ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମାତ୍ରାଧିକ ଷ୍ଟେରଏଡ୍‌ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ...

Published By : Harapriya Sethi | March 21, 2025 2:58 PM

ଷ୍ଟେରଏଡ୍ ଏକ ପ୍ରକାରର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ, ଯାହା ଶରୀର ଆଲର୍ଜିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହି ଔଷଧକୁ ଖାସ୍‌ କରି ଆଜ୍ମା ଏବଂ ଆଲର୍ଜି, ଗୁରୁତର ଚର୍ମ ରୋଗ, ଗଣ୍ଠି ରୋଗ, ଅଟୋଇମ୍ମ୍ୟୁନ୍ ରୋଗ, ଆଖି ଫୁଲିବା ଭଳି ରୋଗରେ ବ୍ୟବହୃତ କରାଯାଇଥାଏ । ଏହା ବ୍ୟତୀତ ଏହି ଷ୍ଟେରଏଡ୍‌କୁ ଜିମ୍‌ରେ ମଧ୍ୟ ବ୍ୟବହାର କରାଯାଇଥାଏ । ଜିମ୍‌ରେ ବଡି ବିଲ୍‌ଡିଂ କରୁଥିବା ବ୍ୟକ୍ତିମାନେ ମଧ୍ୟ ଷ୍ଟେରଏଡ୍‌ ବ୍ୟବହାର କରିଥାନ୍ତି । ସେମାନେ ବିଶେଷ କରି ଇଂଜେକ୍ସନ୍‌ ମାଧ୍ୟମରେ ଏହି ଷ୍ଟେରଏଡ୍‌କୁ ଗ୍ରହଣ କରିଥାନ୍ତି । କାରଣ ଏହି ଷ୍ଟେରଏଡ୍‌ ସେମାନଙ୍କ ଶରୀରକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ । ହେଲେ ଏହାକୁ ଡାକ୍ତରଙ୍କ ପରାମର୍ଶ ବିନା ଗ୍ରହଣ କରିବା ବିପଦଜନକ ସାବ୍ୟସ୍ତ ହୋଇପାରେ । ଯଦି ଆପଣ ମଧ୍ୟ ଷ୍ଟେରଏଡ୍ ବ୍ୟବହାର କରୁଛନ୍ତି, ତେବେ ସତର୍କ ରୁହନ୍ତୁ । କାରଣ ଏହା ଆପଣଙ୍କ ଦୃଷ୍ଟି ଶକ୍ତିକୁ କମାଇ ଆପଣଙ୍କୁ ସବୁଦିନ ପାଇଁ ଅନ୍ଧ କରିପାରେ। AIIMS ଡାକ୍ତରମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଆପଣ ଷ୍ଟେରଏଡ୍ କିମ୍ବା ଷ୍ଟେରଏଡ୍‌ ଥିବା ସ୍କିନ୍‌ କ୍ରିମ୍, ସ୍ପ୍ରେ କିମ୍ବା ଇନହେଲର୍‌ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ଆଖି କ୍ଷତିଗ୍ରସ୍ତ ହୋଇପାରେ । ୬ ସପ୍ତାହରୁ ଅଧିକ ସମୟ ଧରି ନିରନ୍ତର ଷ୍ଟେରଏଡ୍ ସେବନ କଲେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହା କାହିଁକି ଏତେ ବିପଦପୂର୍ଣ୍ଣ ଏବଂ AIIMS ଡାକ୍ତରମାନେ ଏହା ବିଷୟରେ କ’ଣ ଚେତାବନୀ ଦେଇଛନ୍ତି । 

ଷ୍ଟେରଏଡ୍‌ ଟାବଲେଟ୍‌, ଇଞ୍ଜେକ୍ସନ୍‌, କ୍ରିମ୍‌ ଏବଂ ଆଖି ଡ୍ରପ୍‌ ଆକାରରେ ବ୍ୟବହାର କରାଯାଏ। କିନ୍ତୁ ଦୀର୍ଘ ସମୟ ଧରି କିମ୍ବା ଡାକ୍ତରଙ୍କ ପରାମର୍ଶ ବିନା ସେଗୁଡ଼ିକୁ ବ୍ୟବହାର କରିବା ଦ୍ୱାରା ଗୁରୁତର ଚକ୍ଷୁ ରୋଗ ହୋଇପାରେ । AIIMS ଡାକ୍ତରମାନେ କହିଛନ୍ତି ଯେ, ଥଣ୍ଡା ପାଇଁ ଇନହେଲର୍‌, ନାକର ଆଲର୍ଜି ପାଇଁ ନାଜାଲ୍ ସ୍ପ୍ରେ କିମ୍ବା ଚର୍ମ ସଂକ୍ରମଣ ପାଇଁ ଦିଆଯାଉଥିବା କ୍ରିମରେ ଷ୍ଟେରଏଡ୍ ରହିଥାଏ । ଏଗୁଡ଼ିକର ଦୀର୍ଘକାଳୀନ ବ୍ୟବହାର ଆଖିର ଅପ୍ଟିକ୍ ସ୍ନାୟୁକୁ କ୍ଷତି ପହଞ୍ଚାଇପାରେ । ଏହି ସ୍ନାୟୁଗୁଡ଼ିକ ଆଖିକୁ ମସ୍ତିସ୍କ ସହିତ ସଂଯୋଗ କରିଥାନ୍ତି । ଯଦି ଏହି ସ୍ନାୟୁ ଗୁଡ଼ିକ କ୍ଷତିଗ୍ରସ୍ତ ହୁଏ, ତେବେ ଆପଣଙ୍କ ଦୃଷ୍ଟିଶକ୍ତି ପୁଣି ଥରେ ଫେରେଇ ଅଣାଯାଇପାରିବନାହିଁ।

AIIMS ଗ୍ଲୁକୋମା ୟୁନିଟ୍‌ର ମୁଖ୍ୟ ପ୍ରଫେସର୍‌ ଡକ୍ଟର ତନୁଜ ଦାଦା କହିଛନ୍ତି ଯେ, ଆଖିରେ ଚାପ ବୃଦ୍ଧି ପାଇବା ଦ୍ଵାରା ଅପ୍ଟିକ୍ ସ୍ନାୟୁ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଯାହା ଗ୍ଲୁକୋମା ସୃଷ୍ଟି କରିପାରେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ରୋଗର ଆରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ଯେତେବେଳେ ରୋଗୀର ଗୋଟିଏ ଆଖି ସମ୍ପୂର୍ଣ୍ଣ ଭାବରେ ଦୃଷ୍ଟିଶକ୍ତି ହରାଇଥାଏ, ସେତେବେଳେ ଏହି ରୋଗ ବିଷୟରେ ଜଣା ପଡିଥାଏ ।

ଡାକ୍ତରମାନଙ୍କ ମତ ଅନୁଯାୟୀ, ଅତ୍ୟଧିକ ମାନସିକ ଚାପ ଆଖି ଉପରେ ଚାପ ବୃଦ୍ଧି କରିଥାଏ । ଅଧିକ ଚାପ ଯୋଗୁଁ ଶରୀରରେ କର୍ଟିସୋଲ୍‌ ହରମୋନ୍‌ ବୃଦ୍ଧି ପାଏ। ଏହା ଆଖିର ଚାପ ବୃଦ୍ଧି କରେ, ଯାହା ମୋତିଆବିନ୍ଦୁ ହେବାର ଆଶଙ୍କା ବଢ଼ାଇଥାଏ। ସାଧାରଣତଃ, ଆଖିର ଚାପ ୧୦-୨୧ ଏମ୍‌ଏମ୍‌ ଏଚ୍‌ଜି ଥାଏ, କିନ୍ତୁ ମାନସିକ ଚାପ ଏହାକୁ ଆହୁରି ବଢାଇ ଦେଇଥାଏ । ତେଣୁ ସମସ୍ତେ ଏହି ଔଷଧ ଏବଂ ମାନସିକ ଚାପରୁ ଦୂରେଇ ରହିବା ଉଚିତ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.