PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ହିୱାରେ ବଜାର, ଭାରତର କୋଟିପତିଙ୍କ ଗାଁ: କେମିତି ବଦଳିଲା ଗାଁ ଭାଗ୍ୟ, ଜାଣନ୍ତୁ ଏହା ଇତିହାସ …

ନୂଆଦିଲ୍ଲୀ ୨୫/୦୯: ଯଦି ପ୍ରଶ୍ନ କରାଯାଏ, ଦେଶରେ ସର୍ବାଧିକ କୋଟିପତି କେଉଁ ସହରରେ ଅଛନ୍ତି? ତେବେ ଆପଣଙ୍କ ମନକୁ ପ୍ରଥମେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମହାନଗର ନାଁ ଆସିବ । କିନ୍ତୁ ଦେଶରେ ଏଭଳି ଏକ ଗାଁ ଅଛି, ଯାହାର ପ୍ରାୟ ପ୍ରତ୍ୟେକ ବାସିନ୍ଦା କୋଟିପତି । ବିଶ୍ୱାସ ନ ହେଲେ ବି ଏହା ସତ । ପରିଶ୍ରମ ବଳରେ ଏହି ଗାଁର ବାସିନ୍ଦା ଧନୀର ପରିଚୟ ହାସଲ କରିଛନ୍ତି ।

ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ରହିଛି ହିୱାରେ ବଜାର ନାମକ ଗାଁ । ସ୍ଥାନୀୟ ବାସିନ୍ଦା ନିଜେ ଗାଁର ଭାଗ୍ୟ ଲେଖିଛନ୍ତି । ୧୯୯୦ ମସିହାରେ ଏଠାରେ ୯୦ ପ୍ରତିଶତ ଗରିବ ପରିବାର ରହୁଥିଲେ । ଏବେ କିନ୍ତୁ ଗାଁର ଭାଗ୍ୟ ବଦଳିଯାଇଛି । ତେବେ ଏହି ସଫଳତା ପଛରେ ଏକ କାହାଣୀ ରହିଛି । ଗାଁରେ ପ୍ରାୟ ୩୦୫ ପରିବାର ରହୁଛନ୍ତି । ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ କୋଟିପତି । ଆଉ ଏକ ରୋଚକ କଥା ହେଉଛି ଏଠାରେ ଗୋଟିଏ ବି ମଶା ନାହାନ୍ତି । ଜଳାଭାବ କିମ୍ବା ସବୁଜିମାର ଅଭାବ ନାହିଁ । ଗ୍ରୀଷ୍ମଦିନେ ଏହି ଗାଁର ତାପମାତ୍ରା ଆଖପାଖ ଗାଁ ତୁଳନାରେ ୩-୪ ଡିଗ୍ରୀ କମ୍‌ ରହେ । ଗାଁରେ ୫୦ରୁ ଉଦ୍ଧ୍ୱର୍ ପରିବାରର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ ଅଧିକ । ପ୍ରତ୍ୟେକ ବ୍ୟକ୍ତିଙ୍କ ଆୟ ଦେଶର ଶୀର୍ଷ ୧୦ ପ୍ରତିଶତ ଗ୍ରାମାଞ୍ଚଳର ହାରାହାରି ଆୟ(ମାସକୁ ୮୯୦ ଟଙ୍କା)ର ଦୁଇଗୁଣ । ଅର୍ଥାତ ଗତ ୧୫ ବର୍ଷ ମଧ୍ୟରେ ଗାଁର ହାରାହାରି ଆୟ ୨୦ ଗୁଣ ହୋଇଛି ।

ଏଠାରେ ୧୯୯୫ ମସିହାରେ ୧୮୦ରୁ ୧୬୮ ପରିବାର ଗରିବ ସୀମାରେଖା ତଳେ ଥିଲେ । ୧୯୯୮ ମସିହା ସର୍ଭେରେ ଏହି ସଂଖ୍ୟା ୫୩ ହୋଇଗଲା । ଏବେ କେବଳ ୩ଟି ପରିବାର ଏହି ଶ୍ରେଣୀରେ ଅଛି । ଗାଁ ଗରିବ ସୀମାରେଖା ପାଇଁ ନିଜର ଭିନ୍ନ ମାନଦଣ୍ଡ ସ୍ଥାପନ କରିଛି, ଯାହା ଔପଚାରିକ ଗରିବ ସୀମାରେଖାଠାରୁ ହାରାହାରି ତିନିଗୁଣ ଅଧିକ । ପ୍ରଥମେ ହିୱାରେ ବଜାର ବାସିନ୍ଦା ଅତ୍ୟନ୍ତ ଗରିବ ଥିଲେ । ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । କିନ୍ତୁ ସରପଞ୍ଚ ପୋପଟ ରାଓ ପାୱାର ଗାଁର ଚିତ୍ର ସମ୍ପୂର୍ଣ୍ଣ ବଦଳାଇଦେଲେ । ଆଖପାଖ ଲୋକେ ତାଙ୍କଠାରୁ ଶିକ୍ଷା ପାଇ ଚାଷ କାର୍ଯ୍ୟରେ ନୂଆ ନୂଆ ପ୍ରୟୋଗ କରୁଛନ୍ତି । ୧୯୭୦ ଦଶକରେ ହିନ୍ଦ କେସରୀ ପହିଲୱାନଙ୍କ ପାଇଁ ଗାଁ ସାରା ଦେଶରେ ପ୍ରସିଦ୍ଧିଲାଭ କରିଥିଲା । କିନ୍ତୁ ଧୀରେ ଧୀରେ ସ୍ଥିତି ବିଗିଡ଼ିବାକୁ ଲାଗିଲା । ୮୦-୯୦ ଦଶକରେ ହିୱାରେ ବଜାର ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେଲା । ଲୋକେ ପିଇବା ପାଣି ପାଇଁ ବିକଳ ହେଲେ । କିଛି ଲୋକ ପରିବାର ସହ ପଳାୟନ କଲେ । ଗାଁର ଜଳସ୍ତର ୮୨-୧୧୦ ଫୁଟ ହୋଇଗଲା । ଏହା ସତ୍ତେ୍ୱ ଲୋକେ ନିଜକୁ ବଞ୍ଚାଇବାକୁ ଅଣ୍ଟା ଭିଡ଼ିଲେ । ୧୯୯୦ ମସିହାରେ ଗାଁରେ ଜଏଣ୍ଟ୍‌ ଫରେଷ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ କମିଟି ଗଠନ ହେଲା । ଏହା ଅନ୍ତର୍ଗତ କୂପ ଖନନ ଓ ବୃକ୍ଷରୋପଣ କାର୍ଯ୍ୟ ଶ୍ରମଦାନ ଜରିଆରେ ଆରମ୍ଭ ହେଲା । ମହାରାଷ୍ଟ୍ର ଏମ୍ପ୍‌ଲୟମେଣ୍ଟ ଗ୍ୟାରେଣ୍ଟି ସ୍କିମ୍‌ ଅନ୍ତର୍ଗତ ଏହାକୁ ପାଣ୍ଠି ମିଳିଲା । ପରେ ଆଦର୍ଶ ଗ୍ରାମ ଯୋଜନା ଯୋଗୁ ଗାଁରେ ଏହି କାମ ଜୋର୍‌ ଧରିଲା । ଲୋକଙ୍କ ପରିଶ୍ରମ ଓ ପ୍ରଚେଷ୍ଟା ଫଳରେ ଗାଁର ଜଳସ୍ତର ଏବେ ୩୦-୩୫ ଫୁଟ ହୋଇଛି । ଏବେ ଗାଁରେ ୩୪୦ କୂଅ ମଧ୍ୟ ରହିଛି ।

ସମ୍ବନ୍ଧିତ ଖବର