ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ପୋସ୍ତକ, ହାଡ ମଜଭୁତ କରିବା ସହ ଦେଇଥାଏ ଏହି ସବୁ ଫାଇଦା

ନୂଆଦିଲ୍ଲୀ ୦୨/୦୬: ଆମ ରୋଷେଇ ଘରେ ବ୍ୟବହୃତ ହେଉଥିବା ମସଲା କେବଳ ସ୍ୱାଦ ବଢାଇ ନଥାଏ । ବରଂ ଶରୀର ପାଇଁ ମଧ୍ୟ ବେଶ୍‌ ସ୍ୱାସ୍ଥ୍ୟପ୍ରଦ । ଯେମିତିକି ପୋସ୍ତକ । ଏହା ଦେଖିବାକୁ ଖୁବ୍‌ ଛୋଟ, କିନ୍ତୁ ଉପକାରୀ । ଅବଶ୍ୟ ଅଧିକ ମହଙ୍ଗା ହୋଇଥିବାରୁ ଖୁବ୍‌ କମ୍‌ ଲୋକ ଏହାକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର  କରିଥାନ୍ତି । ଅନେକ ରୋଗରୁ ରକ୍ଷା କରିଥାଏ ପୋସ୍ତକ । ଏହାକୁ ମସଲାରେ କିମ୍ବା ପାଉଡର ଭାବେ ଖାଦ୍ୟ ଉପରେ ବ୍ୟବହାର କରିପାରିବେ । 

ଏହା ପାଚନ ତନ୍ତ୍ରଠାରୁ ଆରମ୍ଭ କରି ହାଡ଼ ଯାଏ ପ୍ରାୟ ସବୁ ଅଙ୍ଗପ୍ରତ୍ୟଙ୍ଗ  ପାଇଁ ଖୁବ୍‌ ଲାଭଦାୟକ । ତେଣୁ ଏହାକୁ ଡାଏଟ୍‌ରେ ସାମିଲ୍‌ କରିବା ଉଚିତ୍‌ । ଏହାକୁ ମିଠା ଓ ଲୁଣିଆ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର କରିପାରିବେ । ଏହା  ଖାଦ୍ୟର ସ୍ୱାଦ ବଢାଇବା ସହ ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇବାରେ ସାହାଯ୍ୟ  କରିଥାଏ । ତେଣୁ ଏହାକୁ ଡାଏଟ୍‌ରେ ସାମିଲ୍‌ କରିବା ଜରୁରି । 

{"id":581592,"sizeSlug":"full","linkDestination":"none"}

ପୋସ୍ତକର ଫାଇଦା :  ଏହା ଫାଇଭର, ପ୍ରୋଟିନ୍‌, କପର୍‌, ଓମେଗା-୩, ଫ୍ୟାଟି ଏସିଡ୍‌, କ୍ୟାଲସିୟମ୍‌,  ମାଙ୍ଗାନିଜ୍‌ ଓ ଥାୟମିନ୍‌ ଆଦି ତତ୍ତ୍ୱରେ ଭରା । 

ହୃଦୟକୁ ସୁସ୍ଥ ରଖେ : ପୋଟାସିୟମ୍‌ରେ ଭରା ପୋସ୍ତକ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିବା ସହ  ହୃଦୟଜନିତ ରୋଗକୁ କମ୍‌ କରିଥାଏ । ରକ୍ତଚାପ ରୋଗୀ ଏହାକୁ ନିଶ୍ଚୟ  ଖାଇବା ଉଚିତ୍‌ । 

ହାଡ଼କୁ ମଜଭୁତ କରେ : କ୍ୟାଲସିୟମ୍‌ରେ ଭରା ପୋସ୍ତକ ହାଡ଼ ଓ ଦାନ୍ତ ପାଇଁ ବେଶ୍‌ ଲାଭଦାୟକ । 

ପାଚନ ତନ୍ତ୍ରରେ ସୁଧାର ଆଣେ : ଫାଇଭରର ପ୍ରମୁଖ ସ୍ରୋତ ହେଉଛି ପୋସ୍ତକ । ଏହା କବ୍ଚ ପରି ସମସ୍ୟାକୁ  ରୋକିବା ସହ ମଳତ୍ୟାଗକୁ ସହଜ କରିଥାଏ । ପେଟଜନିତ ସମସ୍ୟା ଥିଲେ  ପୋସ୍ତକକୁ ଡାଏଟ୍‌ରେ ସାମିଲ୍‌ କରିବା ଜରୁରି । 

ଯନ୍ତ୍ରଣାରୁ ମୁକ୍ତି ଦିଏ : ପୋସ୍ତକ ଅନେକ ପ୍ରକାରର ଶରୀର ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ । ତେଣୁ  ଏହାକୁ ଡାଏଟ୍‌ରେ ସାମିଲ୍‌ କରିବା ଆବଶ୍ୟକ ।

wp:heading {"level":3}

you can read...

/wp:heading wp:embed {"url":"https://www.prameya.com/reason-of-feeling-hungry-every-time-after-eating/","type":"wp-embed","providerNameSlug":"prameya"}
https://www.prameya.com/reason-of-feeling-hungry-every-time-after-eating/
/wp:embed

Copyright © 2022 - Summa Real Media Private Limited. All Rights Reserved.