ହାଇକୋର୍ଟରୁ କଂଗ୍ରେସକୁ ଝଟକା: ଏଜେଏଲକୁ ଖାଲି କରିବାକୁ ହେବ ହେରାଲ୍ଡ ହାଉସ

ନୂଆଦିଲ୍ଲୀ,୨୮।୨: ଭାରତ ଓ ପାକିସ୍ତାନ ମଧ୍ୟରେ ସୀମା ବିବାଦ ଜାରି ରହିଥିବା ବେଳେ କଂଗ୍ରେସକୁ ଦିଲ୍ଳୀ ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି। ନ୍ୟାସନାଲ ହେରାଲ୍ହର ପ୍ରକାଶକ ଆସୋସିଏଟେଡ୍ ଜର୍ନାଲ ଲିମିଟେଡ(ଏଜେଏଲ) ହାଇକୋର୍ଟର ଜଣିକିଆ ଖଣ୍ଡପୀଠଙ୍କ ନିର୍ଦେଶ ପରେ ସୁପ୍ରିମକୋର୍ଟରେ ଆବେଦନ କରିବା ପାଇଁ ୨ ସପ୍ତାହ ସମୟ ମାଗିଥିଲା। ଯାହାକୁ ଦୁଇଜଣିଆ ଖଣ୍ଡପୀଠ ସମୟ ଦେବାକୁ ମନା କରିଦେଇଚନ୍ତି। କୋର୍ଟଙ୍କ ନିର୍ଦେଶ ପରେ ଏଜେଏଲ ଏବେ ୫୬ ବର୍ଷ ପୁରୁରଶ ହେରାଲ୍ଡ ହାଉସ ଖାଲି କରିବାକୁ ହେବ। ଆଗକୁ ଏଜେଏଲ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିପାରିବ।

ହାଇକୋର୍ଟ ନିଜର ନିର୍ଦେଶରେ କହିଛନ୍ତି ଏଲଏନଡିଓ ପକ୍ଷରୁ ହେରାଲ୍ଡ ହାଉସକୁ ଖାଲି କରିବା ପାଇଁ ଗତ ବର୍ଷ ୩୧ ଅକ୍ଟୋବରରେ ପଠାଇଥିବା ନୋଟିସକୁ ଠିକ୍ ବୋଲି କହିଛନ୍ତି। କୋର୍ଟ ନିଜର ନିର୍ଦେଶରେ କହିଥିଲେ ଖବରକାଗଜକୁ ଛାପିବା ପାଇଁ ଲିଜରେ ନିଆଯାଇଥିବା ଜମିର ଠିକ୍ ଭାବରେ ବ୍ୟବହାର କରାଯାଇ ନାହିଁ। ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ସୁପ୍ରିମକୋର୍ଟ ଆବେଦନ ପାଇଁ ୨ ସପ୍ତାହ ସମୟ ଦେବାକୁ ମନା କରିଦେଇଛନ୍ତି। ଏହା ପୂର୍ବରୁ ୨୧ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏଜେଏଲକୁ ହେରାଲ୍ଡ ହାଉସକୁ ଖାଲି କରିବାର ନିର୍ଦେଶକ ଦେଇଥିଲେ। ଯାହାପରେ ଏଜେଏଲ ଦୁଇ ଜଣିଆ ଖଣ୍ଡପୀଠ ସାମନାରେ ଆବେଦନ କରିଥିଲେ। ଏଜେଏଲଙ୍କ ନିର୍ଦେଶପରେ ସୁପ୍ରିମକୋର୍ଟରେ ଆବେଦନ ପାଇଁ ୨ ସପ୍ତାହ ସମୟ ମଗାଯାଇଥିଲା। କିନ୍ତୁ ହାଇକୋର୍ଟ ସେ ସମୟ ଦେବାକୁ ମଧ୍ୟ ମନା କରିଦେଲେ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରାଜେନ୍ଦ୍ର ମେମନ ଓ ଜଷ୍ଟିସ୍ ଭିକେ ରାଓଙ୍କ ଗଠିତ ଖଣ୍ଡପୀଠ ୧୮ ଫେବୃଆରୀରେ କେନ୍ଦ୍ର ଓ ଆସୋସିଏଟ୍ ଜର୍ନାଲ ଲିମିଟେଡ୍(ଏଜେଏଲ)ର ଦଲିଲ ଶୁଣିବା ପରେ ନିଜର ରାୟ ସୁରକ୍ଷିତ ରଖିଥିଲେ। ଏହା ପୂର୍ବରୁ ଏଜେଏଲଙ୍କ ପକ୍ଷରୁ ଦଲିଲ ଦେଇ ବରିଷ୍ଠ ଆଇନଜୀବି ଅଭିଷେକ ମନୁ ସିଙ୍ଗଭି କହିଥିଲେ ଯେ କମ୍ପାନୀର ବହୁ ସଂଖ୍ୟାରେ ସେୟାର ୟଙ୍ଗ ଇଣ୍ଡିଆକୁ ଦିଆଯିବା କାରଣରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀ ସ୍ଥିତ ହେରାଲ୍ଡ ହାଉସର ମାଲିକ କରାଯିବ ନାହିଁ। ଏଠାରେ ଉଲ୍ଳେଖନୀୟ ଯେ ୨୦୦୮ ରୁ ଖବର କାଗଜର ପ୍ରକାଶନ ବନ୍ଦ ରହିଛି।