PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

କେଦାରନାଥରେ ପ୍ରବଳ ତୁଷାରପାତ, ଅଟକିଲେ ୮ ରୁ ୧୦ ହଜାର ଯାତ୍ରୀ

pic - internet

ନୂଆଦିଲ୍ଲୀ,୦୫/୨୫: କେଦାରନାଥରେ ପ୍ରବଳ ତୁଷାରପାତ। ସେଠରେ ମଙ୍ଗଳବାର ସକାଳ ଠାରୁ ଆରମ୍ଭ ହୋଇଛି ତୁଷାରପାତ ଫଳରେ ଯାତ୍ରୀମାନଙ୍କୁ ସୋନପ୍ରୟାଗରୁ ଆଉ ଆଗକୁ ଯିବାକୁ ଦିଆଯାଇନାହିଁ। ଏନେଇ ପୁଲିସ ଅଧିକାରୀ ପ୍ରବୋଧ ଘିଡ୍ଲିଆଲ କହିଛନ୍ତି ଯେ ପ୍ରବଳ ତୁଷାରପାତ ହେବା ଯୋଗୁ ସୋନପ୍ରୟାଗର ସୀତାପୁର ରାମପୁର ଠାରେ ପ୍ରାୟ ୮ ରୁ ୧୦ ହଜାର ଯାତ୍ରୀ ଅଟକି ରହିଛନ୍ତି।

ତେବେ ବୁଧବାର ତୁଷାରାତ କମିବାରୁ ଆଜି ସକାଳେ ଯାତ୍ରୀମାନେ ପୁଣି କେଦାରନାଥ ଯାତ୍ରା କରିବେ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଚେ ଯମୁନୋତ୍ରୀ ମାର୍ଗରେ ମଧ୍ୟ ପ୍ରବଳ ବର୍ଷା ଓ ତୁଷାରପାତ ହୋଇଛି। ସେଠାରେ ମଧ୍ୟ ଯାତ୍ରାମାନଙ୍କୁ ଜାନକିଚଟ୍ଟି ପାଖରେ ପ୍ରଶାସନ ପକ୍ଷରୁ ରୋକା ଯାଇଛି।

କେଦାରଘାଟିରେ ପାଣିପାଗ ବିଗିଡ଼ିବା ପାରେ ଯାତ୍ରୀମାନେ ପ୍ରଭାବିତ ହୋଇଛନ୍ତି। ମଙ୍ଗଳବାର କେଦାରନାଥରେ ପାଞ୍ଚ ଇଞ୍ଚର ବରଫ ବର୍ଷା ହୋଇଛି। ପାଣିପାଗ ଖରାପ ହେବା ଯୋଗୁ ହେଲିସେବା ମଧ୍ୟ ପ୍ରଭାବିତ ହୋଇଛି। ସେପଟେ ବଦ୍ରିନାଥରେ ଦିନ ତମାମ ବର୍ଷା ଏବଂ ତୁଷାରପାତ ହୋଇଛି। ହେମକୁଣ୍ଡ ସାହିବରେ ତିନିଇଞ୍ଚର ବରଫ ବର୍ଷା ହୋଇଛି। ହେଲେ ସେଠାରେ ଯାତ୍ରା ଜାରି ରହିଛି।

ସମ୍ବନ୍ଧିତ ଖବର