ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମାଲକାନଗିରିରେ ଶୀତର ଲହରୀ, ଘନ କୁହୁଡ଼ି ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ

Published By : Harapriya Sethi | November 27, 2024 8:48 AM

ମାଲକାନଗିରି,୨୭/୧୧: ମାଲକାନଗିରି ଜିଲ୍ଲାରେ ଏବେ ପ୍ରବଳ ଶୀତର ଲହରୀ ଅନୁଭବ ହେଉଛି । ରାତିରେ ହାଡ ଭଙ୍ଗା ଶୀତ ଯୋଗୁଁ ଘରେ ରହିବା କଷ୍ଟକର ହେଉଥିବା ବେଳେ ସକାଳେ ଘର ବାହାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଗଛ ଲତା ଉପରେ କାକର ପଡୁଥିବା ବେଳେ କୁହୁଡ଼ି ଯୋଗୁଁ ସକାଳେ ଯାନବାହନ ଚଳାଇବାରେ ମଧ୍ୟ ଅସୁବିଧା ହେଉଛି । 

ଶୀତରେ ଦେହକୁ ଗରମ କରିବା ପାଇଁ ସକାଳୁ ସକାଳୁ ଲୋକେ ଖେଳ ପଡିଆରେ ବ୍ୟାୟମ କରିବାକୁ ଯାଉଥିବା ଦେଖିବାକୁ ମିଳିଛି । ଅନେକ ଜାଗାରେ ଗରିବ ଆଦିବାସୀ ଲୋକେ ସକାଳେ କାଠ ଜାଳି ନିଆଁ ସେକୁ ଥିବା ମଧ୍ୟ ଦେଖିବାକୁ ମିଳିଛି । ଚାହା ଦୋକାନରେ ଏବେ ଅଧିକ ଗହଳି ଦେଖିବାକୁ ମିଳୁଛି । ପ୍ରବଳ ଶୀତରେ ଲୋକେ ହାତରେ ଗରମ ଗରମ ଚାହା କପ୍ ଧରି କାଥାବାର୍ତ୍ତା ହେଉଛନ୍ତି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ରହିଥିବା ମାଲକାନଗିରିବାସୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.