ନୂଆଦିଲ୍ଲୀ,୨୩।୩:ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଉତ୍ତମ ନଗରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି,ବଜାରରେ ଲୋକଙ୍କ ଭିଡ଼କମ୍ କରାଯାଇଛି।ନବରାତ୍ରି ଉତ୍ସବ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ସତର୍କ ରହିଛି। ଇଦ୍ ସମୟରେ କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ପୋଲିସ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ୧୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଥିଲା।ଯାଞ୍ଚ ପରେ ସମସ୍ତଙ୍କୁ ମୁକ୍ତ କରାଯାଇଛି। ପୋଲିସର କହିବା ଅନୁସାରେ, ରାଡାରରେ ୨୦୦ ରୁ ଅଧିକ ସନ୍ଧିଗ୍ଧ ଆକାଉଣ୍ଟ ବ୍ଲକ କରାଯିବାକୁ ଅନୁରୋଧ ହୋଇଛି ଏବଂ ୭୦ ରୁ ୮୦ ଆକାଉଣ୍ଟ ବନ୍ଦ ହୋଇଛି।
ଦ୍ୱାରକା ଡେପୁଟି ପୋଲିସ କମିଶନର କୁଶଲ ପାଲ ସିଂହ କହିଛନ୍ତି,ନବରାତ୍ରି ମହୋତ୍ସବ ସମୟରେ ଜେଜେ କଲୋନି ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନ କରାଯିବ। ଏହା ଉତ୍ସବ ସମୟରେ ଶାନ୍ତି ବଜାୟ ରଖିବା ପାଇଁ ସମ୍ପୂର୍ଣ୍ଣ ସତର୍କତାମୂଳକ ପଦକ୍ଷେପ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିସ୍ଥିତି ବର୍ତ୍ତମାନ ସ୍ୱାଭାବିକ,କିନ୍ତୁ ଉତ୍ସବକୁ ଦୃଷ୍ଟିରେ ରଖି ପୋଲିସ କଡ଼ା ନଜର ରଖିଛି। ଲୋକମାନଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଏବଂ ଗୁଜବ ଉପରେ ଧ୍ୟାନ ନ ଦେବାକୁ ପରାମର୍ଶ ଦିଆଯାଇଛି।
ଉଲ୍ଲେଖନୀୟ ଯେ, ହୋଲିଦିନ ଜେଜେ କଲୋନିରେ ଦୁଇପଡ଼ୋଶୀ ପରିବାର ମଧ୍ୟରେ ସଂଘର୍ଷରେ ଆହତ ହୋଇ ଜଣେଯୁବକମୃତ୍ୟୁ ହୋଇଥିଲା। ଏହି ସଂଘର୍ଷସେତେବେଳେଆରମ୍ଭ ହୋଇଥିଲା ଯେତେବେଳେ ଗୋଟିଏ ସମ୍ପ୍ରଦାୟର ଜଣେ ଝିଅ ଦ୍ୱାରା ଫିଙ୍ଗାଯାଇଥିବା ପାଣି ବେଲୁନ୍ ଭୁଲବଶତଃ ଅନ୍ୟ ସମ୍ପ୍ରଦାୟର ଜଣେ ମହିଳାଙ୍କଦେହରେ ମାଡ଼ ହୋଇଥିଲା।ବହୁ ହିନ୍ଦୁ ରାଜନୈତିକ ସଂଗଠନ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ତର ନଗର ଇଷ୍ଟ ମେଟ୍ରୋ ଷ୍ଟେସନ୍ ନିକଟରେ ସଡକ ଜାମ କରିଦେଇଥିଲେ। ପରେ ପ୍ରଦର୍ଶନକାରୀ ବଳ ପ୍ରୟୋଗ କରିବାକୁ ପଡିଥିଲା।ପୋଲିସ ଏପର୍ଯ୍ୟନ୍ତ ୧୬ ଜଣଙ୍କୁ ଗିରଫ କରିଛି, ତାଙ୍କ ଭିତରେ ତିନି ଜଣ ମହିଳା ଓ ଦୁଇ ଜଣ ଶିଶୁ ରହିଛନ୍ତି। ମାମଲା ଯାଞ୍ଚ ଚାଲିଛି।