ନୂଆଦିଲ୍ଲୀ : ଏକ ଅଜବ ଘଟଣା ଘଟିଛି। ଇଣ୍ଟରନେଟ୍ରେ ପର୍ଣ୍ଣ ଭିଡ଼ିଓ ସର୍ଚ୍ଚ କରି ଜଣେ ବ୍ୟକ୍ତି ଅଡ଼ୁଆରେ ପଡ଼ି ଯାଇଛନ୍ତି। କାରଣ ସେହି ଭିଡ଼ିଓରେ ସେ ନିଜକୁ ଦେଖିବାକୁ ପାଇ ଥିଲେ। ଏହି ଘଟଣା ହଂକଂର ଏରିକଙ୍କ ସହ ହୋଇଛି। ଏରିକ୍ ୨୦୨୩ ମସିହାରେ ତାଙ୍କର ଗର୍ଲଫ୍ରେଣ୍ଡଙ୍କ ସହ ଚୀନ ଯାଇ ଥିଲେ। ଏହି ସମୟରେ ଉଭୟ ଏକ ହୋଟେଲରେ ରହି ଥିଲେ ,ସେତେବେଳେ ଦୁହିଁଙ୍କର କ୍ୟାମେରାରେ ଭିଡ଼ିଓ ରେକର୍ଡ ହୋଇଥିଲା। ପରେ ଏହି ଭିଡ଼ିଓ , ଏକ ଆଡଲ୍ଟ କଣ୍ଟେଣ୍ଟ ଥିବା ସାଇଟରେ ଅପଲୋଡ୍ ହୋଇ ଥିଲା। ପରେ ଆଡଲ୍ଟ କଣ୍ଟେଣ୍ଟ ସର୍ଚ୍ଚ କରି ଏରିକ ଯେବେ ଏହି ଭିଡ଼ିଓ ପାଇଲେ , ସେ ମୁଣ୍ଡରେ ହାତ ଦେଇ ବସିଲେ। ତାଙ୍କର ମୁଣ୍ଡ ଘୂରିଗଲା।
ଭିଡ଼ିଓ ଫୁଟେଜ୍ରେ ନଜର ଆସୁଛି ଯେ, ଏରିକ୍ ତାଙ୍କ ଗର୍ଲଫ୍ରେଣ୍ଡ ସହ ରୁମ୍କୁ ଯାଉଛନ୍ତି। ଏହାପରେ ଉଭୟ ସେମାନଙ୍କର ବ୍ୟାଗ୍ ତଳେ ରଖୁଛନ୍ତି ଏବଂ ଇଣ୍ଟିମେଟ୍ରେ ବ୍ୟସ୍ତ ରହୁଛନ୍ତି। ଉଭୟଙ୍କୁ ଏହି କଥାର ଅନ୍ଦାଜ ବି ନଥିଲା ଯେ, ହୋଟେଲ୍ ରୁମ୍ରେ ଲାଗିଥିବା ଗୁପ୍ତ କ୍ୟାମେରାରେ ତାଙ୍କର ଏସବୁ କାର୍ଯ୍ୟ ରେକର୍ଡ ହେଉଛି। ବିବିସି ମୁତାବିକ , ଏହି ଭିଡ଼ିଓକୁ ଏ ଦୁହିଁଙ୍କୁ ନଜଣାଇ ଆଡଲ୍ଟ ୱେବସାଇଟ୍ରେ ଅପଲୋଡ୍ କରି ଦିଆ ଯାଇଥିଲା। ଏହାପରେ ବିଶ୍ୱରେ ହଜାର ହଜାର ୟୁଜର ତାଙ୍କର ଭିଡ଼ିଓ ଦେଖି ଥିଲେ।
ଏରିକ୍ ଏହି ଅନୁଭବକୁ ଖୁବ୍ ଭୟାନକ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଯେବେ ପ୍ରଥମ ଥର ସେ ନିଜକୁ ଦେଖିଲେ ତ ବିଶ୍ୱାସ କରି ପାରିଲେ ନାହିଁ। ଯେବେ ସେ ଏହି କଥା ତାଙ୍କର ଗର୍ଲଫ୍ରେଣ୍ଡଙ୍କୁ କହିଲେ ତ ସେ ଭାବିଲେ ସେ ମଜାକ କରୁଛନ୍ତି। କିନ୍ତୁ ଯେବେ ସେ ନିଜେ ଭିଡ଼ିଓ ଦେଖିଲେ ତ ଭୟଭୀତ ହୋଇଗଲେ। ସେ ଏହା ଭାବି ଡ଼ରିଗଲେ ଯେ, ତାଙ୍କୁ ଜାଣି ଥିବା ଲୋକ , ବନ୍ଧୁ , ଘରଲୋକ , ସଂପର୍କୀୟ , ସହକର୍ମୀ ମାନେ ପୂର୍ବରୁ ବୋଧେ ଏହି ଫୁଟେଜ୍କୁ ଅନଲାଇନ୍ରେ ଦେଖି ସାରିଛନ୍ତି। ଭିଡ଼ିଓ ସାମ୍ନାକୁ ଆସିବା ପରେ କପଲ କିଛି ସପ୍ତାହ ଯାଏ କଥାବାର୍ତ୍ତା ହେଲେ ନାହିଁ। ଏବେ ଉଭୟ ଯେବେ ବି ବାହାରକୁ ଯାଉଛନ୍ତି, ନିଜକୁ ଲୁଚାଇବା ପାଇଁ ଟୋପି ପିନ୍ଧନ୍ତି । ଅନ୍ୟପଟେ ହୋଟେଲ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି।
ଏରିକ କହିଛନ୍ତି , ଯେ ଏହି ଅନୁଭବ ସ୍ପାଇ-କ୍ୟାମେରା ପର୍ଣ୍ଣଗ୍ରାଫି କୁ ନେଇ ତାଙ୍କର ମତ ସଂପୂର୍ଣ୍ଣ ବଦଳି ଯାଇଛି। ସେ କହିଛନ୍ତି ଯେ, ଏବେ ସେ ଏହିପରି କଣ୍ଟେଣ୍ଟ ଦେଖିବା ବନ୍ଦ କରି ଦେଇଛନ୍ତି।ସେ ଏହି ୱେବଲାଇଟ୍କୁ ଯିବା ମଧ୍ୟ ଛାଡି ଦେଇଛନ୍ତି।