ବ୍ରାଜିଲ : ସୋସିଆଲ ମିଡ଼ିଆରେ ଏକ ଆଶ୍ଚର୍ଯ୍ୟକର କ୍ଲିପ୍ ଭାଇରାଲ ହେଉଛି , ଯେଉଁଥିରେ ଦେଖିବାକୁ ମିଳୁଛି କି କେମିତି ଆକାଶରେ ଉଡ଼ୁଥିବା ଏକ ହେଲିକପ୍ଟର ହଠାତ୍ ଭୂଇଁ ଉପରେ ଖସି ପଡ଼ୁଛି। କୁହାଯାଉଛି କି ଏହି ଘଟଣା ବ୍ରାଜିଲରେ ଘଟିଛି । ଏଠାରେ ଏକ ହେଲିକପ୍ଟର ଫୁଟବଲ ଗ୍ରାଉଣ୍ଡରେ ଲ୍ୟାଣ୍ଡ କରିବା ପୂର୍ବରୁ ଭୁଲ୍ରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି କ୍ରାସ ହୋଇ ଯାଇଥିଲା । ଦୁର୍ଘଟଣା ବେଳେ ହେଲିକପ୍ଟରରେ ରାଜନେତା ସମେତ ୬ଜଣ ଲୋକ ଥିଲେ । ହେଲେ ଚମତ୍କାର ଭାବେ ଏହି ଦୁର୍ଘଟଣାରେ କେହି ବି ଗୁରୁତର ହୋଇ ନାହାନ୍ତି।
ମିଡ଼ିଆ ରିପୋର୍ଟ ଅନୁସାରେ , ଏହି ଦୁର୍ଘଟଣା ଗତ ବୁଧବାର ବ୍ରାଜିଲର ମିନା ଗେରିୟାସ ରାଜ୍ୟର Engenheiro Caldas ଅଞ୍ଚଳରେ ହୋଇଛି । ବ୍ରାଜିଲ ସାଂସଦ Hercilio Araujo Diniz ଓ ଡେପୁଟୀ ମେୟର David Barroso ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ । ଏହି ସମୟରେ ହେଲିକପ୍ଟର ଲ୍ୟାଣ୍ଡ କରିବା ପୂର୍ବରୁ ତାହା ବିଦ୍ୟୁତ୍ ତାରରେ ଫସି ଗଲା ଏବଂ ଏଥିରେ ନିଆଁ ଲାଗି ଗଲା । ନିଆଁ ଲାଗିବା କ୍ଷଣି ହେଲିକପ୍ଟରର ପାଇଲଟ ନିୟନ୍ତ୍ରଣ ହରାଇ ବସିଲେ ଏବଂ ହଠତ୍ ହେଲିକପ୍ଟର ଭୂଇଁ ଉପରେ ଖସି ପଡ଼ିଲା ।
wp:html/wp:htmlMoments helicopter hits power line and crashes in Brazil
— 6IX WORLD NEWS (@6ixworldnews) September 23, 2022
Horrifying moment helicopter hits power line and crashes - but Brazilian congressman, deputy mayor, staffer and pilot all survive #trendingvideos pic.twitter.com/8DmZOwOv3v
ପାଇଲଟଙ୍କ ବ୍ୟତୀତ ହେଲିକପ୍ଟରରେ ବ୍ରାଜିଲର ୫୯ ବର୍ଷିୟ ସାଂସଦ , ଡେପୁଟୀ ମେୟର ଓ ଦୁଇ ଜଣ କର୍ମଚାରୀ ଥିଲେ । ଦୁର୍ଘଟଣାର ଠିକ୍ ପୂର୍ବରୁ ଚମତ୍କାରିତା ଭାବେ ସବୁ ଲୋକ ହେଲିକପ୍ଟରରୁ ବାହାରି ଯାଇ ଥିଲେ । ସେମାନଙ୍କର କୌଣସି ଗମ୍ଭୀର ଆଘାତ ଲାଗି ନଥିଲା । କହି ରଖୁଛୁ କି ଏହି ଭିଡ଼ିଓକୁ @6ixworldnews ନାମକ ଟ୍ୱିଟର ହ୍ୟାଣ୍ଡଲରୁ ସେୟାର କରାଯାଉଛି।
ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।