PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ଓଡିଶାରେ ଗଡ଼ିବ ‘ହେଲୋ କ୍ୟାବ୍ସ’; କେବଳ ଆପ୍ ନୁହେଁ ଫୋନ୍ କଲରେ ମଧ୍ୟ କରିହେବ ବୁକିଂ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ଖୁବ୍‌ ଶୀଘ୍ର ଓଡି଼ଶାରେ ଗଡି଼ବ ‘ହେଲୋ କ୍ୟାବ୍ସ’ । ଏହି ଅନ୍‌ଲାଇନ୍‌ ଗାଡି ସେବାରେ ଗୋଟିଏ ଫୋନ୍‌ କଲ୍‌ରେ ପାଖରେ ଆସି ପହଞ୍ଚିବ କାର । ଯାତ୍ରୀଙ୍କୁ ଠିକଣା ସ୍ଥଳରେ ପିକ୍‌ଅପ ଓ ଡ୍ରପ କରାଇବ । ଏଥିରେ ରେଣ୍ଟାଲ ଓ ରାଇଡ୍‌ ସେୟାରିଂର ସୁବିଧା ବି ରହିଛି । ଭୁବନେଶ୍ୱର, କଟକ, ପୁରୀ ଓ ଖୋର୍ଦ୍ଧାରେ ପ୍ରଥମ କରି ଏହି କ୍ୟାବ୍ସ ଚାଲିବ ।

ଏଚ୍‌ଏଲ୍‌ଡବ୍ଲ୍ୟୁ ସଂସ୍ଥା ପକ୍ଷରୁ ଆଜି ହୋଟେଲ ଶୀତଲ ଏନେଇ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ କ୍ୟାବ୍ସର ଲୋଗୋ ଓ ୱେବ୍‌ସାଇଟ ସହ ଆପ୍‌ ଉନ୍ମୋଚନ କରାଯାଇଥିଲା । ସମସ୍ତବର୍ଗର ଲୋକଙ୍କୁ ସେବା ଯୋଗାଇବାକୁ ସଂସ୍ଥା ଯୋଜନା ରଖିଛି । ଖାଲି ଆପ୍‌ ଜରିଆରେ ନୁହେଁ, ବରଂ ଟୋଲ ଫ୍ରି ନମ୍ବର, ଏସଏମ୍‌ଏସ୍‌ ଓ ଇମେଲ୍‌ ମାଧ୍ୟମରେ ମଧ୍ୟ କାର ବୁକିଂ କରିହେବ । ଉଭୟ କାର ଓ ଅଟୋ ମଧ୍ୟ ଏହି କ୍ୟାବ୍‌ ସେବାରେ ରହିବ ।

କ୍ୟାବ୍‌ ସର୍ଭିସେସ ପ୍ରାଇଭେଟ ଲିମିଟେଡ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ତୃପ୍ତି ରଞ୍ଜନ ଦାସ କହିଛନ୍ତି, ଆସନ୍ତା ସପ୍ତାହେ ମଧ୍ୟରେ ରାସ୍ତାରେ କ୍ୟାବ୍‌ ଗଡ଼ିବ । ଉଦ୍‌ଘାଟନ ଦିନ କାରଗୁଡିକୁ ନେଇ ବିରାଟ ରାଲି ଆୟୋଜନ କରାଯିବ । ସେବା ଓ ନିରାପତ୍ତାକୁ ବିଶେଷ ଧ୍ୟାନ ଦିଆଯିବ । ଡ୍ରାଇଭରଙ୍କ ପୋଷାକରେ ବଡି କ୍ୟାମେରା ଲାଗିବ । ଯାତ୍ରୀ ଚାହିଁଲେ, ନିଜେ କାର ଚଳାଇପାରିବେ । ଆଗକୁ ଓଡିଶାର ଅନ୍ୟ ସହରରେ ସେବା ଯୋଗାଇବୁ । ଆସନ୍ତା ବର୍ଷେ ମଧ୍ୟରେ ୧୦ ହଜାର ୟୁଜର୍ସଙ୍କୁ ହେଲୋ କ୍ୟାବ୍‌ ସହ ଯୋଡିବାକୁ ଟାର୍ଗେଟ ରଖିଛୁ । ସଫ୍ଟନେଟ୍‌ ଏମ୍‌ଡି ଶାନ୍ତନୁ ମହାପାତ୍ର, ପଦ୍ମଶ୍ରୀ ଡି ପ୍ରକାଶ ରାଓ, ଆଦିତ୍ୟ ହୁଣ୍ଡାଇ ଆଦିତ୍ୟ ପାତ୍ର ଓ ମହିନ୍ଦ୍ରା ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟ ଆନନ୍ଦ ଉତ୍ସବରେ ଉପସ୍ଥିତ ଥିଲେ ।