PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ବ୍ୟବହାର କରୁଛନ୍ତି କି ଅଧିକ ସମୟ ହେଡ୍‌ଫୋନ୍‌ ? ସାବଧାନ ! ସାମ୍ନା କରିପାରନ୍ତି ଗୁରୁତର ସମସ୍ୟା

ଆପଣ ଅଧିକ ସମୟ ହେଡ୍‌ଫୋନ୍‌ ବ୍ୟବହାର କରୁଛନ୍ତି କି ? ଯଦି କରୁଛନ୍ତି ହୋଇଯାଆନ୍ତି ସାବଧାନ। ନହେଲେ ଗୁରୁତର ସମସ୍ୟାର ସାମ୍ନା କରିପାରନ୍ତି। ହେଡ୍‌ଫୋନ୍‌ର ମାତ୍ରାଧିକ ବ୍ୟବହାର ଦ୍ୱାରା ଶୁଣିବା ଶକ୍ତି ହରାଇପାରନ୍ତି । ଯେତେବେଳେ ଆମ କାନ ୮୫ ଡେସିବେଲ୍‌ରୁ ଅଧିକ ଭଲ୍ୟୁମ୍‌ ଶୁଣିଥାଏ, ସେତେବେଳେ ଭିତର କାନର ସେଲ୍‌ଗୁଡିକ ଡ୍ୟାମେଜ୍‌ ହେବା ଆରମ୍ଭ କରିଥାଏ ।

ଦେଖାଯାଉଛି ଯେ ଅଧିକ ହୋଡଫୋନ୍‌ ବ୍ୟବହାର କରୁଥିବା ଲୋକମାନଙ୍କର ଶୁଣିବା କ୍ଷମତା ସାଧାରଣ ଲୋକଙ୍କଠାରୁ ସାମାନ୍ୟ କମ୍‌ ।ଅବଶ୍ୟ କିଛି ଲୋକ କେବଳ ଖୁସି ପାଇଁ ହେଡ୍‌ଫୋନ୍‌ ବ୍ୟବହାର କରିଥାନ୍ତି । ପ୍ରଥମେ ଦେଖନ୍ତୁ ଏହାର ଆବଶ୍ୟକତା । ଯଦି ଖୁବ୍‌ ଜରୁରି, ତେବେ କିଛିଟା ନିୟମ ପାଳନ କରି ଏହାର ନଏଜ୍‌ କ୍ୟାନ୍ସଲେସନ୍‌ ଫିଚର୍‌ ବ୍ୟବହାର କରନ୍ତୁ। ହେଡ୍‌ଫୋନ୍‌ରେ ବ୍ୟାଗ୍‌ଗ୍ରାଉଣ୍ଡ ଆବାଜ୍‌କୁ କାଟିବା ପାଇଁ ନଏଜ୍‌ କ୍ୟାନ୍ସଲେସନ୍‌ ଫିଚର ରହିଥାଏ ।

ବାହାରର ଆବାଜ୍‌କୁ କାଟିବା ପାଇଁ ଏହି ବ୍ୟବସ୍ଥା ରହିଥାଏ । ଯଦି ଆପଣ କୌଣସି ଗହଳିପୂର୍ଣ୍ଣ ସ୍ଥାନରେ କାମ କରୁଥାନ୍ତି, ତେବେ ଏଭଳି ହେଡ୍‌ଫୋନ୍‌ ହିଁ ନିଅନ୍ତୁ । ୬୦/୬୦ ନିୟମ ଆପଣାନ୍ତୁ ଏହା ଆପଣଙ୍କ କାନକୁ ଆରାମ ଦେଇଥାଏ । ଯେଉଁମାନେ ଦୀର୍ଘସମୟ ଯାଏ ହେଡ୍‌ଫୋନ୍‌ ଲଗାଇ କାମ କରୁଥାନ୍ତି, ସେମାନେ ଏହି ନିୟମକୁ ପାଳନ କରିବା ବହୁତ ଜରୁରି । ଏହି ନିୟମାନୁସାରେ ଆପଣଙ୍କ ଡିଭାଇସ୍‌ର ଭଲ୍ୟୁମ ୬୦ ପ୍ରତିଶତରୁ ଅଧିକ ହୋଇ ନଥାଏ । ସେହିପରି ପ୍ରତି ୬୦ ମିନିଟ୍‌ରେ ଥରେ ହେଡ୍‌ଫୋନ୍‌କୁ ବାହାର କରି କାନକୁ ଆରାମ ଦେବା ଦରକାର । ହେଡଫୋନ୍‌କୁ ସଫା ରଖନ୍ତୁ କାନକୁ କୌଣସି ସଂକ୍ରମଣରୁ ରକ୍ଷା କରିବା ପାଇଁ ହେଡ୍‌ଫୋନ୍‌କୁ ସବୁବେଳେ ସଫା ରଖନ୍ତୁ । ନିଜ ହେଡଫୋନ୍‌କୁ ଅନ୍ୟ କାହାକୁ ଦିଅନ୍ତୁନାହିଁ । ହେଡ୍‌ଫୋନ୍‌ ସଫା କରିବା ସମୟରେ ଏହାର ସ୍ପଞ୍ଜଗୁଡିକୁ ଓଦା କରନ୍ତୁନି । ନଚେତ୍‌ ସାଉଣ୍ଡ କ୍ୱାଲିଟି ଖରାପ ହୋଇପାରେ । ହୋଡଫୋନ୍‌ ଲଗାଇବା ପରେ ହିଁ ସାଉଣ୍ଡ ସେଟ୍‌ କରନ୍ତୁ।