ଜଗତସିଂହପୁର, ୧୬/୦୮ : ୨୨ ହଜାର ଲିଟରର ହାଇସ୍ପିଡ୍ ଡିଜେଲ୍ ଚୋରି ଅଭିଯୋଗ। ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏ ନେଇ ପାରାଦ୍ଵୀପ ଆଦର୍ଶ ଥାନାରେ ଏତଲା ଦେଲେ ପାରାଦ୍ଵୀପ ପରିବହନ ଲିମିଟେଡର କର୍ମଚାରୀ ବିରିଡ଼ି ହାଜିପୁରର ବିଳାଶ କୁମାର ନନ୍ଦୀ। ଏକ୍ସାଭେଟର କିଛି ଅପରେଟରମାନେ ମିଳିମିଶି ହରିଲୁଟ କରିଛନ୍ତି ।
ପାରାଦ୍ୱୀପ ବନ୍ଦର ପରିସୀମାରେ ଥିବା ଶରତ ଚାଟାର୍ଜୀ & ସିଓ(କୋ) ପ୍ଲଟରୁ କୋଇଲା ପରିଚାଳନା ଦାୟିତ୍ଵରେ ପାରାଦ୍ୱୀପ ପରିବହନ ଅଛନ୍ତି। କିଛି ଏକ୍ସାଭେଟର ଏଡିବି ସାଇଟରେ ମୁତୟନ ରହିଛନ୍ତି। ଏକ୍ସାଭେଟର ଅପରେଟରଙ୍କ ସହ ମିଶି ଶରତ ଚାଟାର୍ଜୀ ସଂସ୍ଥାର କିଛି କର୍ମଚାରୀ ଡିଜେଲ ହଡପରେ ସାମିଲ ଥିବା ସନ୍ଦେହ କରି ପାରାଦ୍ୱୀପ ପରିବହନ ପକ୍ଷରୁ ସ୍ଥାନୀୟ ପୁଲିସକୁ ଅବଗତ କରାଯାଇଛି।