ନୂଆଦିଳ୍ଲୀ,୨୭।୧୨: ପ୍ରତିଦିନ ବଢୁଛି ସୁନା ଓ ରୂପାର ଦାମ୍। ସୁନା ଭଳି ମଧ୍ୟ ରୁପାର ଚମକ ଦିନକୁ ଦିନ ବଢିବାରେ ଲାଗିଛି। ରିଟେଲରୁ ନେଇ ବଡ଼ ନିବେଶ ମଧ୍ୟ ଏବେ ଖୋଲାଖୋଲି ଏହା ଉପରେ ଭରସା ରଖିଛନ୍ତି। ଏହା ସହ ବଡ଼ ବଡ଼ ଏକ୍ସପର୍ଟ ମଧ୍ୟ ମାନୁଛନ୍ତି ଯେ,ସୁନା-ରୁପା ଦାମ୍ ଲଙ୍ଗ ଟର୍ମରୁ ଉପର ଆଡକୁ ଯିବ। ମୂଲ୍ୟବାନ ଧାତୁର ଦାମ୍ ଅଟକିବ ନାହିଁ। ପ୍ରତିଦିନ ଏହି ଧାତୁ ନିଜର ରେକର୍ଡ ଲେବଲରେ ପହଁଞ୍ଚୁଛି। ଗତକାଲି ଅର୍ଥାତ ଶୁକ୍ରବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏମସିଏକ୍ସ)ରେ ରୂପା ଦାମ୍ରେ ବୃଦ୍ଧି ଦେଖିବାକୁ ମିଳିଛି। କମୋଡିଟି ବଜାରରେ କାରବାର ବନ୍ଦ ହେବା ସୁଦ୍ଧା, ମାର୍ଚ୍ଚ ୫ ତାରିଖର ଫ୍ୟୁଚର୍ସ ପାଇଁ ୧ କିଲୋଗ୍ରାମ ରୂପାର ମୂଲ୍ୟ ୧୭,୧୪୫ ଟଙ୍କାରୁ ବୃଦ୍ଧି ପାଇ ୨,୪୦,୯୩୫ ରେ ଟଙ୍କାରେ ପହଞ୍ଚିଛି। କିନ୍ତୁ, ଦିନର ବ୍ୟବସାୟ ସମୟରେ, ରୂପା ୧୯୦୦୦ ବୃଦ୍ଧି ପାଇ ୨,୪୨,୦୦୦ ରେ ପହଞ୍ଚିଛି, ଯାହାକି ଏହାର ଅଲ୍ ଟାଇମ୍ ହାଇଲେବଲ। ସେଭଳି ଏମସିଏକ୍ସରେ ଗତକାଲି ୫ ଫେବୃଆରୀର ଫ୍ୟୁଚର୍ସ ପାଇଁ ୧୦ ଗ୍ରାମ ସୁନାର ଦାମ୍ ୭୦ ଟଙ୍କା ବଢି ୧୩୯୯୪୦ ଟଙ୍କାରେ ପହଁଞ୍ଚି ଯାଇଛି। ସେଭଳି ଦିନର କାରବାର ବେଳେ ସୁନାର ମୂଲ୍ୟରେ ୧୨୦୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି। ସୁନା ମଧ୍ୟ କାଲି ନିଜର ଅଲ୍ ଟାଇମ୍ ହାଇ ଲେବଲ ଟଚ୍ କରିଛି।
ଗତ ସପ୍ତାହରେ ସାଧାରଣ ଲୋକଙ୍କ ପହଁଞ୍ଚଠାରୁ ବହୁ ଦୂରରେ ରହିଛି ସୁନା ଏବଂ ରୂପା। ଡିସେମ୍ବର ୧୯ ତାରିଖରେ ୧୦ ଗ୍ରାମ ସୁନାର ମୂଲ୍ୟ ୧,୩୪,୧୯୬ ଟଙ୍କା ଥିଲା। ଆଜି ଏହାର ମୂଲ୍ୟ ପ୍ରାୟ ୧.୪୦ ଲକ୍ଷ। ଏହାର ଅର୍ଥ ହେଉଛି ମାତ୍ର ଗୋଟିଏ ସପ୍ତାହରେ ଏହାର ମୂଲ୍ୟ ୬୦୦୦କୁ ବୃଦ୍ଧି ପାଇଛି। ରୂପାର ମୂଲ୍ୟ ଆହୁରି ବୃଦ୍ଧି ପାଇଛି। ଡିସେମ୍ବର ୧୯ ତାରିଖରେ ରୂପାର ମୂଲ୍ୟ ୨,୦୮,୦୦୦ ପ୍ରତି କିଲୋଗ୍ରାମ ଥିଲା, କିନ୍ତୁ ଏବେ ଏହାର ମୂଲ୍ୟ ୨,୪୦,୦୦୦ ହୋଇଛି। ମାତ୍ର ଗୋଟିଏ ସପ୍ତାହରେ ଏହାର ମୂଲ୍ୟ ୩୨ ହଜାର ବୃଦ୍ଧି ପାଇଛି।
ସୁନା ଏବଂ ରୂପା ଦାମ୍ ବଢିବାର କାରଣ:
-ଆନ୍ତର୍ଜାତୀୟ ସ୍ତରରେ ସୁନା ଏବଂ ରୂପା ମୂଲ୍ୟ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି, ଯାହା ଘରୋଇ ବଜାରରେ ମୂଲ୍ୟକୁ ବୃଦ୍ଧି କରୁଛି।
-ସୁନା ଏବଂ ରୂପା ETF ରେ ନିବେଶକମାନେ ଦ୍ରୁତ ଗତିରେ ବୃଦ୍ଧି ପାଉଛନ୍ତି। ବଜାର ଅସ୍ଥିରତା ମଧ୍ୟରେ, ଲୋକମାନେ ସୁରକ୍ଷିତ ନିବେଶ ପାଇଁ ସୁନା ଏବଂ ରୂପା ଆଡକୁ ମୁହାଁଇଛନ୍ତି। ଡଲାର ଦୁର୍ବଳ ହେଉଥିବାରୁ ଏବଂ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସର ବୃଦ୍ଧି ଆଶା କରି ସୁନା ଏବଂ ରୂପାର ଚାହିଦା ବଢୁଛି।
-ଇଲେକ୍ଟ୍ରୋନିକ୍ସ ଏବଂ ଗ୍ରୀନ୍ ଟେକ୍ନୋଲୋଜି ଭଳି କ୍ଷେତ୍ରରେ ମଧ୍ୟ ରୂପାର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଶିଳ୍ପ ଚାହିଦାକୁ ବୃଦ୍ଧି କରିଛି, ଏବଂ ନିବେଶକମାନେ ଏହି ବର୍ଦ୍ଧିତ ଧାରାରେ ଆଗକୁ ବଢୁଛନ୍ତି।
-ରାଜନୈତିକ ଉତ୍ତେଜନା, ତୈଳ ବଜାର ଏବଂ ଚାଲିଥିବା ଦ୍ୱନ୍ଦ୍ୱ ଯୋଗୁଁ, ନିବେଶକମାନେ ବିପଦରୁ ରକ୍ଷା ପାଇବା ପାଇଁ ଅଧିକ ସୁନା ଏବଂ ରୂପା କିଣୁଛନ୍ତି।
-କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ବହୁ ପରିମାଣରେ ମୂଲ୍ୟବାନ ଧାତୁ କ୍ରୟ କରୁଛନ୍ତି, ଯାହାଦ୍ବାରା ଚାହିଦା ବଜାୟ ବଢୁଛି ଏବଂ ମୂଲ୍ୟକୁ ଅଧିକ ବୃଦ୍ଧି ପାଉଛି।
ଆହୁରି ପଢନ୍ତୁ :ପୁଣି ରେକର୍ଡ ଭାଙ୍ଗିଲା ସୁନା-ରୁପା ଦାମ୍, କିଣିବାକୁ ଗ୍ରାହକ ଭୟଭୀତ: ଜାଣନ୍ତୁ ମୂଲ୍ୟ ବୃଦ୍ଧିର ମୁଖ୍ୟ ୩ କାରଣ