PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଆଉ ୫ ଦିନ ଜାରି ରହିବ ତାତି: ୨୨ ସହର ୪୦ ପାର୍‌, ୮ଟି ସ୍ଥାନରେ ୪୨ ଟପିଲା, ଏବେ ବର୍ଷା ସମ୍ଭାବନା କମ୍‌

ଭୁବନେଶ୍ୱର, ୨୪।୫: ଭୀଷଣ ତାତି । ଗରମରେ ସିଝିସିଝି ଦହଗଞ୍ଜ ଜନଜୀବନ । ପାଣିପାଗ ପୂର୍ବାନୁମାନ ହେଲା, ଏଭଳି ସ୍ଥିତି ଆହୁରି ୫ ଦିନ ଜାରି ରହିବ । ପରେ ଦିନକ ପାଇଁ ସାମୟିକ ଆଶ୍ୱସ୍ତି ମିଳିପାରେ । ତା’ପରେ ପୁଣି କଲବଲ କରିବ ଗ୍ରୀଷ୍ମ ଜ୍ୱାଳା । ମଙ୍ଗଳବାର ନିଆଁ ବର୍ଷିଥିଲା ସାରା  ଓଡ଼ିଶାରେ । ୨୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁଥିଲା । ସେଥିରୁ ୮ଟି ସହରରେ ପାରଦ ୪୨ ଡିଗ୍ରୀ ଉପରେ ଥିଲା । ପଶ୍ଚିମ ସହ ଉପକୂଳ ଓଡ଼ିଶା ବି ଜଳିଥିଲା ଗ୍ରୀଷ୍ମ କୋପରେ । ବଲାଙ୍ଗିର ତାପମାତ୍ରା ସର୍ବାଧିକ ୪୩.୩ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ସମ୍ବଲପୁର ୪୨.୯, ଝାରସୁଗୁଡ଼ା ୪୨.୮, ସୋନପୁର ୪୨.୬ ଡିଗ୍ରୀ ଥିଲା । ଏସବୁ ସହରଠୁ ବଳିଯାଇଥିଲା ଭୁବନେଶ୍ୱରରେ ଅନୁଭୂତ ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳା । ସକାଳୁ ଭୁବନେଶ୍ୱରରେ ପାଗ ସାମାନ୍ୟ ମେଘୁଆ ଥିଲା । ମାତ୍ର ଦିନ ସାଢ଼େ ୧୦ଟା ପରେ ଯେମିତି ମାଡ଼ି ଆସିଥିଲା ଖରା । ଦିନ ତମାମ ପ୍ରଚଣ୍ଡ ଖରା ସିଝାଇଥିଲା । ସାଢ଼େ ୧୧ଟାବେଳକୁ ୩୯ ଛୁଇଁଗଲା ପାରଦ । ପଦାକୁ ବାହାରିଲେ ଦେହ ମୁହଁ ଜଳିଲା ଭଳି ଲାଗିଲା । ଅପରାହ୍ନ ଅଢ଼େଇଟା ବେଳକୁ ତାପମାତ୍ର ପହଞ୍ଚିଗଲା ୪୨.୬ ଡିଗ୍ରୀ ସେଲସିୟସରେ । ଦିନକ ତଳେ ଥିଲା ୩୯.୮ । ଦିନକରେ ପାଖାପାଖି ୩ ଡିଗ୍ରୀ ବଢ଼ିବାରୁ ଅସ୍ୱସ୍ତିକର ଅନୁଭୂତ ହେଉଥିଲା । ୩୨ ଦିନ ପରେ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ଟପିଲା ।

ବରଗଡ଼, ହୀରାକୁଦ, ବାରିପଦାରେ ତାତି ୪୨ ଟପିଥିବାବେଳେ କଟକ ସମେତ ୮ଟି ଜାଗାରେ ପାରଦ ୪୧ ଡିଗ୍ରୀ ଉପରେ ଥିଲା । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ତାତିରୁ ଏବେ ବିଶେଷ ତ୍ରାହି ସମ୍ଭାବନା ନାହିଁ । ଆସନ୍ତା ୨୮ ତାରିଖ ଯାଏଁ ଏଭଳି ଗରମ ସ୍ଥିତି ଲାଗି ରହିବ । ବର୍ତ୍ତମାନ ବଡ଼ ବର୍ଷା ସମ୍ଭାବନା ନାହିଁ । ବିସ୍ତୃତ ଅଞ୍ଚଳରେ କାଳବୈଶାଖୀ ହେବନି । ଅଳ୍ପ କିଛି ଅଞ୍ଚଳରେ ବର୍ଷା ହେଲେ ମଧ୍ୟ ତାତିରୁ ବିଶେଷ ଆଶ୍ୱସ୍ତି ମିଳିବନି । ୨୯ ତାରିଖରେ ପାଗ ବଦଳିବା ସହ କିଛି ଆଶ୍ୱସ୍ତି ମିଳିପାରେ । ବର୍ଷା ବି ହୋଇପାରେ । ମାତ୍ର ୩୦ରେ ପୁଣି ତାତି ବଢ଼ିପାରେ । ପାଣିପାଗ ବିଭାଗ ସୂଚନାନୁସାରେ ଆସନ୍ତା ୩ ଦିନ ତାତି ପ୍ରକୋପ ଜାରି ରହିବ । ତା’ପରେ ତାତି କମିପାରେ । ବୁଧବାର କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, କଟକ, ଭଦ୍ରକ, ଯାଜପୁର, ଢେଙ୍କାନାଳ, ନୟାଗଡ଼, କନ୍ଧମାଳରେ କାଳବୈଶାଖୀଜନିତ ବର୍ଷା ହୋଇପାରେ । କେତେକ ଜାଗାରେ ଘଡ଼ଘଡ଼ି ସହ ପବନ, ବର୍ଷା ସମ୍ଭାବନା ଅଛି ।

ଅପରପକ୍ଷରେ ମୌସୁମୀ ଗତିବିଧି ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ଏବେ ବି ମୌସୁମୀର ଉତ୍ତର ଭାଗ ଆଣ୍ଡାମାନ ତଳେ ରହିଛି, ଯାହାକି ବର୍ତ୍ତମାନ ସୁଦ୍ଧା ଆଣ୍ଡାମାନ ଅତିକ୍ରମ କରିଯିବା କଥା । କେତେକ ପାଣିପାଗ ପୂର୍ବାନୁମାନ ସଂସ୍ଥା ଆକଳନ କରିଛନ୍ତି, ଏଥର ମୌସୁମୀ ଆଗମନ ଅଧିକ ବିଳମ୍ବ ହୋଇପାରେ । ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦୁର୍ବଳ ହେଉଥିଲେ ମଧ୍ୟ ଏହା ମୌସୁମୀ ପ୍ରବାହକୁ ବାଧା ସୃଷ୍ଟି କରିଛି । ଏହାବାଦ୍‌ ଆରବ ସାଗରରେ ଆଣ୍ଟି ସାଇକ୍ଲୋନ ଓ ପ୍ରଶାନ୍ତ ମହାସାଗରରେ ଟାଇଫୁନ୍‌ ମାୱାର ଯୋଗୁ ମୌସୁମୀ ପ୍ରବାହ ଆହୁରି ବାଧାପ୍ରାପ୍ତ ହୋଇପାରେ । ଯଦିଓ ଏଭଳି ଯୁକ୍ତିକୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସମର୍ଥନ କରିନାହିଁ ।