PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଛତିଶଗଡ଼ରେ ସେଭଳି ବର୍ଷା ନାହିଁ, ସ୍ଥିତି ଦେଖି ବନ୍ଦ ହେବ ହୀରାକୁଦ ଗେଟ୍ : ସର୍ବୋଚ୍ଚ ଯନ୍ତ୍ରୀ

ସମ୍ଵଲପୁର, ୨୦/୦୮ : ହୀରାକୁଦରେ ବନ୍ୟାଜଳ କମିବା ପରେ ଧୀରେଧୀରେ ମହାନଦୀରୁ ମଧ୍ୟ ପାଣି କମିବା ଆରମ୍ଭ ହୋଇଛି । ହୀରାକୁଦରେ ବର୍ତ୍ତମାନ ଜଳସ୍ତର ୬୨୦.୭୧ ରହିଛି । ହୀରାକୁଦକୁ ପ୍ରତି ସେକେଣ୍ଡରେ ୧.୮୩ ହଜାର କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୩.୫୪.୬୦୦ କ୍ୟୁସେକ୍‌ ବନ୍ୟାଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦର ୪ଟି ଗେଟ୍‌ ବନ୍ଦ ରହିଛି । ଏବେ ୧୬ଟି ଗେଟ୍‌ ଦେଇ ବନ୍ୟାଜଳ ବାହାରକୁ ଆସୁଛି ବୋଲି ଜଳ ସଂପଦ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସକାଳ ୯ଟା ସୁଦ୍ଧା ମୁଣ୍ଡୁଳିରେ ୮.୫୭୦୦୦ ବନ୍ୟାଜଳ ଅତିକ୍ରମ କରୁଛି । ତେବେ ଛତିଶଗଡ଼ରେ ସେଭଳି ବର୍ଷା ନାହିଁ। ସେଥିପାଇଁ ବନ୍ୟାଜଳ କମ୍ ନିଷ୍କାସନ ହେବ। ବର୍ଷାର ପରିମାଣଙ୍କୁ ପର୍ଯ୍ୟାଲୋଚନା କରିବା ପରେ ଆଉ ଗେଟ୍ ବନ୍ଦ କରିଵା ପାଇଁ ନିଷ୍ପତ୍ତି ନିଆଯିବ।