ସଲମାନଙ୍କୁ ବିବାହ ପାଇଁ ପ୍ରପୋଜ୍ କଲେ ହଲିଉଡ୍ର ଏହି ହସିନା, ଏମିତି ଉତ୍ତର ଦେଲେ ଭାଇଜାନ

ନୂଆଦିଲ୍ଲୀ ୨୭/୦୫: ସଲମାନ ଖାନଙ୍କୁ ବଲିଉଡର ମୋଷ୍ଟ ଏଲିଜିବଲ୍ ବ୍ୟାଚଲର୍ କୁହାଯାଏ। ଭାଇଜାନଙ୍କର ଲମ୍ବା ଫ୍ୟାନ୍ ଫଲୋଇଙ୍ଗ୍ ରହିଛି। ଅନେକ ସମୟରେ ତାଙ୍କ ଫିମେଲ୍ ଫ୍ୟାନ୍ସ ବିବାହ ପାଇଁ ପ୍ରପୋଜ୍ କରନ୍ତି। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ ସଲମାନ ବିବାହ କରିବେ ନାହିଁ। ସଲମାନ କଥା କଥାରେ ଅନେକ ଥର ଏହି ବିଷୟରେ ସୂଚନା ଦେଇଛନ୍ତି। ତେବେ ଏଥର IIFA ୨୦୨୩ ର ଗ୍ରୀନ୍ କାର୍ପେଟ ଇଭେଣ୍ଟରେ ସଲମାନଙ୍କୁ ହଲିଉଡରୁ ବିବାହ ପ୍ରସ୍ତାବ ମିଳିଛି। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏହାର କାରଣ ମଧ୍ୟ କହିଛନ୍ତି।
ଏହି ବିବାହ ପ୍ରସ୍ତାବ ଆଲିନା ଖଲିଫେ ସଲମାନଙ୍କୁ ଦେଇଛନ୍ତି। ଯାହାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଆଲିନା ସଲମାନଙ୍କୁ ପ୍ରଶ୍ନ ପଚାରିଥିବାର ନଜର ଆସିଛନ୍ତି। ସେ କହିଛନ୍ତି- ‘ସଲମାନ, ମୁଁ ହଲିଉଡରୁ କେବଳ ଆପଣଙ୍କୁ ଏହି ପ୍ରଶ୍ନ ପଚାରିବା ପାଇଁ ଆସିଛି । ମୁଁ ଆପଣଙ୍କୁ ଦେଖିବା ଦିନଠାରୁ ଆପଣଙ୍କ ପ୍ରେମରେ ପଡିଛି। ଏହା ଉପରେ ସଲମାନ କହିଛନ୍ତି- ‘ଆପଣ ଶାହରୁଖ ଖାନଙ୍କ ବିଷୟରେ କହୁଛନ୍ତି, ନା?’
ଏହାପରେ ଆଲିନା ଆଗକୁ କହିଛନ୍ତି, ‘ମୁଁ ସଲମାନ ଖାନଙ୍କ କଥା କହୁଛି, ଆପଣ ମୋତେ ବିବାହ କରିବେ? ଏହା ଉପରେ ସଲମାନ କହିଛନ୍ତି, ମୋର ବିବାହ କରିବାର ସମୟ ଚାଲିଯାଇଛି। ୨୦ ବର୍ଷ ପୂର୍ବରୁ ମୋତେ ଭେଟିବାର ଥିଲା।’ ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଯାହାକୁ ନେଇ ଫ୍ୟାନ୍ସ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।