PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଘର ବାହୁଡ଼ିବେ ହେମା! ରାହୁଲଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀରେ ଡେରା

କୋରାପୁଟ,୯ା୨(ଆପ୍ର): ପୂର୍ବତନ ସାଂସଦ ହେମା ଗମାଙ୍ଗ ପୁଣି କଂଗ୍ରେସକୁ ଫେରିବାର ସମ୍ଭାବନା ରହିଛି । ଏଥିଲାଗି ୨ ଦିନ ହେଲା ଦିଲ୍ଲୀରେ ଡେରା ପକାଇଛନ୍ତି । ଏଆଇସିସିର କେତେକ ନେତାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଯାହା କିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।
ହେମା କହିଛନ୍ତି ‘କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସହିତ ଏ ସଂପର୍କରେ କଥା ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ସୋନିଆ କିମ୍ବା ରାହୁଲଙ୍କ ସହ ଆଲୋଚନା କରିପାରିନି । ଆଲୋଚନା ପାଇଁ ଓଡ଼ିଶାରୁ ଦୁଇ ଦିନ ତଳେ ଦିଲ୍ଲୀ ଆସିଛି । ଦିଲ୍ଲୀରେ କଂଗ୍ରେସର କେତେକ ସାଙ୍ଗଠନିକ ନେତାଙ୍କ ସହ କଥାବାର୍ତ୍ତା କରିଛି । କଂଗ୍ରେସକୁ ଫେରିବା ପାଇଁ ଓଡ଼ିଶା ପ୍ରଭାରୀ ଯାହା ପରାମର୍ଶ ଦେଇଛନ୍ତି ତାହା ଦିଲ୍ଲୀରେ ରହି କରୁଛି । ଆଜି ଦଳର ମୁଖ୍ୟଙ୍କୁ ଭେଟିବାର ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷ ରାହୁଲଜୀ ଯୋଗଦେବାକୁ ଚାଲିଯିବାରୁ ତାହା ସମ୍ଭବ ହୋଇନି । ଆଜି ଏହି କଥା ପ୍ରମେୟକୁ କହିଛନ୍ତି ହେମା ।
ସୂଚନାଥାଉକି, କୋରାପୁଟ ଲୋକସଭା ଆସନରେ ହେମା ୧୯୯୯ରେ କଂଗ୍ରେସରୁ ଲଢ଼ି ବିଜୟଲାଭ କରିଥିଲେ । ୨୦୦୪ରେ ଏହି ଆସନରେ ତାଙ୍କ ସ୍ୱାମୀ ଗିରିଧର ଗମାଙ୍ଗଙ୍କୁ କଂଗ୍ରେସ ଟିକେଟ ଦେବାପରେ ସେ ଗୁଣୁପୁର ବିଧାନସଭାରୁ ଲଢ଼ି ବିଜୟୀ ହୋଇଥିଲେ । ୨୦୦୯ ନିର୍ବାଚନରେ କୋରାପୁଟ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହେବାକୁ ଜୋରଦାର ଉଦ୍ୟମ କରିଥିଲେ । କିନ୍ତୁ କଂଗ୍ରେସ ଗିରିଧରଙ୍କୁ ଏହି ଲୋକସଭା ଆସନରେ ପ୍ରାର୍ଥୀ କରି ହେମାଙ୍କୁ ଉପେକ୍ଷା କରିଥିଲା । ଟିକେଟ୍‌ ଦେଇଥିଲା ଲକ୍ଷ୍ମୀପୁର ବିଧାନସଭା ଆସନରେ । ହେଲେ ଏହି ନିର୍ବାଚନରେ ହେମା ବିଜେଡି ପ୍ରାର୍ଥୀ ଝିନ୍ନ ହିକକାଙ୍କଠାରୁ ପରାସ୍ତ ହୋଇଥିଲେ । ୨୦୧୪ ନିର୍ବାଚନରେ ହେମାଙ୍କୁ ପୁଣିଥରେ ଲକ୍ଷ୍ମୀପୁର ଆସନ ଦେବାକୁ ଦଳ ଚାହୁଁଥିବା ଜାଣିବା ପରେ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରି ବିଜେଡିରେ ମିଶିଥିଲେ ହେମା । ଲକ୍ଷ୍ମୀପୁର ବିଧାନସଭା ଆସନରୁ ତାଙ୍କୁ ଟିକେଟ୍‌ ଦେଇଥିଲା ବିଜେଡି । କିନ୍ତୁ କଂଗ୍ରେସ ପ୍ରାର୍ଥୀ କୈଳାସ କୁଲିସିକାଙ୍କଠାରୁ ସେ ପରାସ୍ତ ହୋଇଥିଲେ । ଏହାପରେ ସେ ଗତବର୍ଷ ବିଜେଡି ଛାଡ଼ିଥିଲେ ।