PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଡାକ୍ତର ଦମ୍ପତିଙ୍କ ନିଆରା ପ୍ରୟାସ, ରଙ୍ଗବେରଙ୍ଗ ଫୁଲରେ ପାଳନ କଲେ ହୋଲି

ବରଗଡ଼, ୦୮/୦୩ : ରଙ୍ଗର ପର୍ବ ହୋଲି। ଆଜି ସାରା ଦେଶ ପାଳୁଛି ହୋଲି ପର୍ବ। ହୋଲିକୁ ନେଇ ସବୁଠି ହର୍ଷ ଉଲ୍ଲାସ ଲାଗି ରହିଛି। ତେବେ ସବୁଠି ରଙ୍ଗ ଅବିରରେ ହୋଲି ଖେଳାଯାଉଥିବା ବେଳେ ବରଗଡ଼ରେ ନିଆରା ଢଙ୍ଗରେ ହୋଲି ଖେଳାଯାଇଛି। ବିଭିନ୍ନ ଫୁଲରେ ହୋଲି ଖେଳ ଚାଲିଛି । ବରଗଡ଼ର ଡାକ୍ତର ଦମ୍ପତି ରାମକୃଷ୍ଣ ପୁରୋହିତ ଓ ମମତା ପୁରୋହିତ ଛୋଟ ଛୁଆଙ୍କୁ ରାଧା କୃଷ୍ଣ ବେଶ କରି ରଙ୍ଗବେରଙ୍ଗର ଫୁଲରେ ହୋଲି ପର୍ବ ପାଳନ କରିଛନ୍ତି।

ଏବେ ମାର୍କେଟ୍‌ରେ ବିଭିନ୍ନ କେମିକାଲ୍ ଯୁକ୍ତ ରଙ୍ଗ ମିଳୁଛି। ଯାହାକୁ ବ୍ୟବହାର କରିବା ଦ୍ଵାରା ବିଭିନ୍ନ ସମସ୍ୟା ହୋଇଥାଏ। ତେବେ ପ୍ରାକୃତିକ ଉପାୟରେ ଫୁଲ ପାଖୁଡ଼ାରେ ହୋଲି ଖେଳ ଆୟୋଜନ କରି ବରଗଡ଼ର ଡାକ୍ତର ଦମ୍ପତି ରାମକୃଷ୍ଣ ପୁରୋହିତ ଓ ମମତା ପୁରୋହିତ ପ୍ରଶଂସାର ପାତ୍ର ହୋଇଛନ୍ତି। ପ୍ରକୃତି ସହ ଜଡ଼ିତ ହୋଇ ସୁସ୍ଥ ରହିବାକୁ ସେମାନେ ବାର୍ତ୍ତା ଦେଇଛନ୍ତି।