PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଅଟକ
  • ||
  • ଭୁବନେଶ୍ୱର: ଥଣ୍ଡା ଜ୍ୱରରେ ରାଜ୍ୟ କଲବଲ: ପୀଡ଼ିତ ଶିଶୁଙ୍କ ସଂଖ୍ୟା ୩ଗୁଣ ବଢ଼ିଛି, ଚିନ୍ତାରେ ଅଭିଭାବକ
  • ||
  • ଭୁବନେଶ୍ୱର: ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ
  • ||
  • ଭୁବନେଶ୍ୱର: ସରିଲା ଖଣ୍ଡଗିରି କୁମ୍ଭମେଳା, ଫେରିଲେ ସାଧୁସନ୍ଥ
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୭.୮
  • ||

ମୃତ୍ୟୁର ପଞ୍ଝାରୁ ଫେରିବାକୁ ​ ସେ କରିଥିଲା ଅନେକ ଚେଷ୍ଟା; ହେଲେ ଏ ଦୁନିଆରେ ତା ପାଇଁ ଜାଗା ନଥିଲା ; ଶେଷରେ ମୃତ୍ୟୁର ବିଛଣାରେ ସେ ଶୋଇଯାଇଥିଲା ନୀରବ ହୋଇ

Pic : BBC

ଫଟୋ କହେ କାହାଣୀ,୦୩/୦୪: ଫଟୋ କହେ କାହାଣୀରେ ଆଜି ଆମେ ଆପଣଙ୍କୁ ଏମିତି ଏକ ନିଚ୍ଛକ ସତ ଘଟଣା କହିବାକୁ ଯାଉଛୁ, ଯାହା ଜାଣିବା ପରେ ଆପଣଙ୍କ ଛାତି ମଧ୍ୟ ଥରିଉଠିବ। ଆଉ ଏହି ଘଟଣା ବିଷୟରେ ଯେତେବେଳେ ସାରା ବିଶ୍ବ ଜାଣିଥିଲା ସେତେବେଳେ ଲଜ୍ଜିତ ହୋଇଥିଲା ବିଶ୍ବ ମାନବିକତା। ଲୁହରେ ଭିଜିଥିଲା ସମସ୍ତଙ୍କ ଆଖି। ମା କୋଳରେ ପୁଅ ଶୋଇଲା ଭଳି ସମୁଦ୍ରର କୂଳରେ ଏ ଛୁଆଟି ସତେ ଯେମିତି ସବୁଦିନ ପାଇଁ ଶୋଇଯାଇଛି। ଏବେ ଆସନ୍ତୁ ଜାଣିବା କିଏ ଏହି ଛୋଟଛୁଆ, ଆଉ କଣ ତାର କାହାଣୀ।

ଚିର ନିଦ୍ରାରେ ଶୋଇଥିବା ଏହି କୁନି ବାଳକ ହେଉଛି ସିରିଆର ରିଫ୍ୟୁଜି ଏଲାନ୍‌ କୁର୍ଦ୍ଦି। ସମୁଦ୍ରର ଢେଉ ବାରମ୍ବାର କୁର୍ଦ୍ଦି ମୁହଁକୁ ଛୁଇଁ ପୁଣି ଫେରିଯାଉଛି। କାଳେ ମୂର୍ଚ୍ଛା ଯାଇଥିବା କୁନି କୁର୍ଦ୍ଦି ଚେତା ପାଇ ପୁଣି ଉଠି ବସିବ।ନାଁ କୁର୍ଦ୍ଦି କିନ୍ତୁ ନିରବ ନିଥର ହୋଇ ଶୋଇଯାଇଛି ଚିର ନିଦ୍ରାରେ। କ’ଣ ବା କରିଥିଲା ସେ। ମୃତ୍ୟୁର ନିଷ୍ଠୁର ପଞ୍ଝାରୁ ଜୀବନ ଖୋଜିବାକୁ ଜାଗା ଟିଏ ତ ମାଗିଥିଲା। କିନ୍ତୁ ଏତେବଡ଼ ଦୁନିଆରେ ତାକୁ ଜାଗାଟିଏ ମିଳିଲାନି ବୋଲି ଏଇଠି ନିରବରେ ଶୋଇ ଯାଇଛି। ୨୦୧୫ ଡିସେମ୍ବର ୨ ତାରିଖରେ କୁର୍ଦ୍ଦିଙ୍କର ଏହି ଫଟୋ ଲୋକ ଲୋଚନକୁ ଆସିଥିଲା। ତା ପରେ ଏ କରୁଣ ଚିତ୍ରରେ ବିଦାରି ହୋଇଯାଇଥିଲା ସାରା ବିଶ୍ୱର ଛାତି।

ସିରିଆରେ ବସର ଅଲ ଅସାଦ ସରକାର ଓ ବିଦ୍ରୋହି ସେନାଙ୍କ ମଧ୍ୟରେ ଲାଗିଥିବା ଗୃହଯୁଦ୍ଧରେ ଟଳି ପଡ଼ୁଥିଲା ହଜାର ହଜାର ଜୀବନ। ବନ୍ଧୁକ ଓ ଗୋଳାବାରୁଦରେ ଗନ୍ଧରେ ଅକ୍ତାମାକ୍ତ ହୋଇ ଦେଶ ଛାଡ଼ୁଥିଲେ ସିରିଆ ନାଗରିକ। ମୃତ୍ୟୁର ପଞ୍ଝାରୁ ଜୀବନ ଖୋଜିବା ପାଇଁ ଦେଶାନ୍ତରୀ ହେଉଥିଲେ ଲୋକେ। ଏଲାନ୍‌ କୁର୍ଦ୍ଦିଙ୍କ ପରିବାର ବି ଜୀବନ ବଞ୍ଚାଇବା ପାଇଁ ସପରିବାରେ ବସିପଡ଼ିଲେ ଡଙ୍ଗାରେ। ସବୁଦିନର ଏଇ ରକ୍ତପାତରୁ ରକ୍ଷା ପାଇବା ପାଇଁ ଏଲାଙ୍କ ବାପା ଅବ୍‌ଦୁଲ୍ଲା ସମୁଦ୍ର ପଥରେ ଯାତ୍ରା କରି କାନାଡ଼ା ଯିବାକୁ ଚାହୁଁଥିଲେ। ସେଠି ପରିବାର ସହିତ ବଞ୍ଚିବାକୁ ଚାହୁଁଥିଲେ ଶାନ୍ତିର ଜୀବନ। କିନ୍ତୁ ସମୁଦ୍ର ଗର୍ଭରେ ବେଶି ସମୟ ତିଷ୍ଟି ପାରିଲାନି ଜୀବନ ଡଙ୍ଗା।

ସମୁଦ୍ର ଉତ୍ତାଳ ଢେଉ ମାଡ଼ରେ ଅବ୍‌ଦୁଲ୍ଲାଙ୍କ ବଡ଼ପୁଅ ଗାଲୀବ ତାଙ୍କ ହାତରୁ ଖସିଗଲେ ସମୁଦ୍ର ଗର୍ଭକୁ। ତା ପରେ ତାଙ୍କ ପତ୍ନି ଓ ପରେ ସବୁଠୁ ସାନ, ଘରର ଗେହ୍ଲା ଏଲାନ୍‌ ବି ଗଳିପଡ଼ିଲା ଗଭୀର ସମୁଦ୍ରରେ। ଅବ୍‌ଦୁଲ୍ଲାଙ୍କୁ ଛାଡ଼ି ତାଙ୍କ ପରିବାରରେ ଆଉ କେହି ବଞ୍ଚିଲେନି। ଶେଷରେ ଏଲାନ୍‌ର ଶବ ତୁର୍କିର ବୋଡ୍‌ରମ ସମୁଦ୍ର କୂଳରେ ସତ୍କାର କରାଗଲା। ଏହାପରେ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଗଲା। ଅନେକ ରାଷ୍ଟ୍ର କାନାଡ଼ା ଉପରେ ସ୍ଥାନ ନଦେବାର ଅଭିଯୋଗ ମଧ୍ୟ ଲଗାଇଲେ। ଏମିତି ଚାଲିଲା ଅନେକ ପ୍ରତ୍ୟାରୋପ। ଏଲାନ୍‌ର ବାପା କିନ୍ତୁ ଚାହୁଁଥିଲେ ଶାନ୍ତି। ଆଉ ଏବେ ସେ ଇରାକ୍‌ରେ ଈରବୀ ସହରରେ ରହୁଥିବା ଜଣାପଡ଼ିଛି। ଘଟଣାରେ ଚାରି ବର୍ଷ ପରେ ଏଲାନ୍‌ଙ୍କ ପରିବାର ମୃତ୍ୟୁର ଦଣ୍ଡ ସ୍ୱରୂପ ତୁର୍କୀ କୋର୍ଟ ମାନବ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ୧୨୫ ବର୍ଷର ଜେଲ୍‌ ଦଣ୍ଡ ଶୁଣାଇଲେ। ତେବେ ଘଟଣାବହୁଳ ଏଇ ଜୀବନ ଏମିତି ତାଲିଥିବ। କିନ୍ତୁ ସମୟ ସହିତ ତୁର୍କିର ବୋଡ୍‌ରମ ସମୁଦ୍ର କୂଳରେ ଏଲାନ୍‌ର ଏମିତି ନିରବ ଶୟନ ସବୁଦିନ ପାଇଁ ସମସ୍ତଙ୍କ ମନରେ ଚିତ୍ର ପରି ଆଙ୍କି ହୋଇ ରହିଯିବ। ଏଲାନ୍‌ ସିନା ସମସ୍ତଙ୍କ ମନରେ ଜୀବୀତ ରହିବ କିନ୍ତୁ ଏ ମାନବ ସମାଜ ଜୀବୀତ ରହି ଏଲାନ୍‌ ମୃତ୍ୟୁରେ ନିଜକୁ ଦାୟୀ କରି ସବୁବେଳେ ଲଜ୍ଜ୍ୱିତ ହେଉଥିବ।

ସମ୍ବନ୍ଧିତ ଖବର