ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ପୁଣି ଫେରିଲା ଫାଇନ୍: ଜୁନ୍ ୨୩ରୁ ନମ୍ବର ପ୍ଲେଟ୍ ଯାଞ୍ଚ କଡାକଡି, ୫ରୁ ୧୦ ହଜାର କଟିବ ଇ-ଚାଲାଣ

ଭୁବନେଶ୍ୱର ୮/୬: ପୁଣି ଫେରିଲା ଫାଇନ୍ । ଜୁନ୍ ୨୩ରୁ ପୁଣି ନମ୍ବର ପ୍ଲେଟ୍ ଫାଇନ୍ ନିୟମ ଲାଗୁ ହେବ । ଏଥିପାଇଁ ଯାଞ୍ଚ କଡାକଡି ହେବ । ହାଇ ସିକ୍ୟେରିଟି ନମ୍ବର ପ୍ଲେଟ୍ ନଥିଲେ ଫାଇନ୍ ଆଦାୟ କରାହେବ । ସ୍ପେଶାଲ ଡ୍ରାଇଭ୍ କରି ଯାଞ୍ଚ ହେବ । ଯେଉଁ ଗାଡିରେ ହାଇ ସିକ୍ୟେରିଟି ନମ୍ବର ପ୍ଲେଟ୍ ନଥିବ ସେମାନଙ୍କ ପାଇଁ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଇ-ଚାଲାଣ ଲାଗୁହେବ ।

ହାଇ ସିକ୍ୟେରିଟି ନମ୍ବର ପ୍ଲେଟ୍‌ ପାଇଁ କେମିତି କରିବେ ଆବେଦନ
ଯଦିଓ ଏହି ରେଜିଷ୍ଟ୍ରେସନ ପ୍ରକ୍ରିୟା ଅଲଗା ଅଲଗା ରାଜ୍ୟ ପାଇଁ ଭିନ୍ନ ଭିନ୍ନ କିନ୍ତୁ ଏହି ଉଦାହରଣରେ ଆପଣ ଆକଳନ କରିପାରିବେ ଯେ କେମିତି ଅନଲାଇନ୍ ଆବେଦନ କରିବେ । ଏଥିପାଇଁ ପ୍ରଥମେ ନିଜ ରାଜ୍ୟର ଅଫିସିଆଲ୍ ଏଚଏସଆରପି ୱେବସାଇଟକୁ ଯାଆନ୍ତୁ । ସେଠାରେ ଆପଣ ନିଜ ଗାଡି ସହିତ ଜଡିତ ସମସ୍ତ ସୂଚନା ଦେବାକୁ ହେବ । ଯେମିତିକି ଆପଣଙ୍କ ଗାଡି ପ୍ରାଇଭେଟ୍ କିମ୍ବା କମର୍ସିଆଲ୍, ଦୁଇଚକିଆ କିମ୍ବା ଚାରିଚକିଆ, କେଉଁ କମ୍ପାନୀର ଗାଡି, ଗାଡିର ନମ୍ବର କମ୍ ଆଦି ସୂଚନା ଦେବାକୁ ହେବ । ସେଠାରେ ଆପଣଙ୍କୁ ନିଜ ଡିଲର ମଧ୍ୟ ଚୟନ କରିବାକୁ ହେବ ଯାହାଠୁ ଆପଣ ଗାଡି କିଣିଛନ୍ତି ଅର୍ଥାତ୍ ଯିଏ ଆପଣଙ୍କୁ ଗାଡିରେ ହାଇ ସିକ୍ୟେରିଟି ନମ୍ବର ପ୍ଲେଟ୍ ଲଗାଇବ ।

ନଜର ପକାନ୍ତୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲା : ବ୍ୟବସ୍ଥା ନଥାଇ ଡେଡ୍‌ ଲାଇନ୍‌କୁ ନାପସନ୍ଦ କଲେ ହାଇକୋର୍ଟ, ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣୀ

ଆପଣଙ୍କୁ ନିଜ ରାଜ୍ୟର ଏଚଏସଆରପି ୱେବସାଇଟ୍ ଲିଙ୍କ ଜାଣିବା ପାଇଁ ହାଇ ସିକ୍ୟେରିଟି ନମ୍ବର ପ୍ଲେଟ୍ସ କଷ୍ଟମର କେୟାର ନମ୍ବର ୦୧୧-୪୭୫୦୪୭୫୦ ରେ ଫୋନ୍ କରିବାକୁ ପଡିବ । ଆପଣ ଏହି ନମ୍ବରରେ ଫୋନ୍ କରି ସୂଚନା ନେଇପାରିବେ । ଆପଣ [email protected],[email protected] କିମ୍ବା pr[email protected] ରେ ମଧ୍ୟ ଇମେଲ୍ କରି ଜାଣିପାରିବେ ଯେ ଆପଣଙ୍କ ରାଜ୍ୟର ଏଚଏସଆରପି ୱେବସାଇଟ୍ ଲିଙ୍କ କଣ ଏବଂ କେତେ ଚାର୍ଜ  ଲାଗିବ । ଚାରିଚକିଆ ବାହନ ପାଇଁ ରେଜିଷ୍ଟ୍ରେସନ ଫିସ୍ ୬୦୦ ଟଙ୍କାରୁ ଆରମ୍ଭ କରି ୧୧୦୦ ଟଙ୍କା ପର୍ଯ୍ୟନ୍ତ ରହିଥିବାବେଳେ ଦୁଇଚକିଆ ବାହନ ପାଇଁ ୩୦୦-୪୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିପାରେ ।

ପସନ୍ଦ ଆସିପାରେ ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍‌ ଲଗାଇବା ଅବଧି ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି, ଧାର୍ଯ୍ୟ ସମୟ ଭିତରେ ନଲଗାଇଲେ କାର୍ଯ୍ୟାନୁଷ୍ଠାନ

Copyright © 2022 - Summa Real Media Private Limited. All Rights Reserved.