ଆପଣ ହାର୍ଟ ପେସେଣ୍ଟ କି ? ଏହି ସବୁ ଜିନିଷକୁ ଆଜି ହିଁ ନିଜ ଡାଇଟ୍ରୁ ଦୂର ଦିଅନ୍ତୁ

ଭୋଜନ ଓ ସ୍ୱାସ୍ଥ୍ୟର ପରସ୍ପର ମଧ୍ୟରେ ଗଭୀର ସଂପର୍କ ରହିଛି। ଏଥିପାଇଁ ଆପଣ ଯାହା ବି ଖାଆନ୍ତି ତ , ଏହାର ସିଧା ପ୍ରଭାବ ଆପଣଙ୍କର ଶରୀର ଉପରେ ପଡ଼ିଥାଏ। ଆଜିର ସମୟରେ ଲୋକେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଥାନ୍ତି , କିନ୍ତୁ ଏଥିରେ ହାର୍ଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ପଛରେ ଏକ ମୁଖ୍ୟ କାରଣ ଆପଣଙ୍କର ଖାଦ୍ୟପେୟ ମଧ୍ୟ ରହିଛି। ଏହି କ୍ରମରେ ଯଦି ହାର୍ଟ ରୋଗୀ ନିଜର ଖାଦ୍ୟପେୟର ଅଭ୍ୟାସକୁ ପରିବର୍ତ୍ତନ କରି ଦିଅନ୍ତି ତ, ଏହି ସମସ୍ୟାରୁ ରକ୍ଷା ପାଇ ପାରିବେ । ତାହେଲେ ଆସନ୍ତୁ ଜାଣିବା ହାର୍ଟ ରୋଗୀ କେଉଁ ପ୍ରକାର ଜିନିଷ ସେବନ କରିବା ଉଚିତ୍ ନୁହେଁ ।
ଅଧିକ ଲୁଣ ସେବନ କରନ୍ତୁ ନାହିଁ –
ଯଦି ଆପଣ ଅଧିକ ଲୁଣ ସେବନ କରୁଛନ୍ତି ତ, ଏଥିରେ ଶରୀରରୁ ସୋଡିୟମର ଲେବଲ ବଢ଼ିଯାଏ , ଆଉ ଶରୀରରେ ସୋଡ଼ିୟମର ଅଧିକତା ଯୋଗୁଁ ହାଇ ବ୍ଲଡ୍ ପ୍ରେସରର କାରଣ ହୋଇପାରେ। ଏହାସହ ହିଁ ଆପଣଙ୍କ ହାର୍ଟ ରେଟ୍ ମଧ୍ୟ ବଢ଼ିପାରେ। ଏଥିପାଇଁ ଏହା ଜରୁରୀ କି, ଆପଣ ଲୁଣ ସେବନ ଅତି କମ୍ କରନ୍ତୁ ଏବଂ ପ୍ୟାକେଜଡ୍ ଆଇଟମରୁ ମଧ୍ୟ ଦୂରେଇ ରହନ୍ତୁ।
ହାଇ ପ୍ରୋସେସ୍ଡ ଗ୍ରେନ୍ ଖାଆନ୍ତୁ ନାହିଁ –
ପାସ୍ତା , ହ୍ୱାଇଟ୍ ରାଇସ୍ , ଆଦି ଜିନିଷକୁ ଆଭଏଡ୍ କରିବା ଉଚିତ୍ , କାରଣ ଏସବୁ ହାର୍ଟ ପେସେଣ୍ଟଙ୍କ ପାଇଁ ଭଲ ନୁହେଁ । ଏହାର ସେବନ କରିବାରେ ହାର୍ଟ ସମ୍ୱନ୍ଧୀୟ ସମସ୍ୟା ବଢ଼ିବା ସହ କୋଲେଷ୍ଟ୍ରଲ, ଡାଇବେଟିସ୍ ଭଳି ସମସ୍ୟା ମାନ ମଧ୍ୟ ଆପଣଙ୍କୁ ଘେରି ପାରେ ।
ସୁଗାରୀ ଆଇଟମ୍ –
ହାର୍ଟ ପେସେଣ୍ଟକୁ ସୁଗାରୀ ଆଇଟମ୍ସର ସେବନ କରିବା ଉଚିତ୍ ନୁହେଁ , କାରଣ ଯଦି ଆପଣ ଏହାର ଅଧିକ ସେବନ କରୁଛନ୍ତି ତ , ଏଥିରେ ବ୍ଲଡ୍ରେ ସୁଗାର ମାତ୍ରା ବଢ଼ିପାରେ । ଏହାସହ ଆପଣଙ୍କର ହାର୍ଟ ସମସ୍ୟା ଅନେକ ଗୁଣା ବଢ଼ିପାରେ । ଏହି କ୍ରମରେ ଆପଣଙ୍କୁ ସୁଗାରର ସ୍ଥାନ ମହୁର ସେବନ କରିବା ଉଚିତ୍ । ଏମିତି କରିବାରେ ଆପଣଙ୍କର ହାର୍ଟ ସମ୍ୱନ୍ଧୀୟ ସମସ୍ୟାରୁ ବି ରକ୍ଷା ପାଇପାରିବେ ।