ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ବିବାଦୀୟ ମନ୍ତବ୍ୟର ଜବାବ ଦେଲେ କଂଗ୍ରେସ ନେତା ସାଜନ ବର୍ମା, ଭୋଟ୍ ସାଉଁଟିବା ପାଇଁ ହେମା ମାଳିନୀଙ୍କୁ ନଚାଉଛି

ଭୋପାଲ: ପ୍ରିୟଙ୍କା ଗାନ୍ଧୀ ଯେବେଠୁ ରାଜନୀତିରେ ଏଣ୍ଟ୍ରି କରିଛନ୍ତି ଆଯି ପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ଆସି ନାହିଁ। ମାତ୍ର ଏବେ ଏମିତି ଏକ ପ୍ରତିକ୍ରିୟା ଆସିଛି ଯେ ଯାହା କେବଳ ପ୍ରିୟଙ୍କା ନୁହେଁ ଅଭିନେତ୍ରୀ ହେମାମାଳିନୀ ମଧ୍ୟ ସମାଲୋଚନା ଭିତରେ ଛନ୍ଦି ହୋଇ ପଡ଼ିଛନ୍ତି। ଏହା କଂଗ୍ରେସର ଆତ୍ମବିଶ୍ବାସକୁ ଦୃଢ଼ କରିବା ବେଳେ ପ୍ରିୟଙ୍କାଙ୍କୁ ସମାଲୋଚନା କରି ପ୍ରଭାବକୁ ପାଣିଚିଆ କରିବାକୁ ଉଦ୍ୟମ କରୁଛି ବିଜେପି। ପ୍ରିୟଙ୍କାଙ୍କ ସୁନ୍ଦର ଚେହେରା କେବଳ କଂଗ୍ରେସ ଲାଗି ଶକ୍ତ ହୋଇପାରେ ବୋଲି ସମାଲୋଚନା ଉଠାଇବା ବେଳେ ଏପଟେ ଅନୁରୂପ ସମାଲୋଚନାରେ ଛନ୍ଦି ହୋଇଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ। ହେମାମାଳିନୀଙ୍କ ସମ୍ପର୍କରେ ବିବାଦୀୟ ମତ ରଖିଛନ୍ତି କଂଗ୍ରେସ ନେତା ସାଜନ ବର୍ମା। ଶ୍ରୀ ବର୍ମା କହିଛନ୍ତି, କି ଭୋଟ ସାଉଁଟିବା ପାଇଁ ବିଜେପି ହେମାନଙ୍କୁ ନଚାଉଛି। ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ବିହାରର ବରିଷ୍ଠ ବିଜେପି ନେତା ତଥା ମନ୍ତ୍ରୀ ବିନୋଦ ନାରାୟଣ ଝା ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ପର୍କରେ କହିଥିଲେ, ‘ପ୍ରିୟଙ୍କାଙ୍କର କେବଳ ସୁନ୍ଦର ମୁହଁ ଅଛି, କୋୖଣସି ପ୍ରକାର ରାଜନୈତିକ ଦକ୍ଷତା ନାହିଁ। ଝାଙ୍କ ଏପରି ବୟାନ ପରେ ବର୍ମା ବିଜେପିକୁ ପରିହାସ କରି କହିଥିଲେ ଯେ, ଏହା ବିଜେପିର ଖରାପ ଭାଗ୍ୟ ଯେ ଦଳରେ ପ୍ରିୟଙ୍କାଙ୍କ ପ ରି ସୁନ୍ଦର ଚେହେରା ନାହିଁ’।