ଭୁବନେଶ୍ୱର,୨୬/୦୧: ରାଞ୍ଚି ରୟାଲ୍ସ ଦ୍ୱିତୀୟ କ୍ୱାଲିଫାୟରରେ ୩-୨ ଗୋଲରେ ହାଇଦ୍ରାବାଦ ତୁଫାନ୍ସକୁ ପରାଜିତ କରି ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଫାଇନାଲରେ ପ୍ରବେଶ କରିଛି । ଆଜି କଳିଙ୍ଗ ଲାନସର୍ସ ଓ ରାଞ୍ଚି ରୟାଲ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ ।

ରାଞ୍ଚି-ହାଇଦ୍ରାବାଦ

ରାଞ୍ଚି-ହାଇଦ୍ରାବାଦ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ହାଇଦ୍ରାବାଦ ପଞ୍ଚମ ମିନିଟରେ ଗୋଲ ଦେଇ ଅଗ୍ରଣୀ ଲାଭ କରିଥିଲା । ଜାକବ ଆଣ୍ଡରସନ ଏହି ଗୋଲ ଦେଇଥିଲେ। ବର୍ଥଡେ ମ୍ୟାନ ଟମ ବୁନ ୧୩ ଓ ୧୫ ମିନିଟରେ ଗୋଲ୍ ଦେଇ ରାଞ୍ଚି ରୟାଲ୍ସକୁ ଅଗ୍ରଣୀ କରାଇଥିଲେ । ପୁଣି ତୃତୀୟ କ୍ୱାର୍ଟର ଅର୍ଥାତ ୩୪ ମିନିଟରେ ବୁମ୍ ବ୍ୟକ୍ତିଗତ ହ୍ୟାଟ୍ରିକ୍ ଓ ଦଳ ପାଇଁ ତୃତୀୟ ଗୋଲ୍ ଦେଇଥିଲେ । ୩୮ ମିନିଟରେ ଅମନଦୀପ ଲାକ୍ରା ହାଇଦ୍ରାବାଦ ପକ୍ଷରୁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ । ପରବର୍ତ୍ତୀ ସମୟ ଖେଳ ପ୍ରବଳ ସଂଘର୍ଷପୂର୍ଣ୍ଣ ହୋଇଥିଲା । ବହୁ ପ୍ରୟାସ କରି ତୁଫାନ୍ସ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିପାରି ନଥିଲା । ଶେଷରେ ରାଞ୍ଚି ଗୋଟିଏ ଗୋଲରେ ଅଗ୍ରଣୀ ସହ ମ୍ୟାଚ ଜିତି ନେଇଥିଲା । ପ୍ରଥମ କ୍ୱାଲିଫାୟର୍ସରେ କଳିଙ୍ଗ ଲାନସର୍ସଠୁ ହାରିବା ପରେ ରାଞ୍ଚି ରୟାଲ୍ସ ଦ୍ୱିତୀୟ କ୍ୱାଲିଫାୟର ଖେଳିଥିଲା । ଆଜି ପ୍ରଥମେ ତୃତୀୟ ସ୍ଥାନ ପାଇଁ ଏଚ୍ଆଇଏଲ୍ ଜିସି ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଖେଳାଯିବ । ଏହାପରେ ସନ୍ଧ୍ୟା ୭ଟା ୩୦ ମିନିଟରେ ଲାନସର୍ସ ଓ ରୟାଲ୍ସ ଟାଇଟଲ ଲଢ଼େଇରେ ଉପନୀତ ହେବେ ।

ଆହୁରି ପଢ଼ନ୍ତୁ:-ସାବାସ୍ ପାଣ୍ଡ୍ୟା : ଭାଇରାଲ ହେଉଛି ହାର୍ଦ୍ଦିକଙ୍କ ଦମଦାର କ୍ୟାଚ୍