PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

‘ଫୁଡ୍ ଫର୍ ଅଲ୍’ ସ୍କିମ୍ ଜରିଆରେ ଆଜିଠୁ ପ୍ରତି ପରିବାର ପାଇବେ ରାସନ କାର୍ଡ, ଏଭଳି କରନ୍ତୁ ଆବେଦନ

ଛତିଶଗଡ଼ରେ ଭୁପେଶ ସରକାରଙ୍କ ‘ଫୁଡ୍ ଫର୍ ଅଲ୍’ ସ୍କିମ୍ ଜରିଆରେ ସୋମବାର ଠାରୁ ଏକ ନୂଆ ନିୟମ ଲାଗୁ କରାଯାଇଛି। ଏବେ ପ୍ରତି ପରିବାରରେ ରାସନ କାର୍ଡ ତିଆରି ହେବ। ଏଥିରେ ପ୍ରାୟ ୫୮ ଲକ୍ଷ ୫୪ ହଜାର ରାସନ କାର୍ଡର ନବୀକରଣ କରାଯିବ। ଏଥିପାଇଁ ସମସ୍ତ ଗ୍ରାମ ପଂଚାୟତ ଏବଂ ସହରାଞ୍ଚଳର ବୋର୍ଡରେ ଆବେଦନ ଶିବିରର ଆୟୋଜନ କରାଯିବ।

ଜୁଲାଇ ୧୫ରୁ ୨୯ ତାରିଖ ମଧ୍ୟରେ ଆବେଦନ ଜମା କରିବାକୁ ପଡ଼ିବ। ଯାହା ପାଖରେ ପ୍ରଥମରୁ ରାସନ କାର୍ଡ ଅଛି ସେମାନେ ମଧ୍ୟ ନବୀକରଣ ପାଇଁ ଆବେଦନ କରିବେ। କାରଣ ପୁରୁଣା କାର୍ଡ ଅମାନ୍ୟ ଘୋଷିତ କରାଯିବ। ଆବେଦନ ନେବା ପରେ ୧ରୁ ଡିସେମ୍ବର ୮ତାରିଖ ପର୍ଯ୍ୟନ୍ତ ସମସ୍ତ ଗ୍ରାମ ପଂଚାୟତ ଏବଂ ସହରାଞ୍ଚଳର ବୋର୍ଡରେ ଶିବିର କରାଯାଇ ନୂଆ ରାସନ କାର୍ଡ ବିତରଣ କରାଯିବ।

କାର୍ଡ ତିଆରି କରିବା ପାଇଁ କୈାଣସି ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ଲୋକଙ୍କୁ ଯେମିତି କୈାଣସି ଅସୁବିଧା ନ ହେବ ସେଥିପାଇଁ ନୂଆ କାର୍ଡ ଜାରି ହେବା ପର୍ଯ୍ୟନ୍ତ ପୁରୁଣା କାର୍ଡରେ ହିଁ ରାସନ ବିତରଣ କରାଯିବ। ବିପିଏଲ ସହିତ ଏପିଏଲ୍ ରାସନ କାର୍ଡ ମଧ୍ୟ ତିଆରି କରାଯିବ।

ନୂଆ ରାସନ କାର୍ଡ ନେବା ସମୟରେ ପ୍ରଥମେ ପୁରୁଣା ରାସନ କାର୍ହ ଜମା କରିବାକୁ ପଡ଼ିବ। ରାସନ କାର୍ହ ନବୀକରଣ ପାଇଁ ଫର୍ମ ସହିତ ମୁଖିଆଙ୍କ ପାସପୋର୍ଟ ସାଇଜର ଦୁଇଟି ଫଟୋ, ଆଧାର କାର୍ଡ, ବ୍ୟାଙ୍କ ଖାତାର ଜେରକ୍ସ ଦେବାକୁ ପଡ଼ିବ।