ପ୍ରମୂଖ ଖବର
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ହକି ଇଣ୍ଡିଆ ଲିଗ: ୨-୧ ଗୋଲରେ ଦିଲ୍ଲୀକୁ ହରାଇଲା ସୁରମା, ପଏଣ୍ଟ ଟେବୁଲର ୩ୟ ସ୍ଥାନକୁ ଉଠିଲା

Published By : Prameya | January 23, 2025 11:32 AM

ରାଞ୍ଚି,୨୩/୦୧:  ପୁରୁଷ ଏଚଆଇଏଲରେ   ଦିଲ୍ଲୀ ଏସ୍‌ଜି  ପିପର୍ସ ଏବଂ ସୁରମା ହକି କ୍ଲବ୍‌ ମ୍ୟାଚ୍‌ ରାଞ୍ଚିରେ  ଖେଳାଯାଇଥିଲା । ସୁରମା ବେଶ ଉନ୍ନତ ପ୍ରଦର୍ଶନ କରି  ୨-୧ ଗୋଲରେ ଦିଲ୍ଲୀକୁ  ପରାଜିତ କରିଥିଲା । ଏଥିସହ  ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।  ସିଜନରେ ଏ ପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ରୁ ୩ଟି ବିଜୟ ସହ ୧୪ ପଏଣ୍ଟ ପାଇଛି । 

ସୁରମା ବୁଧବାର ପ୍ରଥମ ଓ ଦ୍ୱିତୀୟ  କ୍ୱାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ  ଅଗ୍ରଣୀ ଲାଭ କରିଥିଲା । ନବମ ମିନିଟରେ  ହର୍ଜିତ ସିଂ ଏବଂ ୧୭ ମିନିଟରେ ଗୁରଜନ୍ତ  ସିଂ ଗୋଲ୍‌ ସ୍କୋର କରିଥିଲେ । ଦୁଇ ଦଳ ମଧ୍ୟରେ  ପରବର୍ତ୍ତୀ ସମୟ ଖେଳ  ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିଥିଲା । ଦିଲ୍ଲୀ ଗୋଲ  ଖାତା ଖୋଲିବା ନେଇ ପ୍ରୟାସ ଜାରି  ରଖିଥିବାବେଳେ ସୁରମା ଅଧିକ ଗୋଲ୍‌ ସ୍କୋର କରିବା ଲକ୍ଷ୍ୟରେ ରହିଥିଲା।  ଶେଷରେ ୫୯ ମିନିଟରେ ଦିଲ୍ଲୀ ଖାତା ଖୋଲି ଗୋଟିଏ ଗୋଲ ପରିଶୋଧ  କରିଥିଲା । ଗୋଟିଏ ଗୋଲରେ ଆଗୁଆ  ରହି ସୁରମା ମ୍ୟାଚ୍‌ ବିଜୟୀ ହୋଇଥିଲ।।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.