PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆଗାମୀ ୨୪ ଘଣ୍ଟା ଭିତରେ ଏହି ରାଜ୍ୟ ଗୁଡିକରେ ହେବ ପ୍ରବଳ ବର୍ଷା ଓ ପବନ

ନୂଆଦିଲ୍ଲୀ,୧୬।୭: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆସାମ, ମେଘାଳୟ, ଉପହିମାଳୟ ପଶ୍ଚିମବଙ୍ଗ, ସିକ୍କିମ, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରା, ତ୍ରିପୁରା, ହିମାଚଳ ପ୍ରଦେଶ, ବିହାର, ତାମିଳନାଡୁ, ଜମ୍ମୁ-କଶ୍ମୀର, ଉତ୍ତର ପଞ୍ଜାବ, ଉତ୍ତର ହରିୟାଣା, ଚଣ୍ଡୀଗଡ, ଉତ୍ତର ପ୍ରଦେଶ, କୋଙ୍କଣ, ଗୋଆ, ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, କେରଳ, ଲକ୍ଷାଦ୍ବୀପ ଓ ଉପକୂଳବର୍ତ୍ତୀ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେଭଳି ଓଡିଶରେ ମଧ୍ୟ କେତେକ ସ୍ଥାନରେ ବଜ୍ରପାତ ହେବା ସହିତ ପ୍ରବଳ-ବର୍ଷା ପବନ ହୋଇପାରେ। ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ ମଧ୍ୟ ଆରବ ସାଗର ତଥା ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦-୫୦ କିଲୋମିଟର ବେଗରେ ପ୍ରତି ଘଣ୍ଟାରେ ବେଗରେ ପବନ ବୋହିବାର ଅନୁମାନ କରାଯାଉଛି। ମତ୍ସ୍ୟଜୀବିଙ୍କୁ ଆଗାମୀ ୨୪ ଘଣ୍ଟା ସମୟରେ ଏହି ଅଞ୍ଚଳରେ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ରାଜସ୍ଥାନ ଓ ପୂର୍ବ ମଧ୍ୟପ୍ରଦେଶରେ ମୌସୁମୀ ମୁଖ୍ୟତ ଶୁଷ୍କ ରହିଛି।

ପଶ୍ଚିମ ରାଜସ୍ଥାନରେ ଏପର୍ଯ୍ୟନ୍ତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇନାହିଁ, ଯାହାଫଳରେ କିଛି ସ୍ଥାନରେ ଦିନର ତାପମାତ୍ରା ସାମାନ୍ୟ ଠାରୁ ଅଧିକ ରହିଛି। ସବୁଠାରୁ ଅଧିକ ତାପମାତ୍ରା ଚୁରୁ(ପଶ୍ଚିମ ରାଜସ୍ଥାନ)ରେ ୪୦.୭ ଡିଗ୍ରୀ ସେଲସିୟସ ରହିଛି।