ପ୍ରମୁଖ ଖବର
  • ଭୁବନେଶ୍ୱରରେ ସିଲ୍‌ ହେଲା ୭ ବାର, ପୈଠ କରି ନଥିଲେ ଭଡ଼ା ଚୁକ୍ତିନାମା
  • ||
  • ମାର୍ଚ୍ଚ ୧୦ ଯାଏ ବଢ଼ିଲା ଇଗ୍ନୋ ନାମଲେଖା ଅବଧି, ସମସ୍ତ ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ
  • ||
  • ଶନିବାର ସତ୍‌ସଙ୍ଗ ବିହାର ଫୁଟ୍‌ ଓଭର ବ୍ରିଜ୍‌ ଲୋକାର୍ପଣ, ଉଦ୍‌ଘାଟନ୍ କରିବେ ସାଂସଦ ଅପରାଜିତ ଷଡ଼ଙ୍ଗୀ
  • ||
  • ୧୦୦ ଆସନରେ ବିଜେପି ପ୍ରାର୍ଥୀ ଚୂଡାନ୍ତ ! କଟିପାରେ ୭୦ ସାଂସଦଙ୍କ ଟିକେଟ, ନୂଆ ମୁହଁ ଓ ମହିଳାଙ୍କୁ ମିଳିପାରେ ସୁଯୋଗ
  • ||
  • ନିଳାଦ୍ରୀ ବିହାର ଏଟିଏମ୍‌ ଛକରେ ବୋମାମାଡ, ବିଳମ୍ବିତ ରାତି କାର୍‌କୁ ବୋମା ଫିଙ୍ଗି ଚମ୍ପଟ୍ ମାରିଲେ ୨ ଦୁର୍ବୃତ୍ତ
  • ||
  • ଏ ବର୍ଷ ଗ୍ରୀଷ୍ମ ଲହରୀ ଲମ୍ବିବ: ମାର୍ଚ୍ଚରୁ କଲବଲ କରିବ ଖରା, ଆକାଶରୁ ନିଆଁ ବର୍ଷିବ
  • ||

ପୁଣି ହାତୀ ମୃତ୍ୟୁ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଟଳିପଡିଲା ଦନ୍ତା

କେନ୍ଦୁଝର,୧୯/୦୩: କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ। କେନ୍ଦୁଝର ବନଖଣ୍ଡ, ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରି ଫରେଷ୍ଟ ସେକ୍ସନର ଜଡ଼ିପଦା ନିକଟରେ ଶନିବାର ରାତି ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଶନିବାର ରାତି କାଳମାଟି- ବସନ୍ତପୁର ରାସ୍ତାର ଜଡିପଦା(ପ୍ରୋ ମିନେରାଲ ଛକ) ପାଖ ରାସ୍ତା କଡ଼ରେ ଜୁରୁଡ଼ି ଠାରୁ କାଇଯୋଡ଼ା ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀଟି ପ୍ରାଣ ହରାଇଥିବା ବେଳେ ରବିବାର ସକାଳୁ ସ୍ଥାନୀୟ ଲୋକେ ହାତୀର ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ହାତୀର ଶରୀରରେ ବିଦ୍ୟୁତ୍ ତାର ଗୁଡେ଼ଇ ହୋଇରହିଛି। ସକାଳୁ ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗକୁ ଜଣାଇ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସକାଳ ୭ ଟା ପର୍ଯ୍ୟନ୍ତ ବନ ବିଭାଗର କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.