୍ଇନ୍ କରନ୍ତୁ।

୩. ଲଗ୍ଇନ୍ କରିବା ପରେ ଆପଣଙ୍କୁ ସମସ୍ତ ସ୍ମାର୍ଟ ଫୋନର ତାଲିକା ଦେଖାଦେବ। ଯେଉଁଥିରେ ଆପଣଙ୍କ ଜିମେଲ୍ ଆାକାଉଣ୍ଟ ଲଗ୍ଇନ୍ ଥିବ।

୪. ଏହି ତାଲିକାରେ ଆପଣଙ୍କୁ ଏହି ସ୍ମାର୍ଟଫୋନ୍ ବାଛିବାକୁ ପଡ଼ିବ। ଯାହାର ଲକ୍ ପାସଓ୍ବାର୍ଡ ଆପଣ ଭୁଲିଯାଇଛନ୍ତି।

୫. ଏଠାରେ ଆପଣଙ୍କୁ ଲକ୍ ୟୋର୍ ଫୋନର ବିକଳ୍ପ ମିଳିବ। ଏଠାରେ କ୍ଳିକ୍ କରିଦିଅନ୍ତୁ। ଏଠାରେ ଆପଣଙ୍କୁ ନୂଆ ପାସଓ୍ବାର୍ଡ କିମ୍ବା ପିନ୍ ଦେବାକୁ ପଡ଼ିବ।

୬. ଏହାଦ୍ବାରା ଆପଣଙ୍କ ଫୋନ୍ ଯେଉଁଠି ବି ଥିବ ଲକ୍ ହୋଇଯିବ। ଏବଂ କେହି ବି ଅନ୍ୟ ବ୍ୟକ୍ତି ଏହାକୁ ଖୋଲି ପାରିବେ ନାହିଁ।

୭. ଏଠାରୁ ଆପଣ ଫୋନକୁ ନିଜେ ସାଇନ ଆଉଟ୍ କରିପାରିବେ। ଏହା ସହିତ ଫୋନ୍ ଡାଟାକୁ ବ୍ୟବହାର ମଧ୍ୟ କରିପାରିବେ।

୮. ଏହି ସବୁ ଉପାୟ ପାଇଁ ଆପଣଙ୍କ ଫୋନରେ ଇଣ୍ଟରନେଟ୍ ଥିବା ଜରୁରୀ।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.