ଭୁବନେଶ୍ବର,୮/୨: ‘ୟେ ରିସ୍ତା କ୍ୟା କହଲାତା ହେ’ରୁ କ୍ୟାରିୟର ଆରମ୍ଭ କରି ଖତରୋ କି ଖିଲାଡ଼ି ପୁଣି ବିଗ୍ ବସ୍ ଭଳି ରିଏଲିଟି ସୋ’ରେ ନିଜର ଜଲଓ୍ବା ଦେଖାଇଥିବା ହିନା ଖାନ୍ ଏବେଠୁ କନ୍ୟା ବେଶରେ ସେଜଇହେଲେଣି। କେବଳ ସିରିୟଲ ନୁହେଁ ନିଜର ଫ୍ୟାସନ୍ ଲୁକ୍ ଓ ଫିଟନେସ୍ ପାଇଁ ସବୁଠୁ ଚର୍ଚ୍ଚାରେ ହିନା।
{"id":2855,"width":591,"height":398}
ଖାସ୍ କରି ହିନାଙ୍କ ବ୍ରାଇଡାଲ୍ ଲୁକ୍ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି। ହିନାଙ୍କ ଇନଷ୍ଟାଗ୍ରାମରେ ଗୋଟିଏ ଭିଡ଼ିଓ ପୋଷ୍ଟ କରାଯାଇଛି ଯାହା କି ଜଣେ ଫଟୋଗ୍ରାଫର ଦ୍ବାରା କରାଯାଇଛି। ଏହି ଭିଡ଼ିଓରେ ହିନା ବ୍ରାଇଡାଲ୍ ଲୁକରେ ନଜର ଆସିଛନ୍ତି।
{"id":2856,"width":592,"height":371}
ତାଙ୍କର ଏହି ଲୁକ୍ ଅନ୍ୟ କୈାଣସି ବ୍ରାଇଡାଲ୍ ଠାରୁ କମ୍ ନୁହେଁ। ହିନାଙ୍କ ଏହି ବ୍ରାଇଡାଲ୍ ଫଟୋ ସୁଟ୍ ଏସିଆନ୍ ଓ୍ବେଡିଂ ପାଇଁ ତିଆରି କରାଯାଇଛି। ଏଥିପାଇଁ କିଛି ଫଟୋ ଓ ଭିଡ଼ିଓ ସାମ୍ନାକୁ ଆସିଛି। ଏମିତି ବି ଖବର ଆସିଛି କି, ହିନା ଓ ରକି ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।
{"id":2861,"width":594,"height":446}