PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ମିଠୁ ଜାଲରେ ‘ସଞ୍ଜୁ’ ନିର୍ଦ୍ଦଶେକ ହିରାନୀ

ମୁମ୍ବାଇ,13।1 (ଏଜେନ୍ସି): ମୁନ୍ନାଭାଇ ଏମବିବିଏସ୍, ଲଗେରହୋ ମୁନ୍ନାଭାଇ, ପିକେ ଏବଂ ବାୟୋପିକ୍ ‘ସଞ୍ଜୁ  ଭଳି ବଲିଉଡର ଅନେକ ଲୋକପ୍ରିୟ ଫିଲ୍ମରେ ନିର୍ଦ୍ଦଶେନା ଦେଇଥିବା ରାଜକୁମାର ହିରାନୀଙ୍କ ବିରୋଧରେ ନିଜ କଂପାନିର ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ।ତନା ଦେଇଥିବାର ଅଭିଯୋଗ ହୋଇଛି। ଗତ ବର୍ଷ ମାର୍ଚ୍ଚରୁ ସେପ୍ଟେମ୍ବର ଯାଏଁ ଛଅ ମାସ ଧରି ହୀରାନି ତାଙ୍କୁ ନିର୍ଯ।ତନା ଦେଇଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି। ଫିଲ୍ମ ‘ ସଞ୍ଜୁ’ର ପୋଷ୍ଟ-ପ୍ରଡକ୍ସନ କାମ ଚାଲିଥିଲାବେଳେ ଏହି ଘଟଣା ଘଟିଥିଲା। ଉକ୍ତ ମହିଳା କର୍ମଚାରୀ ଜଣକ ହିରାନୀଙ୍କୁ ପୋଷ୍ଟ -ପ୍ରଡକସନ  କାର୍ଯ୍ୟରେ ସହାୟତା କରୁଥିଲେ।  ହଫପୋଷ୍ଟ ଇଣ୍ଡିଆକୁ ଦେଇଥିବା   ସାକ୍ଷାତକାରରେ ପୀଡିତା ମହିଳା ଜଣକ କହିଛନ୍ତି କି ସେ ଗତ ବର୍ଷ ନଭେମ୍ବର 3ରେ ‘ସଞ୍ଜୁ ଫିଲ୍ମର ପ୍ରଯୋଜକ ବିଧୂବିନୋଦ ଚୋପ୍ରା, ତାଙ୍କର ପତ୍ନୀ ଅନୁପମା ଚୋପ୍ରା, ଭଉଣୀ ସେଲି ଚୋପ୍ରା ଏବଂ କାହାଣୀ ଲେଖକ ଅଭିଜାତ ଯୋଶୀଙ୍କୁ ଏକ ଇ-ମେଲ୍ ପ୍ରେରଣ କରି ହୀରାନିଙ୍କ ହରକତ୍ ସମ୍ପର୍କରେ ଜଣାଇଥିଲେ। ଉକ୍ତ ଇ-ମେଲରେ ପୀଡ଼ିତା ଜଣକ ଉଲ୍ଲେଖ କରିଛନ୍ତି କି 2018 ଏପ୍ରିଲ9ରେ ହୀରାନି ନିଜର ବାସଭବନ(କାର୍ଯ୍ୟ।ଳୟ ବି ସେଠାରେ ରହିଛି)ରେ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ସହିତ ଅସଦାଚରଣ କରିଥିଲେ। ସେ ଗତ 6 ମାସ ଧରି ତାଙ୍କ ସହିତ ଏଭଳି ଆଚରଣ କରିଆସୁଛନ୍ତି। 

ସେ ଜଣାଇଥିଲେ କି ଯେଉ ସମୟରେ ଏହି ଘଟଣା ଘଟିଥିଲା, ସେତେବେଳେ ତାଙ୍କ ବାପା ଗୁରୁତର ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ସେଥିପାଇଁ ତାଙ୍କର ଚାକିରି କରିବା ନିହାତି ଦରକାର ଥିଲା। କୌଣସି କାରଣରୁ ସେ ଚାକିରି ହରାଇବାକୁ ଚାହୁଁନଥିଲେ। ତା’ଛଡା ତାଙ୍କର ଭୟ ଥିଲା କି ସେ ଏମିତି ମଝିରେ କାମ ଛାଡିଲେ ତାଙ୍କ ପାଇଁ ସାଙ୍ଗେ ଆଉ ଏକ ଚାକିରି ଖୋଜିବା ମୁସ୍କିଲ ହେବ। ସେହିପରି ହୀରାନି ତାଙ୍କ ବିରୋଧରେ ଅପପ୍ରଚାର କରିପାରନ୍ତି ଏବଂ ଏହାଯୋଗୁ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଉ କେହି କାମ ଦେବେନି ବୋଲି ସେ ଆଶଙ୍କା କରୁଥିଲେ। ଏସବୁ କାରଣରୁ ସେ ଏହି ଘଟଣା ସମ୍ପର୍କରେ ତ।ଳ କିଛି ତଥ୍ୟ ସାର୍ବଜନୀନ କରିନଥିଲେ। 

ଅନ୍ୟପଟରେ ହୀରାନି ଏସବୁ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। ସେ ନିଜ ଓକିଲଙ୍କ ମାଧ୍ୟମରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ  ତାଙ୍କର ମାନହାନି କରିବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ସେ କୌଣସି ସ୍ବାଧୀନ ସଂସ୍ଥା ଦ୍ବାରା ଏସମ୍ପର୍କରେ ଯାଞ୍ଚ କରାଯିବା ପାଇଁ ଦାବି କରିଛନ୍ତି। ସେହିପରି ହୀରାନି ଏବଂ ପୀଡ଼ିତା ମହିଳା ପରସ୍ପରକୁ ଗତ 6 ମାସ ମଧ୍ୟରେ ପ୍ରେରଣ କରିଥିବା କିଛି ଇ-ମେଲ ଏବଂ ମେସେଜକୁ ବି ହୀରାନି ସାର୍ବଜନୀନ କରିଛନ୍ତି। ଏହା ଆଧାରରେ ସେ ଦାବି କରିଛନ୍ତି କି ଉଭୟଙ୍କ ସମ୍ପର୍କ କେବଳ ପେଶାଗତ ଥିଲା। 

ସମ୍ବନ୍ଧିତ ଖବର