ଅହମଦାବାଦ ୨୮/ ୦୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫାଇନାଲରେ ବର୍ଷା ବାଧକ । ଟସ୍ ମଧ୍ୟ ପକାଇବା ସମ୍ଭବପର ହେଉ ନାହୁଁ । ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ପ୍ରବଳ ବର୍ଷା କାରଣରୁ ଖେଳ ସମ୍ଭବପର ହେଉ ନାହିଁ । ତେବେ ବର୍ଷା ଯଦି ନକମେ ତେବେ ଫାଇନାଲ ମ୍ୟାଚ୍ ନିଷ୍କର୍ସ କିଭଳି ବାହାରିବ?
ରାତି ୯ଟା ୩୫ ଭିତରେ ଯଦି ବର୍ଷା ଛାଡେ ତେବେ ମ୍ୟାଚ୍ ପୂର୍ବଭଳି ୨୦ ଓଭର ବିଶିଷ୍ଟ ଖେଳାଯିବ । ତେବେ ରାତି ୧୨.୦୬ ମିନିଟ୍ ପରେ ଯଦି ବର୍ଷା ଛାଡେ ମ୍ୟାଚ୍ ୫ ଓଭର ବିଶିଷ୍ଟ ଖେଳା ଯାଇପାରିବ । ଆଜି ଯଦି ବର୍ଷା ଆଦୌ ନ ଛାଡେ ଏବଂ ମ୍ୟାଚ୍ ଧୋଇ ହୋଇ ଯାଏ ତେବେ ଆସନ୍ତାକାଲି ଅର୍ଥାତ୍ ମେ ୨୯ ତାରିଖ ସୋମବାରକୁ ରିଜର୍ଭ ଡେ' ରଖାଯାଇଛି । ଆସନ୍ତାକାଲି ମ୍ୟାଚ୍ ଖେଳାଯିବ ।