PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ପ୍ରଦାନ

କାଶୀପୁର ୨୬/୫: ଚଳିତ ମାସ ୨୨ ତାରିଖ ଠାରୁ ୨୯ ପର୍ଯ୍ୟନ୍ତ ବିଦ୍ୟାଙ୍ଗ ସମାଜିକ ସୁରକ୍ଷା ସପ୍ତାହ ପାଳନ ଅବସରରେ କାଶୀପୁର ତାଳୁକ ଆଇନ ସେବା ସମିତି ଏବଂ ବ୍ଲକ ମିଳିତ ଆନୁକୂଲ୍ୟରେବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର, ହ୍ଵାଇଟ ଷ୍ଟିକ ଭଳି ସହାୟକ ଉପକରଣ ପ୍ରଦାନ କରାଯାଇଛି । ଏହି ଅବସରରେ କାଶୀପୁର ପଞ୍ଚାୟତ ଅନ୍ତର୍ଗତ କୁମ୍ଭାର ଶିଳା ଗ୍ରାମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଜେ ଏମ ଏଫ ସି ଶୋଭନ କୁମାର ପଣ୍ଡା ମୁଖ୍ୟ ଅତିଥି ଏବଂ କାଶୀପୁର ବାର ଆସୋସିଏସନ ସଭାପତି, କହ୍ନେଇ ଲାଲ ଜୈନ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତକୁମ୍ବିରିକା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ବିଦ୍ୟାଙ୍ଗଙ୍କ ଆଇନ ଗତ ଅଧିକାର ଏବଂ ସମାଜିକ ସୁରକ୍ଷା ବ୍ୟବସ୍ଥାରେ ମିଳୁ ଥିବା ବିଭିନ୍ନ ସୁବିଧା ସମ୍ପର୍କରେ ମୁଖ୍ୟ ଅତିଥି ପଣ୍ଡାଙ୍କ ସହିତ ଅତିଥିମାନେ କହିଥିଲେ । ଏହି ଅଵସରରେ ଚାରି ଜଣଙ୍କୁ ହୁଇଲ ଚେୟାର ଏବଂ ତିନି ଜଣଙ୍କୁ ହ୍ଵାଇଟ ଷ୍ଟିକ ପ୍ରଦାନ କରାଯାଇଥିଲା ।ଅଦାଲତର କର୍ମଚାରୀଙ୍କ ମଧ୍ୟରେ ଏପିପି କରମ ଚାନ୍ଦ ପ୍ରଧାନ ସହିତ ସନ୍ତୋଷ କୁମାର ନାଏକ, ଦୁଷ୍ମନ୍ତ କୁମ୍ଭାର ପ୍ରମୁଖ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଆଇନ ସେବା ସମିତିର ସମ୍ପାଦକ ସୂର୍ଯ୍ୟ କାନ୍ତ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।