ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୨୬ରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍

Published By : Ankita S | November 24, 2024 3:05 PM

ରାଞ୍ଚି,୨୪/୧୧: ଝାଡଖଣ୍ଡରେ ପୁଣି କ୍ଷମତାକୁ ଫେରିଛି ଜେଏମଏମ୍ । ସଦ୍ୟ ପ୍ରକାଶିତ ବିଧାନସଭା ନିର୍ବାଚନରେ ଝାଡଖଣ୍ଡରେ ବାଜି ମାରି ନେଇଛି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା । ଦ୍ବିତୀୟ ଥର କାର୍ଯ୍ୟକାଳ ନେଇ ସୋରନଙ୍କୁ ବହୁମତ ମିଳିଛି । ଆଜି ଅପରାହ୍ନ ୪ଟାରେ ହେମନ୍ତ ସୋରେନ ଝାଡଖଣ୍ଡ  ରାଜ୍ୟପାଳଙ୍କୁ ଭେଟିବେ । ନିଜର ଇସ୍ତଫା ପତ୍ର ଦେଇ ପୁଣି ସରକାର ଗଠନ ନେଇ ଦାବି କରିବେ ।

କଂଗ୍ରେସର ସମସ୍ତ ୧୬ ବିଧାୟକ ରାଞ୍ଚିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଇଥିବା ଦେଖିବାକୁ ମିଳିଛି । ବୈଠକରେ ହେମନ୍ତ ସୋରେନଙ୍କୁ ବିଧାୟକ ଦଳର ନେତା ବଛା ଯାଇଛି । ଝାଡଖଣ୍ଡ ନିର୍ବାଚନରେ ଜବରଦସ୍ତ ବିଜୟ ପରେ ହେମନ୍ତ ସୋରେନଙ୍କ ନେତୃତ୍ବରେ ନୂଆ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ହେମନ୍ତ ସୋରେନଙ୍କ ବ୍ୟତୀତ ଜେଏମଏମ କୋଟାରୁ ୬ଜଣ, କଂଗ୍ରେସ କୋଟାରୁ ୪ଜଣ ଏବଂ ଆରଜେଡି କୋଟାରୁ ଜଣେ ମନ୍ତ୍ରୀ ରହିବେ ।

ପ୍ରକାଶ ଥାଉ କି, ନଭେମ୍ବର ୨୬ ତାରିଖରେ ଝାଡଖଣ୍ଡ ମୁଖ୍ୟନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ । ଆଜି ଅପରାହ୍ନ ୪ଟାରେ ସେ ରାଜ ଭବନ ଯାଇ ରାଜ୍ୟପାଳଙ୍କୁ ଭେଟିବେ । ନିଜ ଇସ୍ତଫା ପତ୍ର ଦେବେ । ଏହାପରେ ପୁନର୍ବାର ସରକାର ଗଠନ ନେଇ ଦାବି କରିବେ । ଗତକାଲି (ଶନିବାର) ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । 

ଏଥିରେ ଜେଏମଏମ ସରକାର ବାଜି ମାରି ନେଇଛି । ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କରିଛି ଦଳ । ୮୧ ଆସନରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ୫୬ଟି ଆସନ ହାତେଇଛି । ବିଜେପିକୁ କେବଳ ୨୪ଟି ଆସନ ମିଳିଛି ।  ପୁଣି ଆଉ ଥରେ ହେମନ୍ତ ସୋରେନଙ୍କ ସରକାର ଗଠନ ନେଇ ପ୍ରତିକ୍ରିୟା ଆରମ୍ଭ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.