PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ମଥୁରାରୁ ନିର୍ବାଚନ ଲଢିବେ କଙ୍ଗନା ରଣାଓ୍ବତ ! ସାଂସଦ ହେମା ମାଳିନୀ କହିଲେ ଏଭଳି କିଛି …

ନୂଆଦିଲ୍ଲୀ, ୨୪/୯ : ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ଏବେ ପ୍ରତ୍ୟେକ ରାଜନୈତିକ ପାର୍ଟି ନିଜର ଆରମ୍ଭ କରି ଦେଇଛନ୍ତି । ଯେଉଁଠାରେ ଗୋଟିଏ ପଟେ ବିଜେପି ନେତାମାନେ ଭିନ୍ନ ଭିନ୍ନ ରାଜ୍ୟକୁ ଗସ୍ତ କରୁଛନ୍ତି ତ ବିପକ୍ଷମାନେ ମଧ୍ୟ ନିଜର ମହାଗଠବନ୍ଧନର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହିକ୍ରମରେ ଉତ୍ତର ପ୍ରଦେଶରେ ବି ବିଜେପି ତାର ପ୍ରସ୍ତୁତି ଜୋରଦାର କରିଦେଇଛି । ଏହିକ୍ରମରେ ବିଜେପି ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀ ମଥୁରା ଗସ୍ତ କରିଥିଲେ । ଏହି ସମୟରେ ତାଙ୍କୁ ମଥୁରା ଆସନରୁ କଙ୍ଗନା ରଣାଓ୍ବତ ବିଜେପି ଟିକେଟରୁ ନିର୍ବାଚନ ଲଢୁଥିବା ପ୍ରଶ୍ନ କରାଯିବା ପରେ ସେ ରାକ୍ଷୀ ସାଓ୍ବନ୍ତଙ୍କ ନାଁ ଉଠାଇଥିଲେ ।

ସେ କହିଥିଲେ କି, ‘ବହୁତ ଭଲ କଥା ଅଟେ । ମୋ ବିଚାରରେ ଏହା ଭଗବାନଙ୍କ ଉପରେ ନିର୍ଭର । ଆପଣଙ୍କୁ ଫିଲ୍ମ ଷ୍ଟାର ଆବଶ୍ୟକ ମଥୁରାରେ ? ରାକ୍ଷୀ ସାଓ୍ବନ୍ତଙ୍କୁ ବି ପଠାଇ ଦେବୁ । ସେ ବି ହୋଇଯିବେ । ’ ପ୍ରକାଶ ଯେ, ହେମା ମାଳିନୀ ବର୍ତ୍ତମାନ ମଥୁରାରେ ସାଂସଦ ଅଛନ୍ତି । ଖବର ଅନୁଯାୟୀ କଙ୍ଗନା ଗତ କିଛି ଦିନ ପୂର୍ବରୁ ବି ନିଜ ପରିବାର ସହ ବୃନ୍ଦାବନ ଆସିଥିଲେ । ଏଠାରେ ସେ ମନ୍ଦିରରେ ବାଙ୍କେ ବିହାରୀଙ୍କ ଦର୍ଶନ କରି ପୂଜା-ଅର୍ଚ୍ଚନା କରିଥିଲେ । ଏହି ସମୟରେ ସେ ଏକ ସାକ୍ଷାତକାରରେ କହିଥିଲେ କି, ଏହା ଆମର ସୌଭାଗ୍ୟ କି ଆମକୁ ଭଗବାନ କୃଷ୍ଣ ଏବଂ ରାଧେ ମା’ଙ୍କୁ ଦେଖିବାକୁ ସୌଭାଗ୍ୟ ମିଳିଛି ।  

ସମ୍ବନ୍ଧିତ ଖବର