PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ଦଳ ମାଲେସିଆ ଗସ୍ତରେ ଯାଇଛନ୍ତି, ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗ ନେବେ
  • ||
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଆଉଟ୍ ନଦେବାରୁ ରାଗିଗଲେ ପାକ୍‌ ବୋଲର, ଜବରଦସ୍ତ ଅମ୍ପାୟାରଙ୍କ ଆଙ୍ଗୁଠି ଉଠାଇବାକୁ କଲେ ଚେଷ୍ଟା

ରାୱଲପିଣ୍ଡି,୩୦।୬: ପାକିସ୍ତାନ କ୍ରିକେଟ ଟିମ୍ ଚଳିତ ମାସ ଶ୍ରୀଲଙ୍କା ଗସ୍ତରେ ଯିବ। ସେଠାରେ ତାକୁ ୨ଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍ ଖେଳିବାର ଅଛି, କିନ୍ତୁ ଏହା ପୂର୍ବରୁ ପାକିସ୍ତାନୀ ଟିମ୍ ରାୱଲପିଣ୍ଡି ପଡିଆରେ ପ୍ରାକ୍ଟିସ୍ ମ୍ୟାଚ୍‌ ଖେଳିଛି। ଏହି ମ୍ୟାଚରେ ପାକିସ୍ତାନୀ ବୋଲର ହସନ ଅଲ୍ଲୀ ଏଭଳି କିଛି କାର୍ଯ୍ୟ କରିଥିଲେ, ଯାହାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି।

ପ୍ରାକ୍ଟିସ୍ ମ୍ୟାଚ୍‌ ବେଳେ ପାକିସ୍ତାନର ହସନ୍ ଅଲ୍ଲୀ ନିଜର ସାଥୀ ସଲମାନ ଅଲ୍ଲୀ ଆଗାଙ୍କୁ ବୋଲି କରୁଥିଲେ, ସେତେବେଳେ ତାଙ୍କର ବଲ୍‌ ସଲମାନଙ୍କ ପ୍ୟାଡ୍‌ରେ ବାଜିଥିଲ। ଏହାକୁ ନେଇ ହସନ ଅଲ୍ଲୀ ଏଲବିଡବ୍ଲ୍ୟୁର ଜୋରଦାର ଅପିଲ କରିଥିଲେ, କିନ୍ତୁ ଅମ୍ପାୟର ସଲମାନଙ୍କୁ ଆଉଟ୍ ଦେଇନଥିଲେ। ଏହାପରେ ହସନ୍ ଅଲ୍ଲୀ ନିଜେ ଅମ୍ପାୟରଙ୍କ ପାଖକୁ ଚାଲିଯାଇଥିଲେ ଓ ତାଙ୍କର ଆଙ୍ଗୁଠି ଧରି ଆଉଟ୍ ଦେବାକୁ ଇଶାରା କରିଥିଲେ। ଏହାଦେଖି ଷ୍ଟାଡିୟମରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅମ୍ପାୟରଙ୍କ ସହ ଏଭଳି କରିବା ବେଳେ ସେ ହସୁଥିବାର ଦେଖିବାକୁ ମିଳିଥିଲେ। ଏବେ ହସନ ଅଲ୍ଲୀଙ୍କର ଏହି କାର୍ଯ୍ୟକଳାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଲୋକମାନେ ତାଙ୍କର ଏହି ଅଭଦ୍ରାମୀ କାର୍ଯ୍ୟ ପାଇଁ ମଧ୍ୟ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର