ଖାଦ୍ୟ ପାଇଁ କାନ୍ଥ ଭାଙ୍ଗିଲା ହାତୀ, ଶୋଇଥିବା ମା- ଝିଅଙ୍କ ଉପରେ ପଡିଲା କାନ୍ଥ

କେନ୍ଦୁଝର,୩/୧୨: କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବାମେବାରୀ ଫରେଷ୍ଟ ସେକ୍ସନର ବସନ୍ତପୁର ଜରଡିସାହିରେ ଅଘଟଣ। ଶୁକ୍ରବାର ରାତି ଖାଦ୍ୟ ଅନ୍ୱେଷଣରେ ଏକ ମାଈ ହାତୀ ଜରଡିସାହିର ରାଜେନ୍ଦ୍ର ବେହେରାଙ୍କ ଘର କାନ୍ଥ ଭାଙ୍ଗି ଦେଇଥିଲା। ଘରେ ଶୋଇଥିବା ଖଟ ଉପରେ ସ୍ତ୍ରୀ ଶାନ୍ତିଲତା ଏବଂ ୧୦ ବର୍ଷ ର ଝିଅ ପୂର୍ଣ୍ଣିମା କାନ୍ଥ ପଡ଼ି ଯାଇଥିଲା। କାନ୍ଥ କଡ଼ରେ ଶୋଇଥିବା ଝିଅ ପୂର୍ଣ୍ଣିମା କାନ୍ଥ ତଳେ ଚାପି ହୋଇ ସାମାନ୍ୟ ଆହତ ହୋଇଛନ୍ତି। ତେବେ ମା, ଝିଅ ଏବଂ ପଡୋଶୀଙ୍କ ଚିତ୍କାର କରିବା ପରେ ହାତୀଟି ଚାଲି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

କିଛି ଦିନ ହେଲା ବସନ୍ତପୁର ଅଞ୍ଚଳରେ ଏକ ୨୨ ଟିକିଆ ହାତୀ ପଲ ଉପଦ୍ରବ ଜାରି ରଖିଛନ୍ତି। ଶୁକ୍ରବାର ରାତି ୧୦ ଟା ପାଖାପାଖି ଉକ୍ତ ୨୨ ଟିକିଆ ହାତୀ ପଲରୁ ଏକ ମାଈ ହାତୀ ଖାଦ୍ୟ ଅନ୍ୱେଷଣରେ ରାଜେନ୍ଦ୍ର ବେହେରାଙ୍କ ଘର କାନ୍ଥ ଠେଲି କଣା କରିଥିଲା। ରାଜେନ୍ଦ୍ର କାମ କରିବାକୁ ଯାଇଥିବା ବେଳେ ଘର ଭିତରେ ଶୋଇଥିବା ସ୍ତ୍ରୀ ଶାନ୍ତିଲତା ଏବଂ ୧୦ ବର୍ଷ ର ଝିଅ ପୂର୍ଣ୍ଣିମାଙ୍କ ଉପରେ କାନ୍ଥ ପଡ଼ିଯାଇଥିଲ। ପୂର୍ଣ୍ଣିମା କାନ୍ଥ କଡ଼ରେ ଶୋଇଥିବାରୁ ସେ କାନ୍ଥ ତଳେ ଚାପି ହୋଇ ରହି ଯାଇଥିଲେ। ଶାନ୍ତିଲତା ଏବଂ ପୂର୍ଣ୍ଣିମା ଚିତ୍କାର କରିବାରୁ ସାହି ପଡିଶା ଦୌଡ଼ି ଆସିଥିଲେ ଏବଂ ହୋ ହାଲ୍ଲା କରିବାରୁ ହାତୀଟି ସ୍ଥାନ ଛାଡି ଚାଲି ଯାଇଥିଲା। ଶୀତ ଦିନ ହେଇଥିବାରୁ କନ୍ଥା,କମ୍ବଳ ଆଦି ଘୋଡେ଼ଇ ହୋଇଥିଲେ ବୋଲି ବିଶେଷ କିଛି ହୋଇ ନଥିବା ବେଳେ ସାମାନ୍ୟ ଆହତ ହେଇଥିଲେ ପୂର୍ଣ୍ଣିମା। ଖବର ପାଇ ବନ ବିଭାଗ କର୍ମଚାରୀ ବିନୋଦ ବିହାରୀ ବେହେରା, ରୁପଶ୍ରୀ ସାହୁ ଆଦି ଘଟଣା ସ୍ଥଳରେ ପହଞ୍ଚି ପୂର୍ଣ୍ଣିମାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।