PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ପ୍ରମେୟ ନ୍ୟୁଜ୍‌-୭ରେ ପାକିସ୍ତାନୀ ହିନ୍ଦୁ; ଭାରତ-ପାକିସ୍ତାନ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହୁ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଭାରତ ପାକିସ୍ତାନ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରହୁ । ପରସ୍ପର ଝଗଡ଼ା ନ ଲାଗନ୍ତୁ । ଯୁଦ୍ଧ ହେବା ଦ୍ୱାରା ଉଭୟ ଦେଶର ଧନ ଓ ଜୀବନର ଅଶେଷ କ୍ଷତି ହେଉଛି । କାଶ୍ମୀର ମାମଲାର ଶାନ୍ତିପୂର୍ଣ୍ଣ ସମାଧାନ ହେଲେ ଉଭୟ ଦେଶ ଉନ୍ନତି କରିପାରିବେ ବୋଲି ‘ପ୍ରମେୟ ନ୍ୟୁଜ୍‌-୭’ରେ ଆଲୋଚନାରେ ଭାଗ ନେଇ ପାକିସ୍ତାନୀ ହିନ୍ଦୁମାନେ କହିଛନ୍ତି ।

୯୧ଜଣ ପାକିସ୍ତାନୀ ହିନ୍ଦୁ ମାସିକିଆ ଭିସାରେ ଭାରତର ବିଭିନ୍ନ ହିନ୍ଦୁ ଧର୍ମସ୍ଥଳୀ ଭ୍ରମଣ କରିବାକୁ ଆସିଛନ୍ତି । ଏହି ଗସ୍ତ ଅବସରରେ ସେମାନେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହିତ ୧୦ଜଣ ପାକିସ୍ତାନୀ ହିନ୍ଦୁ ‘ପ୍ରମେୟ ନ୍ୟୁଜ୍‌-୭’ ଷ୍ଟୁଡିଓରେ ଆସି ଆଲୋଚନାରେ ଭାଗ ନେଇଥିଲେ । ଏହି ଅବସରରେ ପ୍ରଭୁ ଆତ୍ମାରାମ କହିଛନ୍ତି, ପାକିସ୍ତାନରେ ହିନ୍ଦୁମାନଙ୍କ ପ୍ରତି କୌଣସି କଟକଣା ନାହିଁ । କରାଚି ସହରରେ ପଞ୍ଚମୁଖୀ ହନୁମାନ ମନ୍ଦିର, ଶ୍ରୀ ସ୍ୱାମୀନାରାୟଣ ମନ୍ଦିର, ଶ୍ରୀ ବରୁଣ ଦେବ ମନ୍ଦିର ଭଳି ଦେଶରେ ବହୁ ମନ୍ଦିର ରହିଛି । ଲୋକମାନେ ପର୍ବପର୍ବାଣୀ ସୁରୁଖୁରୁରେ ପାଳନ କରନ୍ତି । ଏପରିକି ପର୍ବ ପାଳନ ସମୟରେ ପୁଲିସଠୁ ଆରମ୍ଭ କରି ସ୍ଥାନୀୟ ନେତାମାନେ ଆବଶ୍ୟକ ନିରାପତ୍ତା ଯୋଗାଇ ଦେଇଥାନ୍ତି ।

ସେହିପରି ଛଗନଲାଲ ଦେବଜି ବାଘେଲା କହିଛନ୍ତି, ଭାରତରେ ପାକିସ୍ତାନୀ ହିନ୍ଦୁମାନଙ୍କ ପାଇଁ ଭିସା କଟକଣାରେ କୋହଳ କରାଯାଉ । ବିଶେଷ କରି ଗୁଜରାଟ୍‌ରେ ବହୁ ହିନ୍ଦୁ ମନ୍ଦିର ଥିଲେ ମଧ୍ୟ ସେଠାକୁ ଯିବାକୁ ଅନୁମତି ମିଳୁନଥିବାରୁ ତାହାକୁ କୋହଳ କରାଯାଉ । ଅପରପକ୍ଷେ ଏବେ ସର୍ବାଧିକ ୧ ମାସ ପାଇଁ ଭିସା ମିଳୁଛି । ମାତ୍ର ୧ ମାସର ଭିସାରେ ଭାରତର ସମସ୍ତ ହିନ୍ଦୁ ମନ୍ଦିର ବୁଲି ଶେଷ କରିବା ସମ୍ଭବ ହେଉନାହିଁ । ତେଣୁ ଏହାକୁ ସର୍ବନିମ୍ନ ୪୫ଦିନକୁ ବୃଦ୍ଧି କରାଯାଉ ବୋଲି ଶ୍ରୀ ବାଘେଲା ଅନୁରୋଧ କରିଛନ୍ତି । ମହିଳା ଭକ୍ତ ମଞ୍ଜୁ ଲାଲ କହିଛନ୍ତି, ମୁଁ ପାକିସ୍ତାନରେ ଥିଲେ ମଧ୍ୟ ଆରମ୍ଭରୁ ଶାଢି ପିନ୍ଧି ଆସୁଛି । ସେଠାରେ ବଜାରରେ ହିନ୍ଦୁମାନଙ୍କ ପାଇଁ ସିନ୍ଦୁର ମଧ୍ୟ ମିଳିଥାଏ । ଜନ୍ମାଷ୍ଟମୀଠୁ ଆରମ୍ଭ କରି ନବରାତ୍ରୀ ପର୍ବ ଧୁମଧାମରେ ପାଳନ ହୁଏ । ରଥ ଯାତ୍ରା ମଧ୍ୟ ହୁଏ । ଏସବୁ ପାଳନ କରିବାକୁ ସ୍ଥାନୀୟ ପ୍ରଶାସନଠୁ ସହଜରେ ଅନୁମତି ମଧ୍ୟ ମିଳିଥାଏ ।

ଅନ୍ୟମାନଙ୍କ ମଧ୍ୟରେ ରାଗିଣୀ ଦେବୀ, ରମେଶ କିଶୋର ସିଂହାରା, ଅନିଲ ଦେବ ସିଂହାରା, ବିଠେଲ୍‌ ଶିବା, ବିକ୍ରମ ମନସୁକ୍‌ ନରୁଲା ପ୍ରମୁଖ ଯୋଗ ଦେଇ ଭାରତ-ପାକିସ୍ତାନ ପୂର୍ବ ଭଳି ମିଶି ଏକ ହେବା ପାଇଁ ନିବେଦନ କରିଛନ୍ତି । ଏପରିକି ଉଭୟ ଦେଶ ମିଶିଗଲେ ସେମାନଙ୍କୁ ବିଶ୍ୱକପ୍‌ରେ କେହି ହରାଇପାରିବେନି ବୋଲି କଥା ଛଳରେ କହିଛନ୍ତି । ‘ପ୍ରମେୟ ନ୍ୟୁଜ୍‌-୭’ର ଏହି ‘ପାକିସ୍ତାନରୁ ପୁରୀ’ ହିନ୍ଦୁଙ୍କ ହୃଦୟ କଥା କାର୍ଯ୍ୟକ୍ରମକୁ ବରିଷ୍ଠ ଉପସ୍ଥାପକ ମନୋଜ ମହାପାତ୍ର ପରିଚାଳନା କରିଥିବା ବେଳେ ଓଡ଼ିଶା ଇଣ୍ଟରନ୍ୟାସନାଲ୍‌ ସେଣ୍ଟରର ଅଧ୍ୟକ୍ଷ ପରେଶ ନାୟକ ପ୍ରମୁଖ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ ।