PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ସଞ୍ଜୁ ପୁଣି ହିଟ୍

ସଞ୍ଜୁ ପୁଣି ହିଟ୍‌ ସାବ୍ୟସ ହୋଇଛନି । ୧୦ରୁ ଅଧିକ ଫିଲ୍ମରେ ସଞ୍ଜୁ ଚରିତ୍ରରେ ଅବତୀର୍ଣ ହୋଇ ବାଜି ମାରିଥିବା ବାବୁସାନ୍‌ ପୁନର୍ବାର ସେହି ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଛନ୍ତି । ମକର ସଂକ୍ରାନ୍ତି ଉପଲକ୍ଷେ ପ୍ରେକ୍ଷାଳୟକୁ ଆସିଥିଲା ସାଇ ଶ୍ରଧା ଟେଲିପ୍ରଡକ୍ସନ୍ ପ୍ରାଇଭେଟ୍‌ ଲିମିଟେଡ୍‌ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚିତ୍ର “ଅଜବ ସଞ୍ଜୁର ଗଜବ ଲଭ୍‌’ । ଫିଲ୍ମର ମୁଖ୍ୟ ଭୂମିକାରେ ଷ୍ଟାର କିଡ୍‌ ବାବୁସାନ୍‌ ଓ ଚୁଲବୁଲି ଅର୍ଚିତା ଅଭିନୟ କରିଥିଲେ । ଉଭୟଙ୍କ ଯୋଡ଼ିକୁ ପ୍ରଶଂସକ ତଥା ଦର୍ଶକ ବେଶ୍‌ ପସନ୍ଦ କରିଥିଲେ । ଫିଲ୍‌ର କାହାଣୀ, କଳାକାରଙ୍କ ଅଭିନୟ ସାଙ୍ଗକୁ ଗୀତଗୁଡ଼ିକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି । ଫିଲ୍ମର ନିର୍ଦେଶନା ଦେଇଥିଲେ ସଂଜୁଙ୍କ ସାଥୀ ଅଶୋକ ପତି । ସଂଗୀତରେ ଗୀତିଗୁଡ଼ିକୁ ସଜାଇଥିଲେ ପ୍ରେମ ଆନନ୍ଦ । ସଂଳାପ ଲେଖିଥିଲେ ରଣଜିତ ପଟ୍ଟନାୟକ । କ୍ୟାମେରା ପରିଚାଳନା କରିଥିଲେ ସୀତାଂଶୁ ମହାପାତ୍ର । ସଂପାଦନା ଭାର ବହନ କରିଥିଲେ ସୁକୁମାର ମଣି । ପ୍ରଯୋଜନା କରିଥିଲେ ନିହାର ସାମଲ ଏବଂ ବିନି ସାମଲ । ଫିଲ୍ମଟି ଏବେ ବି ବାବୁ ‘ମୁସକିଲ ହୈ ଜିନା’ ଗୀତ ଗାଇଛନ୍ତି । ଯାହା ଅଧିକ ଲୋକଦୃତ ହୋଇଛି ।

ସମ୍ବନ୍ଧିତ ଖବର