ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସତର୍କତା ଜାରି

Published By : Rasmita Pradhan | June 26, 2025 12:30 PM

ଭୁବନେଶ୍ୱର, ୨୬I୬ : ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)କୁ ସତର୍କ ରହିବାକୁ ଏବଂ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ୟୁଏଲବି ଗୁଡ଼ିକୁ ସମ୍ଭାବ୍ୟ ଜଳାବଦ୍ଧ ଅଞ୍ଚଳରେ ଜଳ ନିଷ୍କାସନ ନିମନ୍ତେ ଆଗୁଆ ପଣି ପମ୍ପ ରଖିବା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଦ୍ରୁତ ପ୍ରତିକ୍ରିୟା ଦଳ ଗଠନ କରିବାକୁ ଗୁରୁତ୍ୱାରୋପ କରିଛନ୍ତି।

ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ କହିଛନ୍ତି, ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସତର୍କ ରହିବା ଆବଶ୍ୟକ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ନାଗରିକ ସୁରକ୍ଷା ଉପରେ ଆମର ଧ୍ୟାନ ରହିବା ଉଚିତ୍। ପ୍ରତିକୂଳ ପରିସ୍ଥିତି ସମୟରେ ସହରାଞ୍ଚଳର ପ୍ରଭାବଶାଳୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ୟୁଏଲବି ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ବିଭାଗ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି। ବିଦ୍ୟୁତ୍ ବିଭାଗ ସହିତ ସମନ୍ୱୟ, ଜରୁରୀକାଳୀନ ମାନବ ସମ୍ବଳର ଉପଲବ୍ଧତା ଏବଂ ଅତ୍ୟାବଶ୍ୟକ ଉପକରଣର ପ୍ରସ୍ତୁତି କାର୍ଯ୍ୟର ପ୍ରମୁଖ କ୍ଷେତ୍ର ଭାବରେ ଆଲୋକପାତ କରାଯାଇଛି। ବିଭାଗ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ପରାମର୍ଶ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.