କୁତ୍ରା ୦୯/୦୭: ସୁନ୍ଦରଗଡ଼ କୁତ୍ରାରେ ପୁଣି ଫୁଟିଲା ଗୁଳି। ଏକ ଚିପ୍ସ ବୋଝେଇ ହାଇୱା ଉପରେ ୫ ରାଉଣ୍ଡ ଗୁଳି ମାଡ କରି ଦୁର୍ବୃତ୍ତ ଫେରାର। ଭୋର ୩ଟାରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଲିଟିବେଡ଼ା ଛକ ନିକଟରେ ଗୁଳିମାଡ଼ ହୋଇଛି । ଲାଞ୍ଜିବେର୍ଣ୍ଣାରୁ ଚିପ୍ସ ନେଇ ଖତକୁରବାହାଲ ଯାଉଥିଲା ହାଇୱା। ଦୁଇଟି ବାଇକ୍ରେ ୪ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ରାସ୍ତାରୁ ଗୁଳି ଖୋକା ଜବତ କରିଥିବା ବେଳେ ତଦନ୍ତ ଜାରି ରହିଛି। ତେବେ ଦୁର୍ବୃତ୍ତମାନେ କାହିଁକି ହାଇଓ୍ବା ଉପକୁ ଗୁଳିମାଡ ତାର କାରଣ ଖୋଜା ଚାଲିଛି।
ଅଧିକ ପଢ଼ନ୍ତୁ :- ବିଚିତ୍ରାନନ୍ଦଙ୍କ ୪ ଦଶନ୍ଧିର ଅଭିଯାନ ସଫଳ, ମଦ ଛାଡ଼ିଲେ ୫ ଗାଁର ୪୦୦ ପରିବାର, ଭଗବତ ଚର୍ଚ୍ଚାରେ ବିତୁଛି ସନ୍ଧ୍ୟା
ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ୍ ହାଇଓ୍ବା ଉପରକୁ ଗୁଳିମାଡ଼ ହୋଇଥିବା ନେଇ କୁତ୍ରା ଥାନାରେ ଅଭିଯୋଗ ହୋଇଛି। ପଥର ଚିପ୍ସ ବୋଝେଇ ଏକ ହାଇୱା ଚାଳକ ବନାରସି ଓରାମ ଓ ଅମିତ ଲେହରି ଖତକୁରବାହାଲ ଗ୍ରାମ ପଟୁ କୁତ୍ରା ଆଡକୁ ଆସୁଥିଲୋ। ତାଙ୍କୁ ଦୁଇଟି ବାଇକରେ ପିଛା କରୁଥିବା ୪ ଜଣ ଦୁର୍ବୃତ୍ତ ଲିଟିବେଡା ଜଙ୍ଗଲ ରାସ୍ତାରେ ୫ ରାଉଣ୍ଡ ଗୁଳିମାଡ଼ କରିଥିଲେ।। ହାଇୱା ଉପରେ ଗୁଳି ମାଡ ହେଉଥିବା ଜାଣିପାରି ଚାଳକ ଦ୍ରୁତ ଗତିରେ ସେଠାରୁ ପଳାଇ ଯାଇ ଜୀବନ ରକ୍ଷା କରିଥିଲେ। । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ୨ ଟି ଖୋକା ପଡିଥିବା ଦେଖିବାକୁ ମିଳିଛି।। ଅନ୍ୟ ପକ୍ଷରେ ଏହି ଅଞ୍ଚଳରେ ହେଉଥିବା ଗୋଚାଳନକୁ ବିରୋଧ କରାଯାଉଛି। ଗୋଚାଲାଣକାରୀ ଗୋଷ୍ଠୀ ପକ୍ଷରୁ ଏହି ଗୁଳି ଚାଳନା ହୋଇଥିବା ନେଇ ଗାଡି ମାଲିକ ଅଭିଯୋଗ କରିଛନ୍ତି।