PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ହାତୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ହିନ୍ଦୋଳ, ୧୯/୧୧: ଶନିବାର ପୁଣି ଜଣେ ମହିଳାଙ୍କୁ ଦଳି ଦେଲା ହାତ l ନୂଆବଗ ପଞ୍ଚଯାତ ସାରାସିଙ୍ଗି ଗ୍ରାମରେ ଗ୍ରାମର ଜାହାଜ ଦେହୁରୀ (୩୫) ଶୌଚ ପାଇଁ ଘର ନିକଟ ପଡିଆକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ l ତାଙ୍କର ଗୋଡ ଦୁଇଟି ନଷ୍ଟ ହୋଇଯାଇଛି l ସଂକଟାପନ୍ନ ଅବସ୍ଥାରେ ପ୍ରଥମେ ହିନ୍ଦୋଳ ଓ ପରେ ଡାକ୍ତର ଢେଙ୍କାନାଳ ଡାକ୍ତରଖାନାକୁ ପଠାଇଦେଇଥିବା ଜଣାପଡିଛି l ଏହି ଘଟଣା ପରେ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି l

ଉଲ୍ଲେଖ ଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ଏବେ ୩୧୦ ହାତୀ ବିଚରଣ କରୁଥିବା ବେଳେ ହିନ୍ଦୋଳରେ ସର୍ବାଧିକ ହାତୀ ରହିଛନ୍ତି l ସେହି ହାରରେ ଏଠାରେ ହାତୀ-ମଣିଷ ଲଢେଇ ବଢ଼ିବାରେ ଲାଗିଛି l ବିଶେଷ କରି ମୃତାହତ ହେବା ଘଟଣା ଏଠାରେ ଅସମ୍ଭାଳ ହେଲାଣି lଏହାର ପ୍ରତିକାର ପାଇଁ ଅଧିକାରୀଙ୍କ ଆନ୍ତରିକ ନଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି l