PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀ: ବଢ଼ୁଛି ବିଦେଶୀ ପକ୍ଷୀ ଶିକାର, ୭ ମୃତ ବିଦେଶୀ ପକ୍ଷୀ ଜବତ, ଶିକାରୀକୁ ଗିରଫ
  • ||
  • ସୋର: ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ, ୧୫ ଦିନର ନବଜାତକୁ ଉଦ୍ଧାର କଲେ ଚାଇଲଡ ଲାଇନ ସଦସ୍ୟ
  • ||
  • ସମ୍ବଲପୁର: ଡେବ୍ରିଗଡରେ ବୁଲିଲା ମହାବଳ ବାଘ, ଫଟୋ ଜାରି କଲା ହୀରାକୁଦ ବନ୍ୟପ୍ରାଣୀ ବିଭାଗ
  • ||

ଆତଙ୍କବାଦୀଙ୍କୁ ସମୁଦ୍ର ପଥ ଦେଇ ଆକ୍ରମଣ କରିବାକୁ ତାଲିମ ଦିଆଯାଉଛି: ନୌସେନା ମୁଖ୍ୟ ସୁନୀଲ ଲାମ୍ବା

ନୂଆଦିଲ୍ଲୀ,୫।୩: ସମୁଦ୍ର ପଥ ଦେଇ ଭାରତରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଛି ବୋଲି ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ୍‌ ସୁନୀଲ ଲାମ୍ବା ସତର୍କ କରି ଦେଇଛନ୍ତି। ମଙ୍ଗଳବାର ଦିନ ‘ଇଣ୍ଡୋ-ପେସିଫିକ୍‌ ରିଜିଓନାଲ୍‌ ଡାଇଲଗ୍‌’ରେ ଆଡ୍‌ମିରାଲ୍‌ ଲାମ୍ବା କହିଛନ୍ତି, ସମୁଦ୍ର ପଥ ସମେତ ଅନ୍ୟ ଉପାୟରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଥିବା ଆମ ପାଖରେ ଖବର ରହିଛି।

ଏଏନ୍ଆଇ ଅନୁସାରେ ନୌସେନା ମୁଖ୍ୟ ସୁନୀଲ ଲାମ୍ବା​‌ ପାକିସ୍ତାନର ନାଁ ନ ଧରି କହିଲେ କି, ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦର ଗମ୍ଭୀର ରୂପ ଭାରତ ସମ୍ମୂଖୀନ ହୋଇଛି। ମାତ୍ର ତିନି ସପ୍ତାହ ତଳେ ଆମେ ଜମ୍ମୁ କଶ୍ମୀର ରାଜ୍ୟରେ ଆତଙ୍କବାଦୀ ଆକ୍ରମଣର ଭୟାଭୟ ରୂପ ଦେଖିଛନ୍ତି। ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଥିବା ଏକ ରାଜ୍ୟ ସହଯୋଗରେ ଆତଙ୍କବାଦୀମାନେ ଏ ଭଳି ହିଂସା ପାଇଁ ଯୋଜନା କରିଥିଲେ।

ଆଡ୍‌ମିରାଲ୍‌ ଲାମ୍ବା କହିଲେ ଯେ ସମ୍ପ୍ରତି ଇଣ୍ଡୋ-ପେସିଫିକ୍‌ ଅଞ୍ଚଳ ପ୍ରମୁଖ ଆତଙ୍କ ବିପଦର ସମ୍ମୁଖୀନ ହେଉଛି। ଗତ କେତେ ବର୍ଷ ହେବ ଇଣ୍ଡୋ-ପେସିଫିକ୍‌ ଅଞ୍ଚଳ ଆତଙ୍କବାଦର ଏକାଧିକ ଉଗ୍ରରୂପ ଦେଖିଛି ।

ସମ୍ବନ୍ଧିତ ଖବର