ପ୍ରମୂଖ ଖବର
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ; ୨୦ରେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ହେବେ ସାମିଲ୍
  • ||
  • ଜନ୍ମ ତିଥିରେ ସ୍ନାନ କରୁଛନ୍ତି ଜଗତର ମଉଡ଼ମଣି, ସନ୍ଧ୍ୟାରେ ଗଜାନନ ବେଶ
  • ||
  • ମହାପ୍ରଭୁଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ, ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁଦିଅଁ
  • ||
  • ବଲାଙ୍ଗୀର : ଜୁନ୍‌ ୧୭ରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ, ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ ଓ ମନ୍ତ୍ରୀ
  • ||
  • କଟକ : ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ସମ୍ପର୍କୀୟ ଦାଦା ଗିରଫ
  • ||
  • ଦିବ୍ୟ ଭବ୍ୟ ଦେବ ସ୍ନାନପୂର୍ଣ୍ଣିମା, ଭକ୍ତମୟ ବଡ଼ଦାଣ୍ଡ, ଜନସମୁଦ୍ର ଶ୍ରୀକ୍ଷେତ୍ର
  • ||
  • ସ୍ନାନବେଦୀରେ ସାଆନ୍ତେଙ୍କୁ ଦେଖି ଭିଜିଲା ଭକ୍ତଙ୍କ ଆଖି, ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଚତୁର୍ଦ୍ଦିଗ
  • ||
  • ଗଞ୍ଜାମ : ଜଗନ୍ନାଥ ବିହାର ସ୍ଥିତ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

ଯବାନଙ୍କ ପତ୍ନୀଙ୍କ ମଳ ନଳୀ କାଟି ଦେବା ଘଟଣାକୁ ନେଇ ହିନ୍ଦୁ ସେନାର ବିକ୍ଷୋଭ

Published By : Suraj Kumar | June 10, 2025 4:26 PM

କଟକ,୧୦।୬ : ମାହାଙ୍ଗା ଜଳେଶ୍ଵରପୁର ଅଞ୍ଚଳର ଜଣେ ଯବାନଙ୍କ ପତ୍ନୀଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରରେ ମଳ ନଳୀ କାଟିଦେବା ଘଟଣା ଏବେ କଟକରେ ବିରୋଧ ସ୍ୱର ତେଜିବାରେ ଲାଗିଛି। ଏକ ଘରୋଇ ନର୍ସିଂହୋମରେ ଏଭଳି ଘଟଣା ଘଟିଥିବାବେଳେ ଉକ୍ତ ହସ୍ପିଟାଲ ବିରୁଦ୍ଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଟକ ହିନ୍ଦୁସେନା। ଗତ ୭ଦିନ ହେବ ମଙ୍ଗଳାବାଗ ଥାନାରେ ଏତଲା ହୋଇଥିଲେ ମଧ୍ୟ ପୁଲିସ ଚୁପ୍ ରହିବାକୁ ନେଇ ମଧ୍ୟ ନିନ୍ଦା କରିବା ସହ ନାରାବାଜି ଦିଆଯାଇଥିଲା। 

ଏହାସହ କଟକ ଭଳି ସହରରେ ମାଳ ମାଳ ବେଆଇନ ଘରୋଇ ହସ୍ପିଟାଲ ଥିଲେ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏ ଦିଗରେ ଯାଞ୍ଚ୍ ପ୍ରକ୍ରିୟା ଠପ ବୋଲି ହିନ୍ଦୁସେନା ଆଭିଯୋଗ ଆଣିଛି। ଏଭଳି ଘଟଣା ଘରୋଇ ହସ୍ପିଟାଲ ବିରୋଧରେ ଅନେକ ଥର ଆସୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ନୀରବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ହିନ୍ଦୁସେନା ଦ୍ଵାରା ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ହିନ୍ଦୁସେନା ରାଜ୍ୟ ସଭାପତି ଦେବାଶିଷ ରାଉତଙ୍କ ସମେତ ହିନ୍ଦୁସେନାର କୋଷାଧ୍ୟକ୍ଷ ଅଭିଷେକ ଜେନା, ଜିଲ୍ଲା ସଭାପତି ଆଶିଷ ମହାପାତ୍ର, ଛାତ୍ର ସଭାପତି ସୁଜିତ ଦାସ,ଅଶୋକ ସାହୁ, ଅଖିଳ ମୂଳିଆ, ଅଭିଜିତ ସିଂ, ରାଜକୁମାର ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.