ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ନେତନ୍ୟାହୁ

ପୋଲାଣ୍ଡ, ୧୫।୨: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗତ ଗୁରୁବାର ରାତିରେ ପୋଲାଣ୍ଡରେ ଟେକ୍-ଅଫ୍ କରିବା ବେଳେ ଦୁର୍ଘଟଣା ଘଟିଥିଲା। ଏଥିରେ ବିମାନର ଯଦିଓ ସାମାନ୍ୟ କ୍ଷତି ହୋଇଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ଅଳ୍ପେକ ବର୍ତ୍ତି ଯାଇଥିଲେ। ଉଲ୍ଲେଖନୀୟ ଯେ, ଯେତେବେଳେ ବିମାନଟି ପୋଲାଣ୍ଡ ଭାରସାଁ ବିମାନ ବନ୍ଦରର ରନଓ୍ବେରେ ଅଚାନକ ଦୁର୍ଘଟଣା ଘଟିଥିଲା ବିମାନରେ ନେତନ୍ୟାହୁଙ୍କ ସହ ବିମାନର ଚାଟାର୍ଡ ଦଳ ଥିଲେ। ଏହି ଦୁର୍ଘଟଣାରେ କିଛି କ୍ଷତି ହୋଇନାହିଁ ଓ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା। ଏହି ଦୁର୍ଘଟଣା ପରେ ବିମାନର ଫଟୋ ଦେଖିବାକୁ ମିଳିଛି। ଯାହାକି ବଡ ବଡ ଖଣ୍ଡରେ ଭାଙ୍ଗିଯାଇଥିବାର ଦେଖାଯାଉଛି।