ଦୁଇ ଜଣ ପତ୍ନୀଙ୍କ ସହିତ ଗୋଟିଏ ବିଲ୍ଡିଂ ରହୁଛନ୍ତି ବଲିଉଡର ଏହି ଲୋକପ୍ରିୟ ଗାୟକ, ନାଁ ଜାଣିଲେ ହୋଇଯିବେ ଆଶ୍ଚଯ୍ୟ

ବଲିଉଡ ପାଇଁ ଏହା ସାଧାରଣ କଥା। ଆପଣ ବି ସବୁବେଳେ ଶୁଣି ଆସୁଥିବେ ଯେ, ଅଭିନେତ୍ରୀ ହୁଅନ୍ତୁ କି ଅଭିନେତା ପ୍ରଥମ ବିବାହ କରିବା ପରେ ଯଦି ଅନ୍ୟ ଜଣଙ୍କ ସହିତ ପ୍ରେମ ହୋଇଯାଏ ତେବେ ପୂର୍ବ ପତ୍ନୀଙ୍କୁ ଛାଡ଼ପତ୍ର ଦେବା କିଛି ବଡ଼ କଥା ନୁହେଁ। ଆମେ ଆପଣଙ୍କୁ ଏମିତି ବହୁତ ଜଣଙ୍କର ନାଁ କହିପାରିବୁ ଯେଉଁମାନେ ବିବାହ କରିସାରିବା ପରେ ବି ଅନ୍ୟ ଜଣଙ୍କ ସହିତ ସମ୍ପର୍କ ରଖିଛନ୍ତି। ସେମାନଙ୍କ ମଧ୍ୟରେ ଏମିତି ଜଣେ ଅଭିନେତା, ଗାୟକ, ନିର୍ଦେଶକ ଏବଂ ପ୍ରଯୋଜକ ଅଛନ୍ତି ଯାହାଙ୍କର ଦୁଇ ଜଣ ପତ୍ନୀଙ୍କ ଗୋଟିଏ ବିଳ୍ଡିଂରେ ଅଲଗା ଅଲଗା ଘରେ ରହୁଛନ୍ତି। ସେ ଆଉ କେହି ନୁହନ୍ତି ବଲିଉଡର ଲୋକପ୍ରିୟ ଗାୟକ ହିମେଶ ରେଶମିଆ।

ହିମେଶ ୨୦୧୭ରେ ନିଜ ପ୍ରେମିକା ସୋନିଆ କପୁରଙ୍କ ସହିତ ପ୍ରଥମେ କୋର୍ଟ ମ୍ୟାରେଜ କରିଥିଲେ। ଏହାପରେ ସେ ଗୁଜୁରାତି ରୀତିନୀତି ଅନୁସାରେ ବିବାହ ମଧ୍ୟ କରିଥିଲେ। ୨୪ବର୍ଷ ପୂର୍ବରୁ କୋମଲ ନାମକ ଜଣେ ଝିଅଙ୍କୁ ବିବାହ କରିଥିଲେ। ଯାହାଙ୍କୁ ସେ ୨୦୧୭ରେ ହିଁ ଛାଡ଼ପତ୍ର ଦେଇଛନ୍ତି।

କୋମଲ ଏବଂ ହିମେଶଙ୍କର ଗୋଟିଏ ଝିଅ ମଧ୍ୟ ଅଛି। ଯାହାର ନାଁ ସ୍ବୟଂ। ମାତ୍ର କୋମଲ କହିଛନ୍ତି କି, ସେ ତାଙ୍କ ସ୍ବଇଚ୍ଛାରେ ହିମେଶଙ୍କଠାରୁ ଅଲଗା ହୋଇଛନ୍ତି। ଛାଡ଼ପତ୍ର ଦେବା ପଛରେ ସୋନିଆ ଦାୟୀ ନୁହଁନ୍ତି ବୋଲି କୋମଲ କହିଛନ୍ତି।

ହିମେଶ ପତ୍ନୀ ସୋନିଆଙ୍କ ସହ ଲୋଖଣ୍ଡବାଲା ବିଲ୍ଡି ନମ୍ବର ୩୫ରେ ରହୁଥିବାବେଳେ କୋମଲ ସେହି ବିଳ୍ଡିର ୩୬ ନମ୍ବର ଫ୍ଲୋରରେ ରହୁଛନ୍ତି। ୧୯୯୮ ମସିହାରେ ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର କିୟା ତୋ ଡରନା କିୟା’ ରେ ଗୀତ ଗାଇବା ପାଇଁ ସୁଯୋଗ ପାଇଥିଲେ।
