ନୂଆଦିଲ୍ଲୀ, ୯।୬: ଆଜିକାଲି ସମାଜରେ ଗୋଟିଏରୁ ଅଧିକ ଗର୍ଲଫ୍ରେଣ୍ଡ ବା ବୟଫ୍ରେଣ୍ଡ ରଖୁଥିବାର ଖବର ଆମେ ଶୁଣୁଛେ । କିନ୍ତୁ, ଏକାଧିକ ପତ୍ନୀ ଥିବା ଖବର ଖୁବ୍ କମ୍ ଶୁଣିଥିବେ । ଠିକ୍ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଥାଇଲାଣ୍ଡରେ । ନାଖୋମର ପ୍ରାନ୍ତରେ ବାସ କରନ୍ତି ୩୬ ବର୍ଷୀୟ ନଟ୍ଟାପୋଙ୍ଗ୍ ଛବଲେମ୍ । ଯାହାଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନଟ୍ଟାପୋଙ୍ଗ୍ ପେଶାରେ ଜଣେ ସେଲ୍ସମ୍ୟାନ୍ । ରୂପ ଓ ସୌନ୍ଦର୍ଯ୍ୟରେ ସେ ଦେଖିବାକୁ ଏତେ ଖାସ୍ ନଥିଲେ ବି ତାଙ୍କ ପତ୍ନୀଙ୍କ ସଂଖ୍ୟା ଶୁଣି ମୁଣ୍ଡରେ ହାତ ଦେବେ । ନଟ୍ଟାପୋଙ୍ଗ୍ଙ୍କର ୭ ଜଣ ସୁନ୍ଦରୀ ପତ୍ନୀ ଥିବାବେଳେ ୯ଟି ପିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏବେ ବି ତାଙ୍କ ପ୍ରେମରେ ପଡ଼ନ୍ତି ଅନେକ ସୁନ୍ଦରୀ । ତେବେ ଜଣେ ବିବାହିତ ପୁରୁଷକୁ ଏତେ ମହିଳା ପସନ୍ଦ କରିବାର କାରଣ କ’ଣ ?
ନଟ୍ଟାପୋଙ୍ଗଙ୍କ କହିବାନୁସାରେ, ସେ ବିବାହ କରିଥିବା ଜାଣିବା ପରେ ବି ତାଙ୍କୁ ବିବାହ କରିବା ଅନେକ ଝିଅଙ୍କ ସ୍ୱପ୍ନ ରହିଛି । ତେବେ ତାଙ୍କର ୭ ପତ୍ନୀଙ୍କୁ ସେ କେମିତି ବିବାହ କରିଥିଲେ ? ଆସନ୍ତୁ ଜାଣିବା । ଛେବଲମ୍ ବିବାହ କରିଥିବା ପତ୍ନୀଙ୍କ ମଧ୍ୟରୁ କାହାକୁ ଫେସବୁକ୍ ମାଧ୍ୟମରେ ଭେଟିଥିଲେ ତ କାହାକୁ ଇନଷ୍ଟାଗ୍ରାମ୍ରେ ଭେଟିଥିଲେ । କିଛି ପତ୍ନୀଙ୍କୁ ନିଜ ବନ୍ଧୁ ମାଧ୍ୟମରେ ମଧ୍ୟ ଭେଟିଥିଲେ । ଆଉ ସମସ୍ତଙ୍କୁ ଫ୍ଲର୍ଟ କରି ବିବାହ କରିଥିଲେ । ତେବେ ମହିଳାଙ୍କୁ ଫ୍ଲର୍ଟ କରିବା କଳା ତାଙ୍କୁ ବେଶ୍ ଜଣା ବୋଲି ସେ କୁହନ୍ତି । ଏ ଘଟଣା ବିଷୟରେ ତାଙ୍କର ସମସ୍ତ ପତ୍ନୀ ଅବଗତ ବୋଲି ମଧ୍ୟ ସେ କୁହନ୍ତି । ବିବାହ ପୂର୍ବରୁ ସେ ନିଜ ୭ ପତ୍ନୀଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ଭେଟିବାକୁ ଯାଉଥିଲେ । ବିବାହ ପରେ ନଟ୍ଟାପୋଙ୍ଗ ତାଙ୍କ ସମସ୍ତ ପତ୍ନୀଙ୍କ ସହ ଗୋଟିଏ ଘରେ ବାସ କରୁଛନ୍ତି ।
ସେ ନିଜର ସମସ୍ତ ପତ୍ନୀଙ୍କୁ ସମାନ ଭଲପାଇବା ଦିଅନ୍ତି ଓ ସମସ୍ତଙ୍କ ସହ ସମୟ ଅତିବାହିତ କରନ୍ତି । ତେଣୁ ସମସ୍ତ ପତ୍ନୀଙ୍କୁ ନିୟନ୍ତ୍ରଣରେ ରଖିପାରିବା ସମ୍ଭବ ହୋଇପାରୁଛି ବୋଲି ସେ କହିଛନ୍ତି । ନଟ୍ଟାପୋଙ୍ଗ କୁହନ୍ତି ଯେ, ସେ ୭ ପତ୍ନୀଙ୍କୁ ସମ୍ଭାଳିବାକୁ ସକ୍ଷମ ଥିଲେ, ତେଣୁ ସମ୍ପର୍କ ରଖିଲେ । ଯଦି ଆପଣ ସମ୍ପର୍କ ସମ୍ଭାଳିବାକୁ ସକ୍ଷମ ନୁହଁ ତେବେ ସମ୍ପର୍କ ଗଢ଼ନ୍ତୁ ନାହିଁ । ନଚେତ୍, ସମ୍ପର୍କରେ ଦେଖାଦିଏ ଦୂରତା ଓ ଅଶାନ୍ତି । ବାସ୍ତବରେ ୭ ପତ୍ନୀଙ୍କୁ ବିବାହ କରି ସମସ୍ତଙ୍କୁ ଖୁସି ରଖିବା ଖୁବ୍ କଷ୍ଟକର । ଯାହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଛେବଲମ୍ ।